ଗାଁ ସମସ୍ୟା ନେଇ ରାସ୍ତାରେ ଯୁବତୀ

କେନ୍ଦୁଝର,୧୯ା୧(ସ୍ବ.ପ୍ର.): ବାରମ୍ବାର ଗୁହାରୀ ସତ୍ତ୍ୱେ ଗାଁର ସମସ୍ୟା ସୁଧୁରିଲାନି। ନେତାଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ କେହି ଏଥିପ୍ରତି ଗୁରୁତ୍ୱ ଦେଲେନି। ଶେଷରେ ନିରୁପାୟ ହୋଇ ଜଣେ ସଚେତନଶୀଳ ଯୁବତୀ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ସକାଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଧାରଣାରେ ବସି ସମସ୍ୟା ସମାଧାନ ପାଇଁ ସେ ଅଡ଼ି ବସିଥିଲେ। ଗାଁ ପ୍ରତି ତାଙ୍କ ଭଲ ପାଇବା ଦେଖି ଜିଲାପାଳ ଆଶିଷ ଠାକ୍‌ରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିବା ଜଣାପଡ଼ିଛି। ମା’ବାପାଙ୍କୁ ହରାଇ ଏକାକୀ ଜୀବନ କାଟୁଥିବା ଏହି ଯୁବତୀ ଜଣକ ହେଲେ ଜାନକୀ ନାୟକ। ତାଙ୍କ ଘର କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବଡବିଲ ପଞ୍ଚାୟତ ଅଧୀନ ଟଭାସରୁଆ ଗ୍ରାମ ତଳ ସାହିରେ। ଗତ କିଛି ବର୍ଷ ହେଲା ଗାଁ ସମସ୍ୟା ନେଇ ସେ ଏହିଭଳି ସ୍ବର ଉତ୍ତୋଳନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି।
ଜାନକୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସାହିରେ ୮ ଗରିବ ପରିବାର ରହୁଛନ୍ତି। ସାହିରେ ପାନୀୟ ଜଳ ସମସ୍ୟା ସାଙ୍ଗକୁ ବିଦ୍ୟୁତ୍‌ ସମସ୍ୟା ରହିଥିଲେ ହେଁ ସମାଧାନ ହେଉନାହିଁ। ସାହିକୁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନାହିଁ। ପାଣି ସୁବିଧା ନ ଥିବାରୁ ଲୋକେ ପାଖ ଖଜୁରିଡିହା ନାଳରୁ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗତ ବର୍ଷ ଉକ୍ତ ଗ୍ରାମରେ ଥିବା ସୋଲାର ପାଣି ଟାଙ୍କିରେ ଜଣେ ଅଣଆଦିବାସୀ ମଳତ୍ୟାଗ କରିଦେବାରୁ ସାହିର ଲୋକେ ଅକଥନୀୟ ସମସ୍ୟା ଭୋଗିଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ମଳତ୍ୟାଗ କରିଥିବା ଉକ୍ତ ବ୍ୟକ୍ତି ଜଣକ ଚୁକ୍ତିନାମା ଲେଖି ଉକ୍ତ ସ୍ଥାନ ସଫା କରିବା ସହ ଜରିମାନା ଦେଇଥିଲେ ବୋଲି ଜାନକୀ କହିଛନ୍ତିି। ଅନାଥ ଜାନକୀ ବାଡ଼ିବଗିଚା କାମ କରି ଚଳନ୍ତି। ତେବେ ଗାଁ ଲୋକଙ୍କ ହିତ ପାଇଁ ସେ ଏହିଭଳି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri