ଖବରଦାତାଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୦ ଅଟକ

ବିଞ୍ଝାରପୁର,୨୧ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅନ୍ୟପକ୍ଷରେ ୨୦ ଜଣ ସହଯୋଗୀଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କୁ ପଚରାଉଚରା ଜାରି ରହିଛି । ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ। ସ୍ଥିତି ପରଖିବା ପାଇଁ ବିଞ୍ଝାରପୁର ଥାନାରେ ପହଞ୍ଚିଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ରବିବାର ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ବର ବୁଥ୍‌ରେ ଖବରଦାତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

ସୂଚନାଯୋଗ୍ୟ, ରବିବାର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟ ବାକ୍ସ ଛଡ଼ାଇ ନେଉଥିଲେ କିଛି ଦୁର୍ବୃତ୍ତ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରୁଥିବାବେଳେ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ। ଏପରିକି ଖବରଦାତାଙ୍କୁ ବାନ୍ଧି ବାଡ଼ାଇବା ସହ ଗାଡ଼ିକୁ ଟେକା ପଥର ମାଡ଼ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖବରଦାତାଙ୍କୁ ଉଦ୍ଧାର କରିଥିଲା।

ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ବରିଷ୍ଠ ଖବରଦାତାମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ। ପରେ ଡିଜିପିଙ୍କ ନିର୍ଦ୍ଦେଶ ପରେ ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଆକ୍ରମଣରେ ସମ୍ପୃକ୍ତ କୁହାଯାଉଥିବା ୨୫ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ। ସେମାନଙ୍କ ମଧ୍ୟାରେ ୫ ଜଣ ମହିଳା ମଧ୍ୟ ରହିଛନ୍ତି। ଏବେ ଏହି ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀ ଲାଲ୍‌ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର  ଓଡ଼ିଆ ବିଭାଗ ମୁଖ୍ୟ  ତଥା ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କୁ...

ସ୍ବାମୀଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କଲେ ସ୍ତ୍ରୀ

ଝାରବନ୍ଧ,୧୮ା୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ସମାରୀ ବରିହା(୩୨)...

ବିଦ୍ୟୁତ୍‌ ଆଘାତରେ ନାବାଳକଙ୍କ ମୃତ୍ୟୁ ଘଟଣା: ୪ ସପ୍ତାହରେ କ୍ଷତିପୂରଣ ଦେବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): କଟକ ଜିଲା ବାଙ୍କୀର ନାବାଳକ ଶଙ୍କର ନାୟକଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କ୍ଷୋଭ ପ୍ରକାଶ...

କାମଧନ୍ଦା ବନ୍ଦ ଯୋଗୁ ପାଇଲେନି ଖାଇବାକୁ: ଭଣ୍ଡାରିପୋଖରୀରୁ ଚାଲି ଚାଲି ଝାଡ଼ଖଣ୍ଡ ବାହାରିଲେ ୪୦ ଶ୍ରମିକ

ବନ୍ତ,୫।୫(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖ ଯାଏ ଲକ୍‌ଡାଉନ୍‌ ରହିବାକୁ ଘୋଷଣା କରିଛନ୍ତି।...

କରୋନା କବଳରେ ବିଶ୍ୱର ୨୧୦ ଦେଶ : ଲକ୍ଷେ ଟପିଲା ମୃତ୍ୟୁ ସଂଖ୍ୟା, ସଂକ୍ରମିତ ମାମଲାରେ ଭାରତର ସ୍ଥାନ ୨୧

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି। ଶନିବାର...

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ

ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ...

ଅପମୃତ୍ୟୁ ମାମଲାର ତଦନ୍ତ ପରେ ହତ୍ୟା ମାମଲା ରୁଜୁ କଲା ପୋଲିସ୍‌

ବୈପାରିଗୁଡା,୨୩ା୬ (ଡି.ଏନ୍‌.ଏ.): ୨ ବର୍ଷ ତଳର ଏକ ଅପମୃତ୍ୟୁ ମାମଲାର ତଦନ୍ତ ପରେ ବୈପାରିଗୁଡା ପୋଲିସ ଏହାକୁ ହତ୍ୟା ମାମଲାରେ ପରିଣତ କରି ଏକ ହତ୍ୟା ମାମଲା...

ବାପାଙ୍କୁ କୋଦାଳରେ ଛେଚି ହତ୍ୟାକଲେ ପୁଅ, ଅଭିଯୁକ୍ତଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

କେନ୍ଦୁଝର, ୩।୧୦(ସ୍ବ.ପ୍ର.): ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ଛେଚି ହତ୍ୟା କଲେ ପୁଅ। ଗୁରୁବାର ମଧ୍ୟାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର...

Advertisement
Archives

Model This Week