ଏଇ ଭାରତରେ

ଏକ ବ୍ୟବସ୍ଥିତ ଓ ପ୍ରଭାବୀ ବର୍ଜ୍ୟ ପରିଚାଳନା ପାଇଁ କେଦାର ଶୋହୋନି ଏବଂ ତାଙ୍କ ଟିମ୍‌ ସମ୍ପୂର୍ଣ୍ଣ ସମର୍ପିତ। ସେମାନେ ମୁମ୍ବାଇ ଓ ଏହାର ଆଖପାଖ ୩ଟି ଗ୍ରାମରେ ବର୍ଜ୍ୟ ପରିଚାଳନା ଲାଗି ଅଭିଯାନ ଚଳାଇଛନ୍ତି। ଏଥିପାଇଁ ସେ ଗଠନ କରିଛନ୍ତି ଗ୍ରୀନ୍‌ କମ୍ୟୁନିଟି ଫାଉଣ୍ଡେଶନ। ତାଙ୍କ ଅନୁସୃତ ପଦ୍ଧତିରେ ଘରୁ ବାହାରୁଥିବା ନିତିଦିନିଆ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ ହେଉଛି। ମୁମ୍ବାଇରେ ସେ ରହୁଥିବା ଆପାର୍ଟମେଣ୍ଟରେ ପ୍ରଥମେ ବର୍ଜ୍ୟ ପରିଚାଳନା ଆରମ୍ଭ କରି ସଫଳ ହେବା ପରେ ଏହାକୁ ୨୨୦ଟି ଆପାର୍ଟମେଣ୍ଟକୁ ସମ୍ପ୍ରସାରିତ କରିଥିଲେ। ସେ ଏଠାରେ ମୋଟ ହଜାର ଟନ୍‌ ବର୍ଜ୍ୟକୁ ଜୈବିକ ଖତରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି। ଏହିସବୁ ଆପାର୍ଟମେଣ୍ଟରୁ ଦୈନିକ ପ୍ରାୟ ୪ କୁଇଣ୍ଟାଲ ବର୍ଜ୍ୟ ବାହାରୁଛି। ଆଉଟିକେ ଆଗକୁ ବଢ଼ି ସେ ତାଙ୍କ ବର୍ଜ୍ୟ ପରିଚାଳନା ୮୦୦ ଆପାର୍ଟମେଣ୍ଟରେ ପହଞ୍ଚାଇ ପାରିଛନ୍ତି ଓ ଦିନକୁ ୧ଟନ୍‌ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ମୁମ୍ବାଇ ଚାରିପାଖରେ ଥିବା ୩୦ଟି ଗ୍ରାମରେ ତାଙ୍କ ଟିମ୍‌ ଉକ୍ତ ପଦ୍ଧତିରେ ଖତ ପ୍ରସ୍ତୁତ କରି କୃଷକମାନଙ୍କୁ ଦେଉଛନ୍ତି। ଗୋଟିଏ ପଟେ ବର୍ଜ୍ୟ ପରିଚାଳନା ଓ ଅନ୍ୟପଟେ ଜୈବିକ ଖତ ପ୍ରସ୍ତୁତ କରିବା ସହ ଜୈବିକ ଖତ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। କେଦାରଙ୍କ ବୟସ ୪୯। ସେ ଆନାଲିଟିକ୍‌ ଆଣ୍ଡ ରିସର୍ଚ୍ଚ ଏଣ୍ଟରପ୍ରିନ୍ୟୁୟର ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରୁ ଏହି କାର୍ଯ୍ୟରେ ଲାଗିଛନ୍ତି। ତାଙ୍କ ଟିମ୍‌ ମୁମ୍ବାଇକୁ ଏକ ବର୍ଜ୍ୟମୁକ୍ତ ସହର କରିବା ଲାଗି ଲକ୍ଷ୍ୟ ରଖିଛିି ବୋଲି କୁହନ୍ତି କେଦାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri