Posted inଫୁରସତ

ଚଷମା ପିନ୍ଧି ଭୋଟ ଦେଲେ ଯମଜ

ଅମୃତସର,୨୧।୨: ମତଦାନ ହେଉଛି ପ୍ରତ୍ୟେକ ଭାରତୀୟ ନାଗରୀକଙ୍କ ମୌଳିକ ଅଧିକାର। ମତଦାନ ଯେତିକି ଆବଶ୍ୟକ ଏହାର ଗୋପନୀୟତା ରକ୍ଷା କରିବା ମଧ୍ୟ ସେତିକି ଜରୁରୀ। ରବିବାର ପଞ୍ଜାବରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳୁ ଭୋଟ ଦେବା ପାଇଁ ଅମୃତସର ପୋଲିଂ ବୁଥ୍‌ରେ ପହଞ୍ଚିଥିଲେ ଯମଜ ସୋହନ ଏବଂ ମୋହନ। ଦୁହେଁ ଯମଜ ହେବା ସତ୍ତ୍ୱେ ସେମାନଙ୍କ ଭୋଟ ଦୁଇଟି । ଗୋପନୀୟତା ରକ୍ଷା ଦୃଷ୍ଟିରୁ ଦୁହିଁଙ୍କ ଭୋଟ ଗ୍ରହଣ ବେଳର ଭିଡିଓ ତିଆରି କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ। ଗୋପନୀୟତାକୁ କେନ୍ଦ୍ର କରି ସେମାନଙ୍କ ମତଦାନର ଭିଡିଓ ହେବା ସହ ଦୁଇ ଭାଇଙ୍କୁ ଚଷମା ପିନ୍ଧା ଯାଇଥିଲା, ଯେମିତି କେହି କାହାର ଭୋଟ ଦେଖି ନ ପାରିବେ।
୧୯ ବର୍ଷୀୟ ସୋହନ ଗତବର୍ଷ ଡିସେମ୍ବର ୨୦ ତାରିଖରେ ବିଦ୍ୟୁତ ବିଭାଗରେ ଚାକିରି ପାଇଥିଲେ। ଦୁହିଁଙ୍କ ଶରୀର ପରସ୍ପର ସହ ସଂଲଗ୍ନ ଥିବାରୁ ସୋହନ ଚାକିରି କରୁଥିବାବେଳେ କାମରେ ମୋହନ ତାଙ୍କୁ ସାହାଯ୍ୟ କରନ୍ତି। ୨୦୦୩ ଜୁନ୍‌ ୧୪ ତାରିଖରେ ରାଜଧାନୀ ଦିଲ୍ଲୀରେ ଜନ୍ମ ହୋଇଥିଲେ ସୋହନ-ମୋହନ। ସେମାନଙ୍କ ଶରୀରରେ ଦୁଇଟି ହୃତପିଣ୍ଡ, ବୃକକ, ମେରୁଦଣ୍ଡ ଥିବାବେଳେ ଦୁଇ ଭାଇ ଗୋଟିଏ ଯକୃତ ସାହାଯ୍ୟରେ ଜୀବିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ ସହିତ ଏଭଳି କଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସେ। ଠିକ୍‌ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି ନିର୍ଦ୍ଦୟ ରୂପେ...

ନିମନ୍ତ୍ରଣ କାର୍ଡ ଛାପୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ କନ୍ୟା-ବରଙ୍କ ବୟସ ପ୍ରମାଣ !

ରାଞ୍ଚି,୨୫।୨: ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବାଲ୍ୟ ବିବାହ ଘଟଣା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚାଇଲ୍ଡ ଲାଇନ୍‌ ପକ୍ଷରୁ ଏଭଳି ବିବାହ ରୋକିବା ଲାଗି...

‘ସୁପର ଆନାକୋଣ୍ଡା’ ପରେ ‘ଶେଷନାଗ’

ନୂଆଦିଲ୍ଲୀ: ଯାତ୍ରୀଗଣ…ଏହି ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଆଖି ଆଗରେ ଭାସିଉଠେ ଭାରତୀୟ ରେଳସେବାର ଚିତ୍ର। ତେବେ କରୋନାଜନିତ ଲକ୍‌ଡାଉନ୍‌ ଯୋଗୁ ସବୁଠାରୁ ବେଶି ପ୍ରଭାବିତ...

୩୦୦ କିଲୋ ଯୁବକଙ୍କୁ ଡାକ୍ତରଙ୍କଠାରୁ ମିଳିଥିଲା ଏମିତି ଚେତାବନୀ: ୪ ବର୍ଷ ପରେ…

ନ୍ୟୁୟର୍କ,୧୨।୩: ଆମେରିକାର ମିସିସିପି ସହରରେ ରହୁଥିବା ଜଣେ ଯୁବକ ଚାରି ବର୍ଷରେ ୧୬୫ କିଲୋ ଓଜନ ହ୍ରାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଚାରି ବର୍ଷ ପୂର୍ବେ...

ବିଶ୍ୱର ସବୁଠୁ ପୁରୁଣା ଗଛ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’

ସାଣ୍ଟିଆଗୋ: ସାଧାରଣତଃ ଗଛର ଜୀବନକାଳ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଥିବା ଆମେ ଜାଣିଛେ। ଏପରି କିଛି ଗଛ ଅଛି, ଯାହା ତା’ଠାରୁ ବି ଅଧିକ ବର୍ଷ...

ଚାଲାଣ କଟିବା ଭୟରେ କୁକୁର କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଲୋକମାନେ ସୋସିଆଲ ମିଡିଆରେ କୁକୁର ସହ ଜଡ଼ିତ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି। କାରଣ କୁକୁର ଏମିତି ଏକ ପ୍ରାଣୀ, ଯିଏ କି ମଣିଷର ଅତି...

ହରିଣ ଭାସି ଯାଉଥିବା ବେଳେ ଦେବଦୂତ ସାଜିଲେ ବ୍ୟକ୍ତି, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ...

Advertisement
Archives

Model This Week