ଏଇ ଭାରତରେ

ମିଳିତ ଉଦ୍ୟମରେ ପଞ୍ଜାବର ୨୫ ଜଣ ଯୁବକ ୨୦ଟି ମିନିଫରେଷ୍ଟ ବା କ୍ଷୁଦ୍ର ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପଟିଆଲା ଜିଲାର ଘାଗା ଗାଁର ଏହି ଯୁବକମାନେ ୨୦୧୭ରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ସେମାନେ ନିଜ ଭିତରେ ଟଙ୍କା ଆଦାୟ କରି ୨୫ଟି ଚାରା କିଣି ପ୍ରଥମେ ପଡ଼ିଆ ଚାରିପାଖରେ ଲଗାଇବା ପରେ ଆଗକୁ ବଢ଼ିଥିଲେ। ଯୁବକମାନେ ବୃକ୍ଷରୋପଣ ଅଭିଯାନର ନାମ ରଖିଛନ୍ତି ‘ଗ୍ରୀନ୍‌ ଘାଗା’। ଏହାର ନେତୃତ୍ୱ ନେଉଛନ୍ତି ଗୋଲ୍ଡି ସିଂ। ସେ କମ୍ପ୍ୟୁଟର ଆପ୍ଲିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ଗୋଲ୍ଡି ଓ ତାଙ୍କ ଟିମ୍‌ର ଉତ୍ସାହକୁ ଲକ୍ଷ୍ୟ କରି ଏବେ ଏହି ଅଭିଯାନରେ ବିଭିନ୍ନ ଗାଁରୁ ୨୦୦ ସ୍ବେଚ୍ଛାସେବୀ ଯୋଗ ଦେଇସାରିଲେଣି। ‘ଗ୍ରୀନ୍‌ ଘାଗା’ର କାର୍ଯ୍ୟକଳାପ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ହ୍ବାଟ୍ସଆପ ଓ ଫେସ୍‌ବୁକ୍‌ ଗ୍ରୁପ୍‌ ଖୋଲାଯାଇଛି। ଏବେ ଏହି ଯୁବକମାନେ ୨୫ଟି ଗାଁରେ ୨୦ଟି ମିନିଫରେଷ୍ଟ ସହ ୧୦ଟି ପାର୍କ କରିସାରିଲେଣି। ମୋଟ୍‌ରେ ଏହି ଅଭିଯାନରେ ସେମାନେ ୭,୦୦୦ ଗଛ ଲଗାଇଛନ୍ତି। ଯୁବକମାନଙ୍କ ଇଚ୍ଛାଶକ୍ତିକୁ ଲକ୍ଷ୍ୟକରି ପ୍ଲାଣ୍ଟ ଫର ପଞ୍ଜାବ ଆଣ୍ଡ୍‌ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଛି। ଏହି ସଂସ୍ଥା ‘ଗ୍ରୀନ୍‌ ଘାଗା’କୁ ଗଛ ଓ ପାଣି ଦେବା ଲାଗି ଟ୍ୟାଙ୍କର ଯୋଗାଇ ଦେଇଛି। ସେମାନେ ପ୍ରତି ଗାଁରେ ଗଛର ଯତ୍ନ ନେବା ଓ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଏକ ଗ୍ରୁପ ଗଠନ କରୁଛନ୍ତି। ଗ୍ରୁପ୍‌ର ସଦସ୍ୟମାନେ ସ୍ଥାନୀୟ ଜଙ୍ଗଲର ଦାୟିତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri