ଏଇ ଭାରତରେ

ଘର ବଗିଚାରେ ୧,୫୦୦ରୁ ଊର୍ଦ୍ଧ୍ୱ ଗଛ ବଢ଼ାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କୋଚିର ବିଶ୍ୱମ୍ବରନ୍‌ ଏନ୍‌.କେ.। ସେ ଡିଆରଡିଓରେ ବୈଜ୍ଞାନିକ ଥିଲେ। ସେଥିରୁ ଅବସର ନେବା ପରେ ସେ ଏହିଭଳି ବଗିଚା କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବଗିଚାର ଆକର୍ଷଣ ହେଉଛି ବିଭିନ୍ନ କିସମର ଅର୍ଚିଡ୍‌। ବିଶ୍ୱମ୍ବରନ୍‌ଙ୍କ ବୟସ ୬୭। ପ୍ରାୟ ୫ ହଜାର ବର୍ଗଫୁଟ ଜମିରେ ଥିବା ୧,୫୦୦ ଗଛ ମଧ୍ୟରୁ ବେଶି ଭାଗ ରହିଛି ଅର୍ଚିଡର। ବଗିଚାର ଆକର୍ଷଣ ହେଉଛି ୫୦ ପ୍ରକାରର ‘ଡ୍ୟାନ୍ସିଂ ଗର୍ଲ’ ଅର୍ଚିଡ୍‌। ସବୁଠୁ ବଡ଼ କଥା ହେଉଛି, ଅଧିକାଂଶ ଗଛ ସେ ରଖିଛନ୍ତି ହ୍ୟାଙ୍ଗିଙ୍ଗ୍‌ ପଟ୍‌ରେ। ସେ ଅର୍ଚିଡ କିସମ ଦେଶ ବିଦେଶରୁ ସଂଗ୍ରହ କରିଛନ୍ତି। ବଗିଚାରେ ଥିବା ସମସ୍ତ ଗଛରେ ସେ ଜୈବିକ ସାର ପ୍ରୟୋଗ କରିବା ସହ ନିମ୍ବ, ଗୋବର ଓ ଗୋମୂତ୍ରରୁ ପ୍ରସ୍ତୁତ କୀଟନାଶକ ପ୍ରୟୋଗ କରୁଛନ୍ତି। ଅର୍ଚିଡ୍‌ ସହ ସେ ବିଭିନ୍ନ ପରିବା ଚାଷ କରୁଛନ୍ତି। ନୀଳ ରଙ୍ଗର ଲଙ୍କା, ବାଇଗଣୀ ରଙ୍ଗର ଭେଣ୍ଡି ବି ଫଳାଉଛନ୍ତି। ଏହା ବ୍ୟତୀତ ଲାଉ, ବାଇଗଣ, ଛଚିନ୍ଦ୍ରା, ପୋଇ, ଅମୃତଭଣ୍ଡା, କଦଳୀ ଓ ପିଜୁଳି ସେ ଉତ୍ପାଦନ କରୁଛନ୍ତି। ତାଙ୍କ ପରିବାର କୃଷି ଉପରେ ନିର୍ଭରଶୀଳ ଥିଲେ ଓ ପିଲାବେଳୁ କୃଷି ପ୍ରତି ଥିବା ଦୁର୍ବଳତା ହିଁ ତାଙ୍କୁ ଅବସର ପରେ ଏଭଳି ଏକ ବଗିଚା କରିବାକୁ ପ୍ରେରିତ କରିଥିଲା ବୋଲି କହନ୍ତି ବିଶ୍ୱମ୍ବରନ୍‌। କମ୍‌ ଜାଗାରେ କିଭଳି ଅଧିକ ଗଛ ଲଗାଇ ବଗିଚା କରାଯାଇପାରିବ ସେ ସମ୍ପର୍କରେ ସେ ଲୋକମାନଙ୍କୁ ଉପାୟ ବତାଉଛନ୍ତି। ଲୋକମାନଙ୍କୁ ମଞ୍ଜି ଓ ଗଛ ଦେଇ ଏଥିପାଇଁ ଉତ୍ସାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?