ଏଇ ଭାରତରେ

ସରକାରୀ ହେଉ କି ବେସରକାରୀ, ସବୁଠି ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରାଯାଉଛି। କିନ୍ତୁ ‘ରାସ୍ତା ଖୋଲା’ ଅଭିଯାନ ନାଁ କେବେ ଶୁଣିଛନ୍ତି କି। ଏଭଳି ଅଭିଯାନ ଆରମ୍ଭ ହୋଇଛି ରାଜସ୍ଥାନର ନାଗୌର ଜିଲାରେ। ନାଗୌର ଜିଲାପାଳ କୁମାର ସୋନି ଏହା ଚଳାଇ ଗ୍ରାମାଞ୍ଚଳ ଲୋକଙ୍କୁ ଗମନାଗମନ ସୁବିଧା ଯୋଗାଇ ଦେଉଛନ୍ତି। ଜବରଦଖଲରେ ଥିବା ଗ୍ରାମ୍ୟରାସ୍ତା ଖୋଲି ସେହି ଗାଁର କୃତିତ୍ୱ ଅର୍ଜନ କରିଥିବା ମହିଳା ବା ଝିଅଙ୍କ ନାମରେ ନାମିତ କରୁଛନ୍ତି। ଏବେ ସୁଦ୍ଧା ସେ ୩୮ଟି ରାସ୍ତା ଖୋଲି ସାରିଲେଣି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ରାସ୍ତା ଖୋଲା ହେବା ପରେ ସେଠାରେ ଏକ ପଥର ପୋତି ତିଆଯାଉଛି ଓ ସେଥିରେ ରାସ୍ତାର ସବୁ ବିବରଣୀ ଉଲ୍ଲେଖ ରହୁଛି। ଏହାକୁ ‘ବିଦ୍ୟା ଗୌରବ ପଟିକା’ କୁହାଯାଉଛି। କେବଳ ଶିକ୍ଷା ଓ ଖେଳରେ କୃତିତ୍ୱ ଲାଭ କରିଥିବା ମହିଳା କିମ୍ବା ଝିଅଙ୍କ ନାମ ଏହି ପଥରରେ ଲେଖାଯାଉଛି। ଏହି ପଥରରେ ଜିପିଏସ୍‌ ଟ୍ରାକିଂ ସିଷ୍ଟମ ରହୁଛି। ରାସ୍ତାକୁ ଭଙ୍ଗାଭଙ୍ଗି କଲେ ତାହା ସ୍ଥାନୀୟ ଥାନାକୁ ସୂଚନା ଦେଇପାରୁଛି। ଗାଁରେ ମହିଳା ଓ ଝିଅଙ୍କ ନାମରେ ରାସ୍ତା ନାମିତ କରାଗଲେ ସେହି ଗାଁର ଲୋକମାନେ ରାସ୍ତାର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି କହନ୍ତି ଜିଲାପାଳ କୁମାର ସୋନି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri