ଏଇ ଭାରତରେ

ଅବସର ପରେ ସେବାରେ ଲାଗିଛନ୍ତି ମହାରାଷ୍ଟ୍ରର ପ୍ରାଧ୍ୟାପକ ଅଶୋକ ସୋନାଓ୍ବାନେ। ନାସିକର ଏକ ଘରୋଇ କଲେଜ କେଟିଏଚ୍‌ଏମ୍‌ରୁ ୨୦୧୭ରେ ଅବସର ନେବା ପରେ ସେ ସୁନ୍ନାର ବ୍ଲକ୍‌ ଦେଶଓ୍ବାଣ୍ଡି ଗାଁକୁ ମରୁଡିମୁକ୍ତ କରିପାରିଛନ୍ତି। ଏହି ଗାଁରେ ବର୍ଷାଦିନ ପରେ ଜଳାଭାବ ଦେଖାଯାଏ ଓ ଲୋକମାନେ ଟ୍ୟାଙ୍କର ଉପରେ ନିର୍ଭର କରନ୍ତି। କିନ୍ତୁ ଅଶୋକଙ୍କ ଉଦ୍ୟମରେ ଏହି ଗାଁରୁ ଜଳାଭାବ ସମ୍ପୂର୍ଣ୍ଣ ଦୂର ହୋଇଛି। କଲେଜରେ ଅଧ୍ୟାପନା ସମୟରେ ସେ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏଣୁ ଓ୍ବାର୍ଟର ହାର୍ଭେଷ୍ଟିଂ ଉପରେ ଥିତ୍ବା ତାଙ୍କ ଅଭିଜ୍ଞତାକୁ ଆଧାର କରି ପାହାଡ଼ରୁ ଗଡିଯାଉଥିବା ବର୍ଷାଜଳକୁ ଅଟକାଇବା ପାଇଁ ଗାଁ ଚାରିପାଖରେ ଖାଇ ଖୋଳିଛନ୍ତି। ଗାଁର ଯୁବକମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି। ଅଶୋକ ଏହି କାମ ୨୦୧୮ରେ ଆରମ୍ଭ କରି ୨ବର୍ଷ ମଧ୍ୟରେ ଶେଷ କରିଛନ୍ତିି। ମୋଟରେ ୧୦୦ ହେକ୍ଟର ଜମିରେ ଖାଇ ଖୋଳାଯାଇ ଜଳ ସଂରକ୍ଷଣ କରାଯାଉଛିି। ସ୍ଥାନୀୟ ପଞ୍ଚାୟତ ଖାଇ ଲାଗି ଏହି ଜମି ଦେଇଛି। ଖାଇ ଖୋଳାରେ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। କିଛି ଟଙ୍କା ଲୋକଙ୍କଠାରୁ ମିଳିଛି ଓ ଆଉ ସବୁ ଅଶୋକ ତାଙ୍କ ପକେଟରୁ ଖର୍ଚ୍ଚ କରିଛନ୍ତି। ଦେଢ଼ ହଜାର ଜନସଂଖ୍ୟା ବିଶିଷ୍ଟ ଦେଶଓ୍ବାଣ୍ଡିକୁ ଏବେ ମରୁଡିମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଗୋଟିଏ ଖାଇରେ ହଜାର ହଜାର ଲିଟର ପାଣି ସଂରକ୍ଷିତ ହୋଇ ରହିପାରୁଛି। ଏହାଯୋଗୁ ଏହି ଗାଁ ଏବେ ଶସ୍ୟଶାମଳା ହୋଇପାରିଛି ଓ ଗାଁକୁ ଆଉ ଟ୍ୟାଙ୍କର ଆସୁନାହିଁ। ଆଉ କେତେକ ଗାଁକୁ ଏହି ଉପାୟରେ ମରୁଡିମୁକ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି କହନ୍ତି ଅଶୋକ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri