ଏଇ ଭାରତରେ

ସୀମା ରଥେଶ ଜଣେ ଶିକ୍ଷୟିତ୍ରୀ । ନିଜର ଦାୟିତ୍ୱ ନିର୍ବାହ କରିବା ସହ ସେ ୫ ଟନ୍‌ ତରଭୁଜ ଉପତ୍ାଦନ କରିବା କିଛି କମ୍‌ କଥା ନୁହେଁ। କେରଳର କସାରଗଡ଼ ଜିଲାର କୁମ୍ବଲାସ୍ଥିତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସେ ଗଣିତ ପଢ଼ାନ୍ତି। ଲକ୍‌ଡାଉନ ସମୟରେ ପିଲାମାନଙ୍କୁ ଅନ୍‌ଲାଇନରେ ପଢ଼ାଇବା ପରେ ସୀମା ତରଭୁଜ ଚାଷରେ ଲାଗି ପଡନ୍ତି। ମା’ ଓ ଭାଇଙ୍କ ସହଯୋଗରେ ନଭେମ୍ବର ୨୦୨୦ରେ ସେ ଅଢ଼େଇ ଏକର ଜମିରେ ସୁଗାର କୁଇନ୍‌ କିସମର ତରଭୁଜ ଚାଷ ଆରମ୍ଭ କରିଥିଲେ। ଏହି ଜମି ଜଙ୍ଗଲ ହୋଇ ପଡ଼ିଥିଲା। ଏହାକୁ ଚାଷଯୋଗ୍ୟ କରିବା ଏବଂ ଚାଷ ଆରମ୍ଭରୁ ଅମଳ ଯାଏ ସେ ୫ ଲକ୍ଷ ଟଙ୍କରୁ ଅଧିତ୍କ ଖର୍ଚ୍ଚ କରିଛନ୍ତି। ୨୦୨୧ ଏପ୍ରିଲ ସୁଦ୍ଧା ୫ ଟନ୍‌ ତରଭୁଜ ଉପତ୍ାଦନ କରି ଖର୍ଚ୍ଚ କରିିଥିତ୍ବା ଟଙ୍କା ପାଇବା ପରେ ୨ ଲକ୍ଷ ଟଙ୍କା ଲାଭ କରିଛନ୍ତି। ସମ୍ପୂର୍ଣ୍ଣ ଜୈବିକ ତଥା ସିଞ୍ଚନ ଜଳସେଚନ ପଦ୍ଧତିରେ ଏହି ଚାଷ କରିଛନ୍ତି। ପ୍ରଥମ ପାଳିରେ ସେ ୩ ଟନ୍‌ ତରଭୁଜ ଉପତ୍ାଦନ କରିବା ପରେ ତାହାର ବିକ୍ରି ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଇ. ଚନ୍ଦ୍ରଶେଖରନଙ୍କ ଦ୍ୱାରା ଶୁଭାରମ୍ଭ କରିଥିଲେ ବୋଲି କୁହନ୍ତି ୪୩ ବର୍ଷୀୟା ସୀମା। ପ୍ରଥମେ କେଜି ୨୫ ଟଙ୍କା ଓ ପରେ ଏହାଠାରୁ କମ୍‌ ଦରରେ ସେ କସାରଗଡ, କନ୍ନୁର ଏବଂ ଥାଲାସେରୀ ଜିଲାରେ ବିକ୍ରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?