ଏଇ ଭାରତରେ

ଏକ ବ୍ୟବସ୍ଥିତ ଓ ପ୍ରଭାବୀ ବର୍ଜ୍ୟ ପରିଚାଳନା ପାଇଁ କେଦାର ଶୋହୋନି ଏବଂ ତାଙ୍କ ଟିମ୍‌ ସମ୍ପୂର୍ଣ୍ଣ ସମର୍ପିତ। ସେମାନେ ମୁମ୍ବାଇ ଓ ଏହାର ଆଖପାଖ ୩ଟି ଗ୍ରାମରେ ବର୍ଜ୍ୟ ପରିଚାଳନା ଲାଗି ଅଭିଯାନ ଚଳାଇଛନ୍ତି। ଏଥିପାଇଁ ସେ ଗଠନ କରିଛନ୍ତି ଗ୍ରୀନ୍‌ କମ୍ୟୁନିଟି ଫାଉଣ୍ଡେଶନ। ତାଙ୍କ ଅନୁସୃତ ପଦ୍ଧତିରେ ଘରୁ ବାହାରୁଥିବା ନିତିଦିନିଆ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ ହେଉଛି। ମୁମ୍ବାଇରେ ସେ ରହୁଥିବା ଆପାର୍ଟମେଣ୍ଟରେ ପ୍ରଥମେ ବର୍ଜ୍ୟ ପରିଚାଳନା ଆରମ୍ଭ କରି ସଫଳ ହେବା ପରେ ଏହାକୁ ୨୨୦ଟି ଆପାର୍ଟମେଣ୍ଟକୁ ସମ୍ପ୍ରସାରିତ କରିଥିଲେ। ସେ ଏଠାରେ ମୋଟ ହଜାର ଟନ୍‌ ବର୍ଜ୍ୟକୁ ଜୈବିକ ଖତରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି। ଏହିସବୁ ଆପାର୍ଟମେଣ୍ଟରୁ ଦୈନିକ ପ୍ରାୟ ୪ କୁଇଣ୍ଟାଲ ବର୍ଜ୍ୟ ବାହାରୁଛି। ଆଉଟିକେ ଆଗକୁ ବଢ଼ି ସେ ତାଙ୍କ ବର୍ଜ୍ୟ ପରିଚାଳନା ୮୦୦ ଆପାର୍ଟମେଣ୍ଟରେ ପହଞ୍ଚାଇ ପାରିଛନ୍ତି ଓ ଦିନକୁ ୧ଟନ୍‌ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ମୁମ୍ବାଇ ଚାରିପାଖରେ ଥିବା ୩୦ଟି ଗ୍ରାମରେ ତାଙ୍କ ଟିମ୍‌ ଉକ୍ତ ପଦ୍ଧତିରେ ଖତ ପ୍ରସ୍ତୁତ କରି କୃଷକମାନଙ୍କୁ ଦେଉଛନ୍ତି। ଗୋଟିଏ ପଟେ ବର୍ଜ୍ୟ ପରିଚାଳନା ଓ ଅନ୍ୟପଟେ ଜୈବିକ ଖତ ପ୍ରସ୍ତୁତ କରିବା ସହ ଜୈବିକ ଖତ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। କେଦାରଙ୍କ ବୟସ ୪୯। ସେ ଆନାଲିଟିକ୍‌ ଆଣ୍ଡ ରିସର୍ଚ୍ଚ ଏଣ୍ଟରପ୍ରିନ୍ୟୁୟର ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରୁ ଏହି କାର୍ଯ୍ୟରେ ଲାଗିଛନ୍ତି। ତାଙ୍କ ଟିମ୍‌ ମୁମ୍ବାଇକୁ ଏକ ବର୍ଜ୍ୟମୁକ୍ତ ସହର କରିବା ଲାଗି ଲକ୍ଷ୍ୟ ରଖିଛିି ବୋଲି କୁହନ୍ତି କେଦାର।


Enter your email to get our daily news in your inbox.

All Right Reserved By Dharitri.Com

ଜନହିତ ଓ ବିଜ୍ଞାନ

ଇଂ. ମାୟାଧର ସ୍ବାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ୭୪ ବର୍ଷର ଜଣେ ମହିଳା ଟେଷ୍ଟ ଟ୍ୟୁବ୍‌ ପଦ୍ଧତିରେ ଦୁଇଟି ଯମଜ ଶିଶୁ...

ଏଇ ଭାରତରେ

ପେଟ୍ରୋଲ-ଡିଜେଲ ଦାମ୍‌ ଆକାଶଛୁଆଁ ହୋଇଛି। ଅପରପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇଲେକ୍ଟ୍ରିକ୍‌ ଯାନ (ଇଭି) କିଣିବା ସଭିଙ୍କ ପାଇଁ...

ପ୍ରେମ ପରୀକ୍ଷାର ଖେଳ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ ଥିଲେ ଜଣେ ପ୍ରେମିକ ପ୍ରବର। ପ୍ରେମ ହିଁ ଥିଲା ତାଙ୍କ ପୁରୁଷାର୍ଥର ପ୍ରମୁଖ ପରିଚୟ। ସେ ସବୁବେଳେ କହୁଥିଲେ, ପ୍ରେମରେ ମୋ...

ତାମିଲ ‘ରେବତୀ’ର ସ୍ରଷ୍ଟା

ରେବତୀ ଅନ୍ୟ ଜାତିର ପୁଅକୁ ବିବାହ କରି ଦେବାରୁ ମାତାପିତା ଝିଅକୁ ତ୍ୟଜ୍ୟ କରିଦେଲେ। ଅର୍ଥ ଓ ପ୍ରତିପତ୍ତି ଥିବାରୁ ସେମାନେ ଝିଅର ଆବେଗକୁ ବୁଝିପାରିଲେ...

କଳା ଗୋରା

ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକା ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌ଙ୍କୁ ୨୬ ଜୁନ୍‌ରେ ମିନେସୋଟା କୋର୍ଟ ୨୨ ବର୍ଷ ୫...

କଳା ପାଇଁ ବିପତ୍ତି

କଶ୍ମୀର ପଣ୍ଡିତମାନଙ୍କ ନିର୍ଯାତନା ଏବଂ ସେମାନଙ୍କ ସଂଘର୍ଷକୁ ନେଇ କଶ୍ମୀର ଫାଇଲ୍ସ ସିନେମା ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଉଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି...

ଏଇ ଭାରତରେ

ରାସ୍ତାରେ ଯିବା ସମୟରେ ଛକ ବଜାରରେ ଆମେ ଅସହାୟ ପିଲାମାନଙ୍କୁ ଦେଖି ଚାଲିଯାଉ। କିନ୍ତୁ ବାରାଣସୀର ଦମ୍ପତି ଆଶିଷ ଓ ପୂଜା ସିଂଙ୍କର ସେମାନଙ୍କ ପ୍ରତି...

ମହୋଦଧିର ମହତ୍ତ୍ୱ ଓ ପର୍ଯ୍ୟଟକର ଭାବନା

ସଦ୍ୟ ପୁରୀ ସମୁଦ୍ରଜଳରେ ଜଣେ ନିରୀହ ପର୍ଯ୍ୟଟକଙ୍କର ସଲିଳସମାଧି ଜନସାଧାରଣଙ୍କୁ ବ୍ୟଥିତ କରିଛି। ହସି ହସି ବାପାଙ୍କ ସହିତ ଖେଳୁଥିବା ଶିଶୁଟିଏ ନିଜ ଆଖି ସାମ୍ନାରେ...

Advertisement
Archives

Model This Week