ଏଇ ଭାରତରେ

ନରେନ୍‌ ହାଁସଦ। ସମର୍ପିତ ଜୀବନର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ପଶ୍ଚିମବଙ୍ଗର ସାନ୍ତାଳି ଲୋକ ସଙ୍ଗୀତର ଗାୟକ ନରେନ୍‌ କେବଳ କଳା କ୍ଷେତ୍ରରେ ସୀମିତ ରହିନାହାନ୍ତି, ସେ ସାମାଜିକ ସେବା ଓ ବନୀକରଣକୁ ବି ବ୍ରତ ଭାବେ ଗ୍ରହଣ କରିଛନ୍ତି। ‘ସିଡୋକାହ୍ନୁ ମିଶନ’ ମାଧ୍ୟମରେ ତାଙ୍କ ଅଭିଯାନ ଚଳାଇଛନ୍ତି। ସିଡୋ କାହ୍ନୁ ମିଶନ୍‌ ସ୍କୁଲ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଉକ୍ତ ସ୍କୁଲ୍‌ରେ ୪୦୦ରୁ ଊର୍ଦ୍ଧ୍ୱ ଅସହାୟ ଛାତ୍ର ମାଗଣାରେ ପଢୁଛନ୍ତି। ନରେନ୍‌ ୩୦ଜଣ ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେ ଅଷ୍ଟମ ଯାଏ ପଢ଼ିଛନ୍ତି। ୨୦୧୨ରେ ପୈତୃକ ଗାଁ ଜାହାଜପୁର ଛାଡ଼ି ପୁରୁଲିଆ ଜିଲାର ଅଯୋଧ୍ୟା ପାର୍ବତ୍ୟାଞ୍ଚଳରେ ରହୁଛନ୍ତି । କଳାକାର ଲସାରାମ ଟୁଟୁଙ୍କଠାରୁ ମ୍ୟୁଜିକ୍‌ ଶିକ୍ଷା କରିବାକୁ ସେଠାକୁ ଯାଇଥିଲେ। ପରେ ଲସାରାମ ଭାଲିଡୁଙ୍ଗ୍ରି ଗାଁରେ ନରେନ୍‌ଙ୍କୁ ଅଧ ଏକର ଜମି ଦେବା ପରେ ସେ ସେଠାରେ ରହୁଛନ୍ତି । ପଶ୍ଚିମବଙ୍ଗ ସମେତ ଝାଡ଼ଖଣ୍ଡ, ବିହାର, ଦିଲ୍ଲୀ, ପଞ୍ଜାବ ଏବଂ ମହାରାଷ୍ଟ୍ରରେ ନରେନ୍‌ ଲୋକଗୀତ ପ୍ରଦର୍ଶନ କରୁଛନ୍ତି। କଳାର ବିକାଶ, ଅସହାୟ ପିଲାମାନଙ୍କ ଯନତ୍ ସହିତ ୪୩ ଏକର ଜମିରେ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି ନରେନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri