Posted inଭଦ୍ରକ

କ୍ରାନ୍ତି ଦିବସରେ ୩ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଧାମନଗର, ୧୦ା୮(ଡି.ଏନ.ଏ.)-କ୍ରାନ୍ତି ଦିବସ ଉପଲକ୍ଷେ ଭଦ୍ରକ ଜିଲା ଧାମନଗର ବ୍ଲକର ୩ଜଣ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂଗ୍ରାମୀ ରାମହରି ଗୋସ୍ବାମୀ, ବ୍ରଜକିଶୋର ରାଉତ ଏବଂ ଗୌରିଶ୍ୟାମ ଗୋସ୍ବାମୀଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଓ ଉପଢୌକନ ଜିଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଛି।

ବରିଷ୍ଠ ସଂଗ୍ରାମୀ ଭାବେ ଧାମନଗର ବ୍ଲକର ଏହି ୩ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। କୋଭିଡ୍‌ କାରଣରୁ ସେମାନଙ୍କୁ ଦିଲ୍ଲୀ ଯିବା ପାଇଁ ଅନୁମତି ମିଳି ନ ଥିଲା। ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ସମ୍ମାନିତ କରିବା ପାଇଁ ସ୍ବୀକୃତି ମିଳିଥିଲା। ରବିବାର ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଏଡିଏମ ଶ୍ୟାମାଭକ୍ତ ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲକ ଚନ୍ଦ୍ର ବେହେରା, ବିଡିଓ ଦୁର୍ଗାଚରଣ ମୁର୍ମୁ, ଧୂଷରୀ ଥାନା ଏସ୍‌ଆଇ ଦୁଷ୍ମନ୍ତ କୁମାର ଦାସ ସୂର୍ଯ୍ୟପୁରରେ ପହଞ୍ଚି ପ୍ରଥମେ ରାମହରି ଗୋସ୍ବାମୀ ଏବଂ ଗୌରୀଶ୍ୟାମ ଗୋସ୍ବାମୀଙ୍କୁ ଭେଟି ସମ୍ମାନିତ କରିଥିଲେ। ଏହାପରେ ଧାମନଗର ଥାନା ଆଇଆଇସି ରତିକାନ୍ତ ଗିରିଙ୍କ ସମେତ ଅଧିକାରୀମାନେ କମାରବନ୍ଧ ଗ୍ରାମକୁ ଯାଇ ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କୁ ସମ୍ମାନିତ କରିଥିଲେ। ଏହାପରେ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା ମଧ୍ୟ ସଂଗ୍ରାମୀମାନଙ୍କ ଘରକୁ ଯାଇ ସମ୍ମାନିତ କରିଥିଲେ। ସେହିପରି କଂଗ୍ରେସ ଦଳ ତରଫରୁ ସୂର୍ଯ୍ୟପୁରର ଦୁଇଜଣ ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। ପିସିସି ସଭ୍ୟ ହୃଦାନନ୍ଦ ସେଠୀ, ରାଜ୍ୟ ଓବିସି ସେଲ ଉପସଭାପତି ଅଭିଷେକ ରାଉତ, ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ ଧଳ, ପରମାନନ୍ଦ ସାଏନ୍ତ, ଭାଗୀରଥୀ ପରିଡା, ସଂଗ୍ରାମ ନାୟକ, ପ୍ରଦୀପ୍ତ କିଶୋର ଦାସ, ସୁଧୀର ଖଟୁଆ, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସଂଗ୍ରାମୀଙ୍କୁ ସମ୍ମାନିତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଚେରି ଭଙ୍ଗାକୁ ନେଇ ଉତ୍ତେଜନା

ଧାମନଗର,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରରେ ପାଣି ଟାଙ୍କି ପାଚେରି ଭଙ୍ଗାକୁ ନେଇ ଶନିବାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟାରେ...

ରେଳଧାରଣା କଡ଼ରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ

ବନ୍ତ,୬।୧(ସ୍ବ.ପ୍ର.)- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ତ ବ୍ଲକ ଅଳଉତି ଗ୍ରାମର ଗତ ୪ ଦିନ ଧରି ନିଖୋଜ ଥିବା ଜଣେ ବୃଦ୍ଧାଙ୍କ ମୃତଦେହ ସୋମବାର...

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ୍‌ରେ ଉତ୍ତେଜନା, ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୮।୧୧: ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପରେ ମୃତ୍ୟୁକୁ ନେଇ ସହରର ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ...

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ ଅଫିସ,୨୦।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ...

ମରଣଯନ୍ତା ସାଜିଛି ବାରିକପୁର-ଅସୁରାଳି ରାସ୍ତା

ବାରିକପୁର,୧।୫(ସ୍ବ.ପ୍ର.): ଭଦ୍ରକ ଜିଲା ବାରିକପୁରଠାରୁ ଅସୁରାଳି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବେ ମରଣଯନ୍ତା ସାଜିଛି। ଜିଲାର ଦୁଇଟି ନିର୍ବାଚନମଣ୍ଡଳୀ ଭଣ୍ଡାରିପୋଖରୀ ଓ ଧାମନଗର ଅଧୀନ...

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୫ ଜଣଙ୍କ ନଁ। ରେ ମାମଲା, ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଗୁରୁବାର ରାତିରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ଲୁହାରଡ୍‌ରେ ପିଟିପିଟି...

ବିନା ବେଦୀ, ମନ୍ତ୍ର ପାଠରେ ଆଦର୍ଶ ବିବାହ

ଭଦ୍ରକ ଅଫିସ,୧୭ା୭-ଭଦ୍ରକ ସହରର ଗାନ୍ଧୀପଡ଼ିଆସ୍ଥିତ ସୀତାରାମ କଲ୍ୟାଣମଣ୍ଡପରେ ବୁଧବାର ଏକ ଆଦର୍ଶ ବିବାହ ଅନୁଷ୍ଠିିତ ହୋଇଯାଇଛି। ଏହି ବାହାଘରରେ ନା ଥିଲା ଯୌତୁକ ନେଣଦେଣ, ନା...

ବିପଦସଙ୍କୁଳ ପୋଲ

ବନ୍ତ,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଶାସନ ନିକଟ କପାଳୀ ନଦୀ ଉପରେ ନିର୍ମିତ ପୋଲ ମରାମତି ଅଭାବରୁ ଏବେ...

Advertisement
Archives

Model This Week