ଗାଁ ସମସ୍ୟା ନେଇ ରାସ୍ତାରେ ଯୁବତୀ

କେନ୍ଦୁଝର,୧୯ା୧(ସ୍ବ.ପ୍ର.): ବାରମ୍ବାର ଗୁହାରୀ ସତ୍ତ୍ୱେ ଗାଁର ସମସ୍ୟା ସୁଧୁରିଲାନି। ନେତାଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ କେହି ଏଥିପ୍ରତି ଗୁରୁତ୍ୱ ଦେଲେନି। ଶେଷରେ ନିରୁପାୟ ହୋଇ ଜଣେ ସଚେତନଶୀଳ ଯୁବତୀ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ସକାଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଧାରଣାରେ ବସି ସମସ୍ୟା ସମାଧାନ ପାଇଁ ସେ ଅଡ଼ି ବସିଥିଲେ। ଗାଁ ପ୍ରତି ତାଙ୍କ ଭଲ ପାଇବା ଦେଖି ଜିଲାପାଳ ଆଶିଷ ଠାକ୍‌ରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିବା ଜଣାପଡ଼ିଛି। ମା’ବାପାଙ୍କୁ ହରାଇ ଏକାକୀ ଜୀବନ କାଟୁଥିବା ଏହି ଯୁବତୀ ଜଣକ ହେଲେ ଜାନକୀ ନାୟକ। ତାଙ୍କ ଘର କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବଡବିଲ ପଞ୍ଚାୟତ ଅଧୀନ ଟଭାସରୁଆ ଗ୍ରାମ ତଳ ସାହିରେ। ଗତ କିଛି ବର୍ଷ ହେଲା ଗାଁ ସମସ୍ୟା ନେଇ ସେ ଏହିଭଳି ସ୍ବର ଉତ୍ତୋଳନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି।
ଜାନକୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସାହିରେ ୮ ଗରିବ ପରିବାର ରହୁଛନ୍ତି। ସାହିରେ ପାନୀୟ ଜଳ ସମସ୍ୟା ସାଙ୍ଗକୁ ବିଦ୍ୟୁତ୍‌ ସମସ୍ୟା ରହିଥିଲେ ହେଁ ସମାଧାନ ହେଉନାହିଁ। ସାହିକୁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନାହିଁ। ପାଣି ସୁବିଧା ନ ଥିବାରୁ ଲୋକେ ପାଖ ଖଜୁରିଡିହା ନାଳରୁ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗତ ବର୍ଷ ଉକ୍ତ ଗ୍ରାମରେ ଥିବା ସୋଲାର ପାଣି ଟାଙ୍କିରେ ଜଣେ ଅଣଆଦିବାସୀ ମଳତ୍ୟାଗ କରିଦେବାରୁ ସାହିର ଲୋକେ ଅକଥନୀୟ ସମସ୍ୟା ଭୋଗିଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ମଳତ୍ୟାଗ କରିଥିବା ଉକ୍ତ ବ୍ୟକ୍ତି ଜଣକ ଚୁକ୍ତିନାମା ଲେଖି ଉକ୍ତ ସ୍ଥାନ ସଫା କରିବା ସହ ଜରିମାନା ଦେଇଥିଲେ ବୋଲି ଜାନକୀ କହିଛନ୍ତିି। ଅନାଥ ଜାନକୀ ବାଡ଼ିବଗିଚା କାମ କରି ଚଳନ୍ତି। ତେବେ ଗାଁ ଲୋକଙ୍କ ହିତ ପାଇଁ ସେ ଏହିଭଳି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ

ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି…

ଗଞ୍ଜାମ ମହାବିଦ୍ୟାଳୟକୁ ବଡ଼ ସଫଳତା: ୮ ଏନ୍‌ସିସି କ୍ୟାଡେଟ ଅଗ୍ନିବୀର ମନୋନୀତ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍‌ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ…

ପରିବେଶର ସନ୍ତୁଳନ ରକ୍ଷା ନିହାତି ଆବଶ୍ୟକ: ଔଷଧୀୟ ଚାରା ରୋପଣ

ଦିଗପହଣ୍ଡି,୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri