ବଜେଟକୁ ନେଇ ଆଶା, ଆଶଙ୍କା

ଭୁବନେଶ୍ୱର, ୩୧।୧ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ବଜେଟ ଉପସ୍ଥାପନ କରିବେ। ମହାମାରୀ କରୋନା ପାଇଁ ସମଗ୍ର ଦେଶ ଏବେ ସଙ୍କଟ ସ୍ଥିତିରେ ଗତି କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେକାରି, ଛଟେଇ, କୃଷି, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦେଶବାସୀ। ତେଣୁ ଏସବୁ ସ୍ଥିତିର ସୁଧାର ପାଇଁ କେନ୍ଦ୍ରୀୟ ବଜେଟ୍‌ ବେଶ୍‌ ଗୁରୁତ୍ୱ ବହନ କରୁଥିବାବେଳେ ଓଡ଼ିଶାବାସୀଙ୍କ ମନରେ ନାନା ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ବଜେଟରେ କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଦୋହଲିଯାଇଥିବା ଅର୍ଥ ବ୍ୟବସ୍ଥା ସୁଧାରିବାକୁ କ’ଣ ସବୁ ବ୍ୟବସ୍ଥା ରହିଥିବା ଦରକାର ତାହାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି।
ସବୁ ବର୍ଗର ହାତକୁ ପଇସା ଆସିଲା ଭଳି ବଜେଟ ହେଉ
କେନ୍ଦ୍ର ସରକାର ୨୦୧୬ରେ ନେଇଥିବା ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଆଜି ଦେଶର ଅର୍ଥନୀତି ନିମ୍ନଗାମୀ ହୋଇରହିଛି। ସରକାର ଗୋଟିଏ ଭୁଲ୍‌ର ସୁଧାର ପାଇଁ ଶହେ ଭୁଲ୍‌ ଆଡ଼କୁ ପାଦ ପକାଉଛନ୍ତି; ଯାହାର ପରିଣାମ ଦେଶବାସୀ ବିଗତ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭୋଗୁଛନ୍ତି। ଏଭଳି ସମୟରେ କୋଭିଡ୍‌ ମହାମାରୀ ଉଭୟ ସରକାର ଓ ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ସବୁବର୍ଗର ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ଚଳଚଞ୍ଚଳ ଭାରତୀୟ ବଜାର ମାନ୍ଦା ପଡ଼ିଯାଇଛି। ଆମଦାନୀ ଓ ରପ୍ତାନିରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଛି। ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବଜେଟରେ ସବୁବର୍ଗଙ୍କ ହାତକୁ ପଇସା ଆସିଲା ଭଳି ନୀତି ପ୍ରଣୟନ ସହ ଟିକସ ହ୍ରାସ ଓ ମଞ୍ଜୁରୀ ବୃଦ୍ଧି ଉପରେ ଗୁରୁତ୍ୱ ଦିଅନ୍ତୁ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ମନରେଗା ଭଳି କ୍ଷେତ୍ରଗୁଡ଼ିକ କିପରି ଅଧିକରୁ ଅଧିକ କ୍ରିୟାଶୀଳ ହେବ ସେ ନେଇ ମଧ୍ୟ ବିଚାର କରନ୍ତୁ ବୋଲି ଜନତା ଆଶା ରଖିଛନ୍ତି।
-ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଅର୍ଥମନ୍ତ୍ରୀ
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ଆଣିବାକୁ ବ୍ୟବସ୍ଥା ରହିବା ଦରକାର
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରେଳ ଭିତ୍ତିଭୂମି କମ୍‌ ରହିଛି। ସେହିପରି ଅଛେଦିନ୍‌ ଆସିବା ନାମରେ ଏଠାରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗାମାଡ଼ ହେଉଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ସବୁକିଛି ଚଢ଼ା ଦରରେ ବିକ୍ରି ହେଉଛି। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ଆଣିବା ଲାଗି ବଜେଟରେ ଆବଶ୍ୟକ ବ୍ୟବସ୍ଥା ରହିବା ଦରକାର। ଏଥରର ବଜେଟ୍‌ ଅନ୍ତତଃ ସାଧାରଣ ବା ଗରିବ ଶ୍ରେଣୀର ଲୋକଙ୍କୁ ସୁହାଇବା ଭଳି ହେବା ଆବଶ୍ୟକ।
-ଚିତ୍ତରଞ୍ଜନ ପଟ୍ଟନାୟକ, ଅଧ୍ୟାପକ
ବଜେଟ ଲୋକାଭିମୁଖୀ ହେଉ
ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଚଳିତ ବର୍ଷର ବଜେଟ ଲୋକାଭିମୁଖୀ ହେବା ଦରକାର। ବ୍ୟାଙ୍କ ଫିକ୍ସଡ୍‌ ଡିପୋଜିଟ୍‌ରେ ସୁଧ ହାର ବଢ଼ିବା ଆବଶ୍ୟକ। ଏହାଦ୍ୱାରା ବ୍ୟାଙ୍କରେ ଟଙ୍କା ରଖିଥିବା ଅବସରପ୍ରାପ୍ତ ବରିଷ୍ଠ ନାଗରିକମାନେ ବିଶେଷ ଉପକୃତ ହୋଇ ପାରିବେ। ସେହିପରି ଇନକମ୍‌ ଟାକ୍ସ ବିଭାଗରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ରିହାତି ମିଳିବା ଆବଶ୍ୟକ। ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଯିବା ସହ ଡିଜେଲ ଉପରୁ କେନ୍ଦ୍ରୀୟ ଟିକସ କମାଯାଉ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ କମିପାରିବ।
-ଅନୁପମ୍‌ ମହାନ୍ତି, ଆଇନଜୀବୀ
ମଧ୍ୟବିତ୍ତଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉ
ବଜେଟରେ ପ୍ରଥମେ ସାଧାରଣ ଲୋକ ବିଶେଷକରି ମଧ୍ୟବିତ୍ତଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯିବା ଦରକାର। ଏବେ ମହଙ୍ଗା ମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗିଦେବାକୁ ବସିଲାଣି। ଡାଲିଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ହୋଇଛି। ଅପରପକ୍ଷେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୧ହଜାର ଟଙ୍କା ଛୁଇଁବାକୁ ବସିଲାଣି। ଧନୀ ଶ୍ରେଣୀର ଲୋକଙ୍କୁ ଏହାର କୌଣସି ପ୍ରଭାବ ପଡୁ ନ ଥିବାବେଳେ ସହରରେ ରହୁଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କର ଗ୍ୟାସ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।
-ପୁଷ୍ପଲତା ମହାନ୍ତି, ଗୃହିଣୀ
ନିଯୁକ୍ତି ସୁଯୋଗ ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଦୃଷ୍ଟି ରହୁ
କେବଳ ସରକାରୀ ଚାକିରିଆଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନ କରି ଗ୍ରାମ୍ୟ ଅର୍ଥନୀତିକୁ ସୁଧାରିବା, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିବା ଦରକାର। ମହାମାରୀ କରୋନା ପାଇଁ ବେକାରି ଓ ଛଟେଇ ସମସ୍ୟା ଦେଖାଯାଉଛି। ତେଣୁ ଏହା ଉପରେ ବିଶେଷ ଦୃଷ୍ଟି ଦିଆଯିବା ଦରକାର। ସେହିପରି ସ୍ବାସ୍ଥ୍ୟ ଭିତ୍ତିଭୂମି ଦୃଢ଼ୀକରଣ, ଟେଲି ମେଡିସିନ ସହ ଜରୁରିକାଳୀନ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ମିଳିବା ଆବଶ୍ୟକ।
-ମହେଶ କୁମାର, ଛାତ୍ର
ନୂଆ ଯୋଜନା ଘୋଷଣା ସମ୍ଭାବନା କମ୍‌
ଲୋକଙ୍କୁ ଖୁସି କଲା ଭଳି ନୂଆ ଯୋଜନା ଘୋଷଣାର ସମ୍ଭାବନା କମ୍‌ ରହିଛି। ତେବେ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନଜୀବିକା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସ୍ବାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରିବାକୁ ପଡ଼ିବ। ବ୍ଲକ୍‌ ସ୍ତରରେ କିପରି ଲୋକେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ସେ ଦିଗରେ ପଦକ୍ଷେପ ନେବା ଜରୁରୀ। ବର୍ତ୍ତମାନ ଅନ୍‌ଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଆବଶ୍ୟକ। ପଞ୍ଚାୟତ ସ୍ତରରେ ଗ୍ରାମୋଦ୍ୟୋଗ ସୃଷ୍ଟି ଉପରେ ସରକାର ଚିନ୍ତା କରିବା ଉଚିତ।
-ଅମରେନ୍ଦ୍ର ଦାସ, ପ୍ରାଧ୍ୟାପକ, ନାଇଜର
ବରିଷ୍ଠଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହୁ
କରୋନା ପାଇଁ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ବର୍ଗର ଲୋକଙ୍କ ଜୀବନଜୀବିକା ଗୁରୁତର ପ୍ରଭାବିତ ହୋଇଛି। ଏମାନଙ୍କ ସ୍ଥିତିରେ ସୁଧାର ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ସେହିଭଳି ବରିଷ୍ଠ ନାଗରିକଙ୍କ ପାଇଁ ବଜେଟାରୀ ପ୍ରୋଭିଜନ ରହିବା ଦରକାର। ସେମାନଙ୍କ ସୋସିଆଲ ସିକ୍ୟୁରିଟି ପେନ୍‌ସନ୍‌ ବୃଦ୍ଧି କରାଯିବାକୁ ମଧ୍ୟ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ଆବଶ୍ୟକ।
– ଭାରତୀ ଚକ୍ର, ସାମାଜିକକର୍ମୀ
ରୋଜଗାର ବୃଦ୍ଧି, ଟିକସ ହ୍ରାସକୁ ପ୍ରାଥମିକତା ଦିଆଯାଉ
କୋଭିଡ୍‌ ମହାମାରୀ ଯୋଗୁ ସବୁ ବର୍ଗର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବା ସହ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଦିନ କାଟୁଛନ୍ତି। ରୋଜଗାର ବୃଦ୍ଧି ଓ ଟିକସ ହ୍ରାସକୁ ସରକାର ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଭିତ୍ତିଭୂମିକୁ ମଧ୍ୟ ଅଧିକରୁ ଅଧିକ କ୍ରିୟାଶୀଳ କରାଯାଉ ବୋଲି ସବୁ ବର୍ଗ ଆଶାପୋଷଣ କରିଛନ୍ତି।
-ବିଚିତ୍ର ନାରାୟଣ ମିଶ୍ର, ବ୍ୟବସାୟୀ
ବିକାଶମୁଖୀ ବଜେଟ ଆସିବ ବୋଲି ଆଶା
ସରକାର ସବୁ ସମୟରେ ଉଭୟ ଉଚ୍ଚ ଓ ନିମ୍ନ ବର୍ଗର ଲୋକଙ୍କ ସୁବିଧା ପାଇଁ ବଜେଟରେ ଅନେକ ଯୋଜନା ଓ ସୁବିଧା ସାଙ୍ଗକୁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି। ହେଲେ ଅଧିକ ଟିକସ ମିଳୁଥିବା ମଧ୍ୟମ ବର୍ଗଙ୍କ ପାଇଁ କୌଣସି ସୁବିଧା ପ୍ରଦାନ କରୁ ନାହାନ୍ତି। କୋଭିଡ୍‌ ସମୟରେ ସର୍ବାଧିକ କ୍ଷତି ମଧ୍ୟମ ବର୍ଗ ଲୋକଙ୍କର ହୋଇଛି। ଟିକସ ହ୍ରାସ ସାଙ୍ଗକୁ ମଧ୍ୟମ ବର୍ଗର ବିକାଶ କିପରି ହୋଇପାରିବ ସେ ନେଇ ସରକାର ବିଚାର କରିବା ସହ ଏକ ବିକାଶମୁଖୀ ବଜେଟ ଆଣିବେ ବୋଲି ମୋର ଆଶା।
-ଅକ୍ଷୟ ଦାସ, ଆଇନଜୀବୀ
କୃଷି ପାଇଁ ଅଧିକ ଅର୍ଥବ୍ୟବସ୍ଥା ହୋଇପାରେ
କୋଭିଡ୍‌ ପାଇଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶର ଅର୍ଥନୀତି ମାନ୍ଦା ରହିଛି। ସରକାର ବଜେଟ ଉପସ୍ଥାପନ ପୂର୍ବରୁ ସମାଜର ସବୁବର୍ଗର ଲୋକଙ୍କ ଆଶା ପୂରଣ କରିବେ ବୋଲି ଆକଳନ କରାଯାଉଛି। କରଦାତାମାନେ ମଧ୍ୟ ଚଳିତ ବଜେଟରୁ କିଛି ସୁବିଧା ସୁଯୋଗ, ପ୍ରୋତ୍ସାହନ ଓ କର ରିହାତି ଆଶା କରିଛନ୍ତି। କୃଷି କ୍ଷେତ୍ରରେ ବିକାଶ ପାଇଁ ବଜେଟରେ ଅଧିକ ଅର୍ଥବ୍ୟବସ୍ଥା ଓ ଉତ୍ପାଦନ ଖର୍ଚ୍ଚ ଅଟକଳ ବଢ଼ିପାରେ। ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇ ବଜେଟରେ ଅତିରିକ୍ତ ଅର୍ଥ ବ୍ୟବସ୍ଥା ହୋଇପାରେ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ କିଛି ଅଧିକ ଅର୍ଥ ବରାଦ ହେବାର ସମ୍ଭାବନା ରହିଛି।
-ଶରତ ଦାସ, ପୂର୍ବତନ ଆୟକର କମିଶନର


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?