ଆଶା ଆଶଙ୍କାର ରୂପ ନେଲାଣି

ବୈକୁଣ୍ଠନାଥ ମିଶ୍ର

ଆଶା ଓ ଆଶଙ୍କା- ଦୁହେଁ ଭବିଷ୍ୟତର ମାର୍ଗଦର୍ଶିକା ହୋଇଥିଲେ ମଧ୍ୟ ଆଶା ଅସ୍ତିବାଚକ ହୋଇଥିଲା ବେଳେ ଆଶଙ୍କା ନାସ୍ତିତ୍ୱର ପ୍ରତୀକ। ଆଶା ଅତୀତର ସ୍ତମ୍ଭ ଉପରେ ଦଣ୍ଡାୟମାନ ହୋଇ ବର୍ତ୍ତମାନକୁ ଗତିଶୀଳ କରି ଭବିଷ୍ୟତକୁ ଆବାହନ କରେ। କିନ୍ତୁ ଆଶଙ୍କା ପ୍ରତିକ୍ଷଣ ତା’ର ଉପସ୍ଥିତି ଜାହିର କରୁଥାଏ ଓ ଯେକୌଣସି ମୁହୂର୍ତ୍ତରେ ଆମତ୍ପ୍ରକଟ କରି ଆଶାର ବିପରୀତ ଫଳ ପ୍ରଦାନ କରେ। ଭାରତୀୟମାନେ କେତେ ଆଶା ନେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ପ୍ରତିଷ୍ଠିତ କରି ସୁଶାସନକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। କିନ୍ତୁ ଶାସନଭାର ଗ୍ରହଣ କରିବାର ଆଠବର୍ଷ ପରେ କ୍ରମେ ସେ ଆଶାଗୁଡ଼ିକ ଆଶଙ୍କାର ରୂପ ନେବାକୁ ଲାଗିଲାଣି। ଏପରି କି ଗ୍ରାମାଞ୍ଚଳର ସ୍ବଳ୍ପ ଶିକ୍ଷିତ ଜନତା ଏହାକୁ ଏକ ଭାଷଣ ସର୍ବସ୍ବ ସରକାର ବୋଲି ମନେକଲେଣି। ଓଡ଼ିଶାବାସୀ ତାଙ୍କ ସାମ୍‌ନାରେ ଦୁଇଜଣ ଦଳପତିଙ୍କୁ ଦେଖୁଛନ୍ତି।
ସ୍ବଚ୍ଛ ଭାରତ, ଡିଜିଟାଲ ଇଣ୍ଡିଆ, କ୍ୟାଶଲେସ୍‌ ଟ୍ରାଞ୍ଜାକ୍‌ଶନ, ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅଫ୍‌ ଇଣ୍ଡିଆ ଭଳି ସ୍ଲୋଗାନରେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁ, ଉକତ୍ଟ ଫସଲହାନି ସାମ୍‌ନା କରୁଥିବା କୃଷକ, ଦାଦନ ଖଟୁଥିବା ଶ୍ରମିକ, ବେରୋଜଗାରିକୁ ସାମ୍‌ନା କରୁଥିବା ଯୁବକ, ଜଳର ସନ୍ଧାନରେ ପ୍ରତ୍ୟହ କଳସ ଧରି ଚାରି କିଲୋମିଟର ବାଟ ଚାଲୁଥିବା ଗ୍ରାମୀଣ ନାରୀ କିମ୍ବା ମଦ୍ୟପ ସ୍ବାମୀର ନିର୍ଯାତନା ସହୁଥିବା ସ୍ତ୍ରୀଟିର କ’ଣ ଦୁଃଖ ଘୁଞ୍ଚତ୍ବ ? ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲର ମୂଲ୍ୟ ବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଗରିବଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି। ବିମୁଦ୍ରୀକରଣ ସମୟରେ ମୋଦିଜୀଙ୍କ ଭାଷଣ ‘ଧନୀର ନିଦ ହଜିଯିବ ଓ ଗରିବ ସୁଖନିଦ୍ରା ଯିବ’ ବାସ୍ତବରେ ବିପରୀତ ହୋଇଛି। ଧନୀ ଅଧିକ ଧନୀ ହୋଇଛି ଓ ଗରିବ ଅଧିକ ଗରିବ ହୋଇଛି। ସବୁଠାରୁ ବେଶି ନିର୍ଯାତିତ ମଧ୍ୟବର୍ଗର ଦୁଃଖ ଅବର୍ଣ୍ଣନୀୟ। ବିମୁଦ୍ରୀକରଣର ବିଫଳତାକୁ ଲକ୍ଷ୍ୟକରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଆପତ୍ତି ଉଠାଇଛନ୍ତି ଓ ଏହାର ତର୍ଜମା ପାଇଁ ପ୍ରୟାସ କରୁଛନ୍ତି। ସେ କେନ୍ଦ୍ର ସରକାର ହେଉ ଅବା ପ୍ରାଦେଶିକ ସରକାର ହୁଅନ୍ତୁ ଜନତାର ବାସ୍ତବ ଦୁଃଖର କରାଳ ଚିତ୍ର ସେମାନଙ୍କର ଦୃଷ୍ଟିଗୋଚର ହେଉନାହିଁ। ନେତାଙ୍କୁ ଆବେଷ୍ଟନୀ ମଧ୍ୟରେ ରଖିଥିବା ସମ୍ଭ୍ରାନ୍ତମାନଙ୍କର ଚାଟୁକାରୀଙ୍କୁ ଭେଦ କରି ଜନତାର ଦୁଃଖ ଶୁଣିବା ଓ ତା’ର ତ୍ୱରିତ ପ୍ରତିକାର କରିବା ନେତାଙ୍କ ପକ୍ଷେ କ’ଣ ଏତେ ସହଜ!
ଦେଶର ସମୁଦାୟ ସମ୍ପତ୍ତିର ନବେଭାଗର ମାଲିକ ହେଉଛନ୍ତି ମାତ୍ର ଦଶଭାଗ ଲୋକ ଓ ଦଶଭାଗ ସମ୍ପତ୍ତି ଅଛି ୯୦ଭାଗ ଲୋକଙ୍କ ହାତରେ। ଧନୀର ଧନବୃଦ୍ଧି ଜାତୀୟ ଆର୍ଥିକ ଅଭିବୃଦ୍ଧିକୁ ସୂଚିତ କରୁଥାଇ ପାରେ; ମାତ୍ର ଏହା ଆର୍ଥିକ ବିକାଶର ସୂଚକ ନୁହେଁ। ଆମ ଦେଶରେ ଦୈନିକ ୫୦ଟଙ୍କା ଖର୍ଚ୍ଚ କରିପାରୁ ନ ଥିବା ପରିବାରର ସଂଖ୍ୟା ସମୁଦାୟ ପରିବାର ସଂଖ୍ୟାର ୨୧.୯ ପ୍ରତିଶତ। ଭାରତରେ ପ୍ରତିବର୍ଷ ପ୍ରାୟ ୨୫ଲକ୍ଷ ଲୋକ ଅନାହାର ମୃତ୍ୟୁର ଶିକାର ହେଉଛନ୍ତି। ବର୍ତ୍ତମାନ ଭାରତର ସ୍ଥିତି ପଡ଼ୋଶୀ ଦେଶ ତୁଳନାରେ ନୈରାଶ୍ୟଜନକ। ବୈଶ୍ୱିକ ସୁଖୀ ଦେଶ ତାଲିକାରେ ଭାରତର ସ୍ଥାନ ୧୩୩। ଅର୍ଥାତ୍‌ ୧୩୨ଟି ଦେଶ ଭାରତଠାରୁ ଅଧିକ ସୁଖୀ। ପାକିସ୍ତାନ, ବାଂଲାଦେଶ, ଭୁଟାନ, ମ୍ୟାନ୍‌ମାର, ନେପାଳ ପ୍ରଭୃତି ଦେଶ ଭାରତଠାରୁ ଅଧିକ ସୁଖୀ। କ୍ଷୁଧା ପୀଡ଼ିତ ଦେଶ ହିସାବରେ ଭାରତ ମଧ୍ୟ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ଅଛି। ଏକଦା ସୁଖଶାନ୍ତିର ଦେଶଭାବେ ବିଶ୍ୱରେ ଖ୍ୟାତି ଅର୍ଜିଥିବା ଭାରତର ଆଜି କି ଦୁରବସ୍ଥା!
ସୁଖ ଶାନ୍ତିର ଦେଶ ଭାରତବର୍ଷର ପୂର୍ବ ଗରିମା ଆଉ ନାହିଁ। ସର୍ବତ୍ର ଏକ ଅନିର୍ବଚନୀୟ ନୈରାଶ୍ୟ, ହତାଶା, ଦୁଃଖର କରାଳଚିତ୍ର ପରିଦୃଷ୍ଟ। ଏଥିପାଇଁ ବିଭିନ୍ନ ସମୟରେ ଶାସନ ଗାଦି ଅଳଙ୍କୃତ କରୁଥିବା ଶାସକ ବର୍ଗକୁ ହିଁ ଦାୟୀ କରାଯାଇ ପାରେ। ସରକାର ଦେଶବାସୀଙ୍କ ସମ୍ମୁଖରେ ବିକାଶର ଯେଉଁ ଚିତ୍ର ପ୍ରଦର୍ଶନ କରୁଛନ୍ତି ତାହା ସନ୍ଦେହାଚ୍ଛନ୍ନ। ‘ନ୍ୟୁ ୱାର୍ଲଡ୍‌ ଓ୍ବେଲ୍‌ଥ’ର ୨୦୧୭ ରିପୋର୍ଟ ଅନୁସାରେ ଭାରତ ବିଶ୍ୱର ଷଷ୍ଠ ଧନୀଶାଳୀ ଦେଶ। ଭାରତର ମୋଟ ସମ୍ପତ୍ତିର ମୂଲ୍ୟ ୮.୨୩ ଲକ୍ଷକୋଟି ଡଲାର। ଆମେରିକା ୬୪.୫୮ଲକ୍ଷ ଡଲାର ସହ ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଆମେରିକାକୁ ବାଦ୍‌ ଦେଲେ ଭାରତ ଉପରକୁ କ୍ରମାନ୍ବୟରେ ଥିଲେ ଜର୍ମାନୀ, ଇଂଲଣ୍ଡ, ଜାପାନ, ଚାଇନା । ଏହା ସରକାରୀ ସମ୍ପତ୍ତିକୁ ବାଦ୍‌ ଦେଇ କେବଳ ବ୍ୟକ୍ତିଗତ ବା ବେସରକାରୀ ସମ୍ପତ୍ତିର ହିସାବ। ଆଶ୍ଚର୍ଯ୍ୟର କଥା ୨୦୨୨ ଆର୍ଥିକବର୍ଷ ଶେଷ ସୁଦ୍ଧା ଭାରତର ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଇ ଭାରତକୁ ତୃତୀୟ ସ୍ଥାନରେ ଅବସ୍ଥାପିତ କରିଛି। ଭାରତ ଉପରକୁ ଅଛନ୍ତି ଚାଇନା ଓ ଆମେରିକା। ବର୍ତ୍ତମାନ ଚିନ୍ତା କରିବାର କଥା ଭାରତର ସାମୂହିକ ଦାରିଦ୍ର୍ୟ, ବେରୋଜଗାରି, କ୍ଷୁଧାର ତାଣ୍ଡବ ସତ୍ତ୍ୱେ ଭାରତର ସମ୍ପତ୍ତି ଅକଳନୀୟ ଭାବେ ବୃଦ୍ଧି ପାଇଛି। ଧନୀର ଧନ ଯେଉଁ ପରିମାଣରେ ବୃଦ୍ଧି ପାଇଛି, ଗରିବ ମଧ୍ୟ ସମପରିମାଣରେ ଅଧିକ ଗରିବ ହୋଇଛି।
ମଧୁବାବୁଙ୍କ ଭାଷାରେ ‘ଗୋଦର ଗୋଡ଼ରେ ମାଉଁସ ଲାଗିଲେ ଦେହର କି ଶୁଭଗଣି ?’ ସମଗ୍ର ଶରୀର ଶୀର୍ଣ୍ଣ ଓ କ୍ଷୀଣତାରେ ଆକ୍ରାନ୍ତ ହୋଇ କେବଳ ଗୋଟିଏ ଗୋଡ ବାତଜ୍ୱରଜନିତ ମାଂସବୃଦ୍ଧିରେ ଶରୀର ସୁନ୍ଦରତା ହରାଇ ଯେପରି ପୀଡ଼ିତକୁ କେବଳ କଷ୍ଟଦିଏ ଠିକ୍‌ ସେହିପରି କିଛି ବ୍ୟକ୍ତିଙ୍କ ଧନବୃଦ୍ଧି ଦେଶର ସାଧାରଣ ଜନତାଙ୍କ ପ୍ରତି ଏକ ଦାରୁଣ ଉପହାସ ସଦୃଶ। ଭାରତକୁ ଯଥାର୍ଥରେ କୁହାଯାଇଛି ଏକ ଧନଶାଳୀ ରାଷ୍ଟ୍ର ଯେଉଁଠି ସଂଖ୍ୟାଧିକ ଗରିବ ବାସ କରନ୍ତି। ଇନ୍ଦିରାଙ୍କର ‘ଗରିବ ହଟାଓ’ ଯୋଜନାଠାରୁ ଆରମ୍ଭ କରି ଦେଶର ମାଳ ମାଳ ଯୋଜନା ପ୍ରସ୍ତୁତ ହେଉଥିଲେ ମଧ୍ୟ ଗରିବର ଭାଗ୍ୟ ଘୋର ତିମିରାଚ୍ଛନ୍ନ। ଆଶା ଆଶଙ୍କାର ରୂପ ନେଇ ସାରିଲାଣି। ଜ୍ଞାନୀ, ବୁଦ୍ଧିଜୀବୀ ଆଶଙ୍କା କଲେଣି ଯେ ଭାରତବର୍ଷ ଗରିବ ଦେଶର ଏକ ନୂଆ ପରିଚୟ ନେଇ ବିଶ୍ୱରେ ଉଭା ହେବାକୁ ଆଉ ବେଶିଦିନ ଡେରିନାହିଁ। ସ୍ବାଧୀନୋତ୍ତର ଭାରତବର୍ଷରେ ବିକାଶର ଯେଉଁ ଆଲୋକରଶ୍ମି ଦେଶବାସୀଙ୍କ ମନରେ ଜାଗିଉଠିଥିଲା, ତାହା କ୍ରମେ ଫିକା ପଡ଼ିଲାଣି।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?