ଏଇ ଭାରତରେ

ସରକାରୀ ହେଉ କି ବେସରକାରୀ, ସବୁଠି ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରାଯାଉଛି। କିନ୍ତୁ ‘ରାସ୍ତା ଖୋଲା’ ଅଭିଯାନ ନାଁ କେବେ ଶୁଣିଛନ୍ତି କି। ଏଭଳି ଅଭିଯାନ ଆରମ୍ଭ ହୋଇଛି ରାଜସ୍ଥାନର ନାଗୌର ଜିଲାରେ। ନାଗୌର ଜିଲାପାଳ କୁମାର ସୋନି ଏହା ଚଳାଇ ଗ୍ରାମାଞ୍ଚଳ ଲୋକଙ୍କୁ ଗମନାଗମନ ସୁବିଧା ଯୋଗାଇ ଦେଉଛନ୍ତି। ଜବରଦଖଲରେ ଥିବା ଗ୍ରାମ୍ୟରାସ୍ତା ଖୋଲି ସେହି ଗାଁର କୃତିତ୍ୱ ଅର୍ଜନ କରିଥିବା ମହିଳା ବା ଝିଅଙ୍କ ନାମରେ ନାମିତ କରୁଛନ୍ତି। ଏବେ ସୁଦ୍ଧା ସେ ୩୮ଟି ରାସ୍ତା ଖୋଲି ସାରିଲେଣି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ରାସ୍ତା ଖୋଲା ହେବା ପରେ ସେଠାରେ ଏକ ପଥର ପୋତି ତିଆଯାଉଛି ଓ ସେଥିରେ ରାସ୍ତାର ସବୁ ବିବରଣୀ ଉଲ୍ଲେଖ ରହୁଛି। ଏହାକୁ ‘ବିଦ୍ୟା ଗୌରବ ପଟିକା’ କୁହାଯାଉଛି। କେବଳ ଶିକ୍ଷା ଓ ଖେଳରେ କୃତିତ୍ୱ ଲାଭ କରିଥିବା ମହିଳା କିମ୍ବା ଝିଅଙ୍କ ନାମ ଏହି ପଥରରେ ଲେଖାଯାଉଛି। ଏହି ପଥରରେ ଜିପିଏସ୍‌ ଟ୍ରାକିଂ ସିଷ୍ଟମ ରହୁଛି। ରାସ୍ତାକୁ ଭଙ୍ଗାଭଙ୍ଗି କଲେ ତାହା ସ୍ଥାନୀୟ ଥାନାକୁ ସୂଚନା ଦେଇପାରୁଛି। ଗାଁରେ ମହିଳା ଓ ଝିଅଙ୍କ ନାମରେ ରାସ୍ତା ନାମିତ କରାଗଲେ ସେହି ଗାଁର ଲୋକମାନେ ରାସ୍ତାର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି କହନ୍ତି ଜିଲାପାଳ କୁମାର ସୋନି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରଦୂଷଣ ରୋକିବାରେ କେରଳର ଗୋଟିଏ ଦମ୍ପତିଙ୍କ ଅଭିନବ ଉପାୟ ଏକ ଉଦାହରଣ ସୃଷ୍ଟି କରିଛି। ବିନୟ କୁମାର ବାଲ୍‌କ୍ରିଷ୍ଣନ ଏବଂ ତାଙ୍କ ସ୍ତ୍ରୀ ଇନ୍ଦିରା ଗହମ...

ଏଇ ଭାରତରେ

ଆଦିବାସୀ ଓ ଅସହାୟ ସମୁଦାୟଙ୍କ ପିଲା ଏବଂ ଅନାଥମାନଙ୍କ ଆଶାବାଡ଼ି ପାଲଟିଛନ୍ତି ପୁଡୁଚେରୀର ଆଲିସ୍‌ ଥୋମାସ୍‌। ସେ ଦୀର୍ଘ ୩୨ ବର୍ଷ ହେଲା ଏଭଳି ପିଲାମାନଙ୍କୁ...

ମହାକାଶ କନ୍ୟା

ବ୍ୟକ୍ତିତ୍ୱ/ ଶିବ ପ୍ରସାଦ ପୁହାଣ ପିଲାଦିନୁ କ୍ରିଷ୍ଟିନା ମହାକାଶ ଯିବାର ସ୍ବପ୍ନ ଦେଖିଥିଲେ। ତାହା ୧୪ ମାର୍ଚ୍ଚ, ୨୦୧୯ରେ ସାକାର ହୋଇଥିଲା। ଏହି ଦିନ ସେ...

ଆତ୍ମଚିନ୍ତନର ସମୟ

ଡ. ଅଜୟ କୁମାର ନନ୍ଦ   ଆମ ଦେଶରେ ଏ ବର୍ଷ ମଧ୍ୟ ଦ୍ୱିତୀୟ ଥର ପାଇଁ କୋଭିଡ୍‌ କଟକଣା ମଧ୍ୟରେ ପାଳିତ ହେଉଛି ସାଧାରଣତନ୍ତ୍ର...

ଭୁଲ୍‌ ସମୟ, ଭୁଲ୍‌ କଥା

ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ତଥା ମାନବ ଅଧିକାର କର୍ମୀ ଇନ୍ଦିରା ଜୟସିଂ ଏକ ଟୁଇଟ୍‌ ମାଧ୍ୟମରେ ନିର୍ଭୟାର ମା’ ଆଶା ଦେବୀଙ୍କୁ ବଳାତ୍କାରୀ ହତ୍ୟାକାରୀଙ୍କୁ କ୍ଷମା...

କରୋନା କାଳରେ ମୃତକ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ରିଷି କପୁର (୧୯୫୨-୨୦୨୦) ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ଅତି କମ୍‌ ବୟସରେ ସେ ଫିଲ୍ମ ‘ବବି’ରେ ଅଭିନୟ କରି ଦର୍ଶକମାନଙ୍କ,...

କିଏ ଉପାସ୍ୟ-ପ୍ରକୃତି ନା ପରମାତ୍ମା

ଶ୍ରୀ ସନ୍ନ୍ୟାସୀ ଈଶ୍ୱର ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପୃଥିବୀ, ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ...

ଶିକ୍ଷା ଓ ଅନୁସନ୍ଧାନ- ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି ମୂଳ ଲକ୍ଷ୍ୟ

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ସୋଆ...

Advertisement
Archives

Model This Week