ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

କେନ୍ଦୁଝର,୩୦ା୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅବସ୍ଥାପିତ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ବହୁ ସମସ୍ୟା ଦେଇ ଗତି କରୁଛି। ବର୍ଷ ବର୍ଷ ଧରି ଏହି ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକରେ ଶିକ୍ଷାଦାନ ହେଉଛି। ଅଧ୍ୟାପକ ସଙ୍କଟ ଲାଗି ରହୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନାହଁି। ଏଥି ସକାଶେ ଅତୀତରେ ଅନେକ ଛାତ୍ର ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଦୁର୍ବଳ ଭିତ୍ତିଭୂମି ଯୋଗୁ ଜିଲାର ଗର୍ବ ଓ ଗୌରବ କୁହାଯାଉଥିବା ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାରେ ଅନ୍ତରାୟ ସୃଷ୍ଟି କରିଛି।
ଅନୁଯାୟୀ ଧରଣୀଧର ମହାବିଦ୍ୟାଳୟରେ ମୋଟ୍‌ ୮୦ଟି ଅଧ୍ୟାପକ ପଦ ମଧ୍ୟରୁ ୪୬ଜଣ ଥିବା ବେଳେ ୩୪ଟି ପଦବୀ ଫାଙ୍କା ପଡ଼ିଛି। ଯୁକ୍ତ ୩ ଓ ସ୍ନାତକୋତ୍ତର ଶ୍ରେଣୀ ପାଇଁ ଅଧ୍ୟକ୍ଷ ପଦ ମଧ୍ୟ ଖାଲିପଡ଼ିଛି। ନୃତତ୍ୱ ବିଭାଗରେ ୩ ଅଧ୍ୟାପକ ପଦବୀ ରହିଥିବା ବେଳେ ଜଣେ ଶିକ୍ଷାଦାନ କରୁଛନ୍ତି। ପ୍ରାଣୀ ବିଜ୍ଞାନ ବିଷୟରେ ୫ରୁ ୩, କେମେଷ୍ଟ୍ରି ବିଭାଗରେ ୭ରୁ ୨, କମ୍ପ୍ୟୁଟର ବିଭାଗରେ ୨ରୁ ଜଣେ, ବାଣିଜ୍ୟରେ ୧୦ ରୁ ୫, ଅର୍ଥନୀତିରେ ୫ରୁ ଜଣେ, ଇଂରାଜୀରେ ୮ ରୁ ୪ ପଦବୀ ଖାଲି ରହିଛି। ଏହା ବ୍ୟତୀତ ଗଣିତରେ ୪ ରୁ ୨, ଓଡ଼ିଆ ଭାଷାରେ ୬ ରୁ ୨, ଫିଜିକ୍ସରେ ୬ ରୁ ଗୋଟିଏ ପଦବୀ ଫାଙ୍କା ରହିଛି। ସବୁଠାରୁ ବଡ଼କଥା ହେଲା ଦର୍ଶନ ଶାସ୍ତ୍ରରେ ୩ଟି ପଦବୀରୁ ୩ ଟି ଯାକ ଫାଙ୍କା ରହିଛି। ଏଥି ସହ ଡେମନ୍‌ଷ୍ଟ୍ରେଟର, ଲାବୋରଟରୀ ଆଟେଣ୍ଡାଣ୍ଟ୍‌ ଓ ଷ୍ଟୋର କିପର ପଦବୀ କଥା ନ କହିଲେ ଭଲ। ଏପରିକି ରାତ୍ରି ଜଗୁଆଳୀ ପଦ ୪ଟି ମଧ୍ୟରୁ ୩ଟି ଖାଲି ରହିଛି। ନିୟମିତ ଅଧ୍ୟାପକ ଅଭାବ ଯୋଗୁଁ ଅତିଥି ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। ଏପରିକି ମହାବିଦ୍ୟାଳୟର ୮୨ଟି ଅନୁମୋଦିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ୫୮ ପଦବୀ ଫାଙ୍କା ରହିଛି। ମୁଖ୍ୟ କିରାଣୀ ମଧ୍ୟ ନାହାନ୍ତି।
ଏ ନେଇ କଲେଜ ଅଧ୍ୟକ୍ଷ ନରେନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କୁହନ୍ତି, ସରକାର ନିୟମିତ ଅଧ୍ୟାପକ ନିଯୁକ୍ତି ଦେଉନାହାନ୍ତି। ତେଣୁ ଅତିଥି ଅଧ୍ୟାପକରେ ପାଠପଢ଼ା ହେଉଛି। ତାଙ୍କୁ ଏକା ଯୁକ୍ତ ୨, ଯୁକ୍ତ ୩ ଓ ପୋଷ୍ଟ ଗ୍ରାଜୁଏସନ ସମ୍ଭାଳିବାକୁ ପଡୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri