ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

କେନ୍ଦୁଝର,୩୦ା୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅବସ୍ଥାପିତ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ବହୁ ସମସ୍ୟା ଦେଇ ଗତି କରୁଛି। ବର୍ଷ ବର୍ଷ ଧରି ଏହି ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକରେ ଶିକ୍ଷାଦାନ ହେଉଛି। ଅଧ୍ୟାପକ ସଙ୍କଟ ଲାଗି ରହୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନାହଁି। ଏଥି ସକାଶେ ଅତୀତରେ ଅନେକ ଛାତ୍ର ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଦୁର୍ବଳ ଭିତ୍ତିଭୂମି ଯୋଗୁ ଜିଲାର ଗର୍ବ ଓ ଗୌରବ କୁହାଯାଉଥିବା ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାରେ ଅନ୍ତରାୟ ସୃଷ୍ଟି କରିଛି।
ଅନୁଯାୟୀ ଧରଣୀଧର ମହାବିଦ୍ୟାଳୟରେ ମୋଟ୍‌ ୮୦ଟି ଅଧ୍ୟାପକ ପଦ ମଧ୍ୟରୁ ୪୬ଜଣ ଥିବା ବେଳେ ୩୪ଟି ପଦବୀ ଫାଙ୍କା ପଡ଼ିଛି। ଯୁକ୍ତ ୩ ଓ ସ୍ନାତକୋତ୍ତର ଶ୍ରେଣୀ ପାଇଁ ଅଧ୍ୟକ୍ଷ ପଦ ମଧ୍ୟ ଖାଲିପଡ଼ିଛି। ନୃତତ୍ୱ ବିଭାଗରେ ୩ ଅଧ୍ୟାପକ ପଦବୀ ରହିଥିବା ବେଳେ ଜଣେ ଶିକ୍ଷାଦାନ କରୁଛନ୍ତି। ପ୍ରାଣୀ ବିଜ୍ଞାନ ବିଷୟରେ ୫ରୁ ୩, କେମେଷ୍ଟ୍ରି ବିଭାଗରେ ୭ରୁ ୨, କମ୍ପ୍ୟୁଟର ବିଭାଗରେ ୨ରୁ ଜଣେ, ବାଣିଜ୍ୟରେ ୧୦ ରୁ ୫, ଅର୍ଥନୀତିରେ ୫ରୁ ଜଣେ, ଇଂରାଜୀରେ ୮ ରୁ ୪ ପଦବୀ ଖାଲି ରହିଛି। ଏହା ବ୍ୟତୀତ ଗଣିତରେ ୪ ରୁ ୨, ଓଡ଼ିଆ ଭାଷାରେ ୬ ରୁ ୨, ଫିଜିକ୍ସରେ ୬ ରୁ ଗୋଟିଏ ପଦବୀ ଫାଙ୍କା ରହିଛି। ସବୁଠାରୁ ବଡ଼କଥା ହେଲା ଦର୍ଶନ ଶାସ୍ତ୍ରରେ ୩ଟି ପଦବୀରୁ ୩ ଟି ଯାକ ଫାଙ୍କା ରହିଛି। ଏଥି ସହ ଡେମନ୍‌ଷ୍ଟ୍ରେଟର, ଲାବୋରଟରୀ ଆଟେଣ୍ଡାଣ୍ଟ୍‌ ଓ ଷ୍ଟୋର କିପର ପଦବୀ କଥା ନ କହିଲେ ଭଲ। ଏପରିକି ରାତ୍ରି ଜଗୁଆଳୀ ପଦ ୪ଟି ମଧ୍ୟରୁ ୩ଟି ଖାଲି ରହିଛି। ନିୟମିତ ଅଧ୍ୟାପକ ଅଭାବ ଯୋଗୁଁ ଅତିଥି ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। ଏପରିକି ମହାବିଦ୍ୟାଳୟର ୮୨ଟି ଅନୁମୋଦିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ୫୮ ପଦବୀ ଫାଙ୍କା ରହିଛି। ମୁଖ୍ୟ କିରାଣୀ ମଧ୍ୟ ନାହାନ୍ତି।
ଏ ନେଇ କଲେଜ ଅଧ୍ୟକ୍ଷ ନରେନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କୁହନ୍ତି, ସରକାର ନିୟମିତ ଅଧ୍ୟାପକ ନିଯୁକ୍ତି ଦେଉନାହାନ୍ତି। ତେଣୁ ଅତିଥି ଅଧ୍ୟାପକରେ ପାଠପଢ଼ା ହେଉଛି। ତାଙ୍କୁ ଏକା ଯୁକ୍ତ ୨, ଯୁକ୍ତ ୩ ଓ ପୋଷ୍ଟ ଗ୍ରାଜୁଏସନ ସମ୍ଭାଳିବାକୁ ପଡୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?