ଏଇ ଭାରତରେ

ଅନେକ ସମୟରେ ଲୋକେ କହନ୍ତି ନିଜ କାମ କରିବାକୁ ତ ସମୟ ନାହିଁ, ଅନ୍ୟମାନଙ୍କ କଥା ବୁଝିବି କ’ଣ? ଏଭଳି ଲୋକେ ତ ପ୍ରାଣୀଙ୍କ କଥା ଚିନ୍ତା କରିବା ସ୍ବପ୍ନ। ହେଲେ ମଣିଷଙ୍କ ଭିତରେ ଏମିତି ବି ଅଛନ୍ତି ଯିଏ ନିଜ କଥା ବୁଝି ପଶୁପକ୍ଷୀଙ୍କ ଯନତ୍ ନେବାରେ ଜୀବନ ବିତାଉଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ଜବାହର ଲାଲ। ବୟସ ୬୫, ହେଲେ ୪୫ ବର୍ଷ ଧରି ଅର୍ଥାତ୍‌ ତାଙ୍କୁ ୧୯-୨୦ ବର୍ଷ ହୋଇଥିବାବେଳୁ ସେ ନିରବଚ୍ଛିନ ଭାବେ ଦିଲ୍ଲୀର ଆର୍କିଓଲୋଜିକାଲ ପାର୍କର ପକ୍ଷୀମାନଙ୍କୁ ଖାଦ୍ୟ ଓ ପାନୀୟ ଦେଉଛନ୍ତି। ଏଥିପାଇଁ ତାଙ୍କୁ ‘ପକ୍ଷୀ ମଣିଷ’ କୁହାଯାଉଛି। କେବଳ ପକ୍ଷୀ ନୁହନ୍ତି, ଜବାହର ପାର୍କରେ ଥିତ୍ବା ବୁଲାକୁକୁରଙ୍କୁ ମଧ୍ୟ କ୍ଷୀର ଓ ବ୍ରେଡ୍‌ ଖାଇବାକୁ ଦେଉଛନ୍ତି। ସେ ତାଙ୍କ ଦୋକାନରୁ ଯାହା ଆୟ କରୁଛନ୍ତି ତାହାକୁ ପକ୍ଷୀମାନଙ୍କୁ ଖାଇବାକୁ ଦେବାରେ ବ୍ୟୟ କରୁଛନ୍ତି। କୁତବ୍‌ମିନାର ନିକଟରେ ଥିବା ଏହି ପାର୍କରେ ଜବାହର ପ୍ରତିଦିନ ସକାଳ ୭ରୁ ୮ଟା ମଧ୍ୟରେ ପହଞ୍ଚତ୍ ଯାଆନ୍ତି । ଜବାହର ସେଠାରେ ପହଞ୍ଚତ୍ବା କ୍ଷଣି ପକ୍ଷୀମାନେ ମଧ୍ୟ ଆସିଥା’ନ୍ତି। ସେ ସାଥିରେ ୫ କେ.ଜି. ଦାନା ଓ ୧୦ ଲିଟର ପାଣି ନେଇଥା’ନ୍ତି। ପକ୍ଷୀ ଓ କୁକୁରଙ୍କୁ ଖାଇବାକୁ ଦେବା ପରେ ପାର୍କର ସବୁସ୍ଥାନରେ ପାତ୍ରରେ ପାଣି ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri