ଏଇ ଭାରତରେ

କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ପ୍ରତି ଏବେ ମଧ୍ୟ ସମାଜରେ ଭିନ୍ନ ଚିନ୍ତାଧାରା ବଳବତ୍ତର ରହିଛି। ସେମାନଙ୍କୁ ସାମାଜିକ ସ୍ତରରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଦୈନନ୍ଦିନ ଜୀବନ ଘାତ ପ୍ରତିଘାତ ମଧ୍ୟରେ କଟୁଛି। ହେଲେ ଏସବୁ ସମସ୍ୟା ଦୂର କରିବାକୁ ଦିଲ୍ଲୀର ଜୟା ରଡ୍ଡି ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି। ବିନା ପାରିଶ୍ରମିକରେ ସେ ଦିଲ୍ଲୀର ଆନନ୍ଦ ପର୍ବତ କଲୋନୀରେ ରହୁଥିବା ୫୨ଟି ପରିବାର ପାଇଁ ଦେବଦୂତ ପାଲଟିଛନ୍ତି। ଏହି ପରିବାରର ବହୁ କୁଷ୍ଠ ରୋଗୀ ରହିଛନ୍ତି। ସେମାନେ ଭିକ୍ଷାବୃତ୍ତି ଆପଣାଉଛନ୍ତି। ହେଲେ ବହୁ ସମୟରେ ସେମାନେ ଏହି କାର୍ଯ୍ୟ ନ କରିପାରି ଭୋକରେ ଦିନ କାଟନ୍ତି। ଏହା ଦୂର କରିବା ଲାଗି ଜୟା ସେମାନଙ୍କ ନିକଟରେ ରାଶନ ସାମଗ୍ରୀ ପହଞ୍ଚାଉଛନ୍ତି। ଏପରିକି ରନ୍ଧାଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ସେମାନଙ୍କୁ ହସ୍ପିଟାଲ ନେବା, କୌଣସି ସରକାରୀ ଅଫିସ୍‌ରେ କାର୍ଯ୍ୟ ଥିଲେ ସେଠାରେ ସେମାନଙ୍କ ପାଇଁ ଲାଇନ୍‌ରେ ରହି ତାହା ସମ୍ପାଦନ କରୁଛନ୍ତି। ସେ କୁଷ୍ଠରୋଗୀଙ୍କ ପିଲାମାନଙ୍କୁ ବହି ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଯୋଗାଉଛନ୍ତି। ଜୟାଙ୍କ ବାଲ୍ୟକାଳ କଷ୍ଟରେ କଟିଥିଲା। ତାଙ୍କ ମା’ବାପା ବି କୁଷ୍ଠରୋଗଗ୍ରସ୍ତ ହେବା ଦ୍ୱାରା ଜୟା ସାମାଜିକ ସ୍ତରରେ ଓ ସ୍କୁଲରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ୧୦ମ ଯାଏ ପଢ଼ିବା ପରେ ସେ କୁଷ୍ଠରୋଗୀଙ୍କ ସେବା ଆରମ୍ଭ କରିଥିଲେ। ତେବେ ୨୦ ବର୍ଷ ଧରି ତାଙ୍କର ଏହି ସେବା ଦ୍ୱାରା ବହୁ ପରିବାର ଉପକୃତ ହେବା ସହ ସେମାନଙ୍କ ପିଲାମାନେ ଶିକ୍ଷାର ମୁଖ୍ୟଧାରାରେ ଆଗକୁ ବଢ଼ିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଣିଷଙ୍କ ସେବା ପାଇଁ ସବୁଠି ବିଭିନ୍ନ ଏନ୍‌ଜିଓ ତଥା ବ୍ୟକ୍ତିବିଶେଷ ସମୟ ଦେଉଥିବାବେଳେ ପ୍ରାଣୀଙ୍କ କ୍ଷେତ୍ରରେ ଏହା କମ୍‌ ଦେଖିବାକୁ ମିଳେ। ତେବେ ପ୍ରାଣୀ ସେବାରେ...

ଆଶାର ଅଗ୍ରଦୂତ

ସମଗ୍ର ଦେଶରେ ଏବେ ପୂଜା ଖେଡ୍‌କରଙ୍କ ନାମକୁ ନେଇ ଚର୍ଚ୍ଚା। ବିଶେଷକରି କେନ୍ଦ୍ର ଲୋକ ସେବା ଆୟୋଗ(ୟୁପିଏସ୍‌ସି) ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ...

କାଠଗଡ଼ାରେ ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ

ସତ୍ୟକାମ ମିଶ୍ର   ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ୨୦୨୦ ମସିହାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଏକ ସଂସ୍କାର ଆଣିଥିଲେ। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଶାସନ...

ବିଚାରଧାରାର ଦଳ

ଏକ ନିର୍ଦ୍ଦିଷ୍ଟ ବିଚାରଧାରାକୁ ନେଇ ଗଠିତ ଦଳଗୁଡ଼ିକର ଦୁର୍ବଳ ନେତାମାନେ ସେମାନଙ୍କ ଅପେକ୍ଷା ଅଧିକ କଠୋର ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଯୋଗୁ ସର୍ବଦା ଅସୁରକ୍ଷିତ ରହିଥାନ୍ତି।...

ଏଇ ଭାରତରେ

କୋର୍ଟରେ ଅନେକ ମାମଲା ପଡ଼ିରହୁଛି ଓ ସମାଧାନ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ବେଙ୍ଗାଲୁରର ଏକ ଲିଗାଲ ଷ୍ଟାର୍ଟଅପ ‘ସମ’ ନୂତନ ଅଭିମୁଖ୍ୟ ଆପଣାଇ ମାମଲାଗୁଡ଼ିକର...

ଆମ ସଂସ୍କାର, ଆମ ହାତରେ

ଦୈନନ୍ଦିନ ଜୀବନରେ ଆମେ କରୁଥିବା କିଛି କାର୍ଯ୍ୟ ପଛରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ମହତ୍ତ୍ୱ ରହିଥାଏ, ଯଦି ଓ ଆମେ ସେ ବିଷୟରେ ଅଜ୍ଞ ବା...

ବିକାଶର ସମ୍ଭାବ୍ୟ ପଦକ୍ଷେପ

ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ସହ ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ଭାରତରେ ବାର୍ଷିକ ହାରାହାରି ୧୨୦୦ ମି.ମି. ବୃଷ୍ଟିପାତ ହେଉଥିବା ବେଳେ ଓଡ଼ିଶାରେ...

ନାଇଡୁଙ୍କ ନୂଆ ବ୍ୟବସ୍ଥା

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁ ପଦବୀରେ ଦୃଢ଼ ରହିଛନ୍ତି। ପ୍ରଶାସନରୁ ଆରମ୍ଭକରି ସବୁ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ରାଜ୍ୟ ସରକାର ଏକ ବାର୍ତ୍ତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri