Posted inଜାତୀୟ

ଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ, ବିହାରର ୧୭ ଜିଲାରେ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୦ ।୬: ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିବା ଫଳରେ କିଛି ରାଜ୍ୟରେ ହିଂସକ ପରିସ୍ଥିତି ବି ଉପୁଜିଛି । ତେବେ ବିହାରରେ ପ୍ରଦର୍ଶନକାରୀ ଓ ଛାତ୍ର ସଙ୍ଗଠନ ବିହାର ବନ୍ଦ ଡାକରା ଦେବା ପରେ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ଦେଖି ପ୍ରଶାସନ କିଛି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି ।
ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରବିବାର ୩ ସେନାମୁଖ୍ୟଙ୍କର ଏକ ପ୍ରେସ କନଫରେନ୍ସ ହୋଇଥିଲା । ଏଥିରେ ଅଗ୍ନିପଥ ଯୋଜନାର ଲାଭ ସମ୍ପର୍କରେ ବୁଝାଇ ଦିଅଯାଇଥିଲା । ଏହାସହ ଯୋଜନାକୁ ଫେରାଇ ନିଆଯିବ ନାହିଁ ବୋଲି ବି ସ୍ପଷ୍ଟ କରାଯାଇଥିଲା । ଏହାପରେ ପ୍ରଦର୍ଶନକାରୀଙ୍କ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି ।
ସୂଚନାଯୋଗ୍ୟ, ବିହାରରେ ଅଗ୍ନିପଥ ଯୋଜନାକୁ ନେଇ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏଠାରେ ପ୍ରଦର୍ଶନକାରୀ ବସ, ଟ୍ରକ୍ ଓ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିହାରରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ ଥିବା ବେଳେ ଏଠାରେ ପ୍ରାୟ ୧୭ଟି ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଏହାସହ ସୋମବାର ବି କିଛି ରାଜ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ରାମ ମୂର୍ତ୍ତି ନିର୍ମାଣରେ ଅନିଶ୍ଚିତତା

ଅଯୋଧ୍ୟା,୧୩ା୮(ଆଇଏଏନ୍‌ଏସ୍‌): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ସେପଟେ ଶ୍ରୀରାମଙ୍କର ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନକୁ ନେଇ ଅନିଶ୍ଚିତତା...

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରୁ ପର୍ଯ୍ୟାୟ ସାରଣୀ ବାଦ୍‌

ନୂଆଦିଲ୍ଲୀ,୨ା୬: ଏନ୍‌ସିଇଆର୍‌ଟି ଦଶମ ଶ୍ରେଣୀ ପାଠ୍ୟପୁସ୍ତକରୁ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ବାଦ୍‌ ଦେଇ ଚାଲିଛି। ସରକାରୀ ପାଠ୍ୟପୁସ୍ତକରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପର୍ଯ୍ୟାୟ...

ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ-ମୁଲାୟମ!

ଆମ୍ବେଡ୍‌କର ନଗର,୧୧।୩: ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ ସିଂ ଏବଂ ମୁଲାୟମ ସିଂ। କଥାଟା ଅଡ଼ୁଆ ଲାଗୁଥିଲେ ହେଁ ସତ। ତେବେ ଆମେ ଏଠାରେ ପୂର୍ବତନ...

ଅଧା ବାଟରେ ଅଟକିଲା ରୋପଓ୍ବେ: ମଝି ଆକାଶରେ ଝୁଲିଲେ ପର୍ଯ୍ୟଟକ

ଶିମଲା,୨୦।୬: ମଝି ଆକାଶରେ ରୋପଓ୍ବେ ବନ୍ଦ ହୋଇଯିବା ଘଟଣା ପୁଣି ସାମ୍ନାକୁ ଆସିଛି। ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।...

ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ, କରୋନା ମୃତ୍ୟୁ କ୍ଷତିପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୨।୧୧: କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କୁ ଭର୍ସନା କରାଯାଇଛି। ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ...

ସୋନିଆଙ୍କୁ ଭେଟିଲେ ପାଓ୍ବାର

ମୁମ୍ବାଇ, ୧୧ା୯ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆସନ ବୁଝାମଣା ଲାଗି କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏନ୍‌ସିପି...

ଭାଜପା ଏମ୍‌ପିଙ୍କ ‘ପାଠଶାଳା’ରେ କାହିଁକି ପଛରେ ବସିଲେ ମୋଦି

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ଶନିବାର ଆୟୋଜିତ ପାଠଶାଳା ବା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ଓ ଲୋକ ସଭାର ପ୍ରାୟ ସମସ୍ତ ଏମ୍‌ପି...

ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ...

Advertisement
Archives

Model This Week