ଏଇ ଭାରତରେ

ଆଦିବାସୀ ଝିଅମାନଙ୍କୁ ଭଲ ଖେଳାଳି କରିବାର ପ୍ରତିବଦ୍ଧତା ଫୁଟବଲ ଖେଳାଳି ଆନନ୍ଦ କୁମାର ଗୋପେଙ୍କୁ ନୂଆ ପରିଚୟ ଦେଇଛି। ରାଞ୍ଚି ନିକଟସ୍ଥ କର୍ମା ଗାଁରେ ଆନନ୍ଦଙ୍କ ଜନ୍ମ। ଏହା ଏକ ଆଦିବାସୀବହୁଳ ଗାଁ। ପାରିବାରିକ କଟକଣା ଯୋଗୁ ଏହି ଗାଁରେ ଝିଅମାନେ କେବେ ବି ଖେଳୁ ନ ଥିଲେ । ତେବେ ମାତାପିତାଙ୍କୁ ବୁଝାଇବା ପରେ ୨୦୧୩ରେ ସେ ପ୍ରଥମେ ୧୫ ଜଣ ଝିଅଙ୍କୁ ଖେଳାଇବା ଆରମ୍ଭ କରିଥିଲେ। ସେବେଠାରୁ ଏଯାବତ ସେ ତାଙ୍କ ଗାଁର ୨୫୦ ଝିଅଙ୍କୁ ଫୁଟବଲ୍‌ ପ୍ରଶିକ୍ଷଣ ଦେଇସାରିଲେଣି। ଏମାନଙ୍କ ମଧ୍ୟରୁ ୬ ଜଣ ଝିଅ ୧୭ ବର୍ଷରୁ କମ୍‌ ବର୍ଗରେ ଜାତୀୟ ଦଳରେ ସାମିଲ ହେବା ସହ ୮ ଜଣ ଜାତୀୟ ଦଳରେ ଖେଳି ସାରିଛନ୍ତି। ଆନନ୍ଦ ରାଞ୍ଚି ଲିଗ୍‌ ଏବଂ ଜିଲା ସ୍ତରୀୟ ଫୁଟବଲ ଖେଳିବା ପରେ ପରିବାର ପ୍ରତିପୋଷଣ ଭାର ପଡ଼ିବାରୁ ଆଉ ଆଗକୁ ବଢିପାରିଲେ ନାହିଁ। ହେଲେ ଅନ୍ୟମାନଙ୍କ ଜୀବନରେ ଏଭଳି ନ ଘଟୁ, ସେଥିପାଇଁ ସେ ଉଦ୍ୟମ କରି ସଫଳତା ପାଇବାରେ ଲାଗିଛନ୍ତି। କର୍ମା ଗାଁରେ ପଢା ଛାଡ଼ିଥିବା କିମ୍ବା ଆଦୌ ସ୍କୁଲ ଯାଉ ନ ଥିବା ଝିଅଙ୍କୁ କମ୍‌ ବୟସରେ ବାହା କରିଦିଆଯାଇ ରାଜସ୍ଥାନ ଏବଂ ହରିୟାଣାକୁ ପଠାଇ ଦିଆଯାଉଥିଲା। ତେବେ ଆନନ୍ଦଙ୍କ ଉଦ୍ୟମ ଯୋଗୁ ଏହା ବନ୍ଦ ହେବା ସହ ପଢ଼ାରୁ ଦୂରେଇ ଯାଇଥିବା ଅନେକ ଝିଅଙ୍କୁ ପଢ଼ାଇବାରେ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?