ଫ୍ୟାଶନ୍‌ ମଡେଲିଂରୁ ସରପଞ୍ଚ ପ୍ରାର୍ଥୀ

ବଲାଙ୍ଗୀର ଅଫିସ,୩୧ା୧: ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ପଞ୍ଚାୟତ ଭିନ୍ନ ଏକ ଦିଗରୁ ଚର୍ଚ୍ଚାର ପରିସରକୁ ଆସିଛି। ଏହି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଫ୍ୟାଶନ୍‌ ମଡେଲ ଦୁନିଆର ଜଣେ ଚର୍ଚ୍ଚିତ ଚେହେରା ପ୍ରିୟଙ୍କା ନନ୍ଦ। ୨୦୧୫ମସିହାରେ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ମିସ୍‌ ଫଟୋଜେନିକ୍‌ ଭାବେ ପୁରସ୍କୃତ ହୋଇଥିବା ପ୍ରିୟଙ୍କା ଏବେ ଫ୍ୟାଶନ୍‌୍‌ ଦୁନିଆରୁ ସିଧାସଳଖ ରାଜନୀତି ମଇଦାନକୁ ଆସିଛନ୍ତି। ତାଙ୍କ ପୈତୃକ ଗ୍ରାମ ହେଉଛି ଚୂଡାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢ଼ୁଲୁସର। ତାଙ୍କ ପିତା ସ୍ବର୍ଗତ ରୋହିତ ନନ୍ଦ ଥିଲେ ଭାରତ ସରକାରଙ୍କ ଗୋଳାବାରୁଦ କାରଖାନାର ଜଣେ କର୍ମଚାରୀ। ମାତା ଶୋଭାରାଣୀ ନନ୍ଦ ଏବେ ମଧ୍ୟପ୍ରଦେଶର ଇଟାରସି ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ। ପ୍ରିୟଙ୍କା ଭୋପାଳସ୍ଥିତ ବରକତ୍‌ଉଲ୍ଲା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
ତେବେ ପରିବାର ଲୋକଙ୍କ ପରାମର୍ଶ ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ଭାଗ ନେବାକୁ ସେ ସ୍ବୀକୃତି ପ୍ରଦାନ କରିଥିଲେ। ଉଚ୍ଚଶିକ୍ଷିତା ପ୍ରିୟଙ୍କା ନିଜ ଗଁା ପାଇଁ କିଛି କରିବାର ସଂକଳ୍ପ ନେଇ ରାଜନୀତି ମଇଦାନକୁ ଓହ୍ଳାଇଥିବା କହିଛନ୍ତି। ମଡେଲିଂ କ୍ଷେତ୍ରଠାରୁ ରାଜନୀତି ସମ୍ପୂର୍ଣ୍ଣ ଅଲଗା। ତେବେ ଗଁା ଲୋକଙ୍କ ସେବା କରିବାର ସୁଯୋଗ ଥିବାରୁ ସେ ରାଜନୀତି ମଇଦାନକୁ ଆସିଥିବା କହିଛନ୍ତି। ଲୋକଙ୍କ ଦ୍ୱାରା ବିଜୟୀ ହେଲେ ଚୂଡାପାଲି ଗ୍ରାମ ପଞ୍ଚାୟତକୁ ସବୁଦିଗରୁ ଉନ୍ନତି ପଥରେ ଆଗେଇନେବେ ବୋଲି କହିଛନ୍ତି। ଏବେ ସେ ଘରକୁ ଘର ନିର୍ବାଚନ ପ୍ରଚାରରେ ବୁଲୁଛନ୍ତି। ଲୋକଙ୍କୁ ତାଙ୍କ ମନ କଥା କହି ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଗ୍ଲାମର ଓ ମଡେଲିଂ କ୍ଷେତ୍ରରୁ ଗ୍ରାମ୍ୟ ରାଜନୀତି ମଇଦାନକୁ ଓହ୍ଲାଇଥିବା ପ୍ରିୟଙ୍କା ଏବେ ଅନେକଙ୍କ ପାଇଁ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ର ପାଲିଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?