ଏଇ ଭାରତରେ

କେରଳର କନ୍ନୁର ଜିଲାର ପିନାରାଇ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏହି ସମସ୍ୟା ଦୂର କରିବା ପାଇଁ ପଞ୍ଚାୟତ ପକ୍ଷରୁ ବିବାହ ଲାଗି ଏକ ୱେବ୍‌ସାଇଟ ଆରମ୍ଭ କରାଯାଇଛି। ଜିଲା ଯୋଜନା କମିଟି ପିନାରାଇ ପଞ୍ଚାୟତର ଏହି ‘ସାୟୋଯ୍ୟମ୍‌’ ଯୋଜନାକୁ ଅନୁମୋଦନ କରିଛି। ଏହା ଅନ୍ତର୍ଗତ ୩୫ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ପଞ୍ଚାୟତର ବିବାହ ସମ୍ବନ୍ଧୀୟ ୱେବ୍‌ସାଇଟରେ ପଞ୍ଜୀକୃତ ହୋଇ ଉପଯୁକ୍ତ ଜୀବନସାଥୀ ପାଇପାରିବେ। ପିନାରାଇ ପଞ୍ଚାୟତ ମୁଖ୍ୟ କେ.କେ. ରାଜୀବନ କହିଛନ୍ତି ଯେ ପଞ୍ଚାୟତ ଏକ ସର୍ଭେ କରିଛି, ଯେଉଁଥିରେ ୩୫ ବର୍ଷରୁ ଅଧିକ ବୟସର ଲୋକ ବିଭିନ୍ନ କାରଣରୁ ଅବିବାହିତ ରହିଛନ୍ତି। ଅଧିକାଂଶ କ୍ଷେତ୍ରରେ କେତେକ ଲୋକଙ୍କର ନିଜ ବିବାହ ପାଇଁ ପଦକ୍ଷେପ ନେବାକୁ ଘରେ କେହି ବରିଷ୍ଠ ବ୍ୟକ୍ତି ନ ଥିବାରୁ ଏହି ସେବା ଆରମ୍ଭ କରାଯାଇଥିବା କହନ୍ତି ରାଜୀବନ। ଏଭଳି ସେବା ପ୍ରଦାନ କରୁଥିବା ପ୍ରକଳ୍ପ କେରଳରେ ପ୍ରଥମ। ପିନାରାଇ ପଞ୍ଚାୟତ ୱେବ୍‌ସାଇଟରେ ଜାତି ଏବଂ ଧର୍ମଭିତ୍ତିକ ବର୍ଗ ରହିବ ନାହିଁ। କିନ୍ତୁ ଯେଉଁମାନେ ଜାତି ଏବଂ ଧର୍ମକୁ ସେମାନଙ୍କ ସବିଶେଷ ତଥ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଚାହାନ୍ତି, ସେମାନେ ଏହା କରିପାରିବେ। ଲୋକଙ୍କ ପାଖରେ ଆର୍ଥିକ ସମସ୍ୟା ଥିଲେ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ସାହାଯ୍ୟ କରାଯିବାର ପ୍ରବଧାନ ଏଥିରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri