ଏଇ ଭାରତରେ

ମୁମ୍ବାଇକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ପାଇଁ ୫ ଜଣ ସାଙ୍ଗଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେମାନେ ଘରେ ବ୍ୟହୃତ ବିଭିନ୍ନ ଉପତ୍ାଦର ପ୍ରାୟ ୧୦,୦୦୦ ବୋତଲ ରିଫିଲିଂ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଘର ତଥା ରିଫିଲେବଲ ଷ୍ଟୋରଗୁଡ଼ିକର ପ୍ୟାକେଜିଂ ଓ୍ବେଷ୍ଟ ବା ବର୍ଜ୍ୟ କମ୍‌ କରାଯାଇ ପାରିଛି। ଏମାନେ ମୁମ୍ବାଇରେ ‘ ରିିଫିଲେବଲ ଷ୍ଟୋର’ ଷ୍ଟାର୍ଟଅପ ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି। ଲୋକମାନଙ୍କଠାରୁ ଖାଲି ବୋତଲ ସଂଗ୍ରହ କରି ତାହାକୁ ସଫା ଓ ଜୀବାଣୁମୁକ୍ତ କରିବା ପରେ ସେଥିରେ ପୁଣି ଉପତ୍ାଦ ଭର୍ତ୍ତି କରାଯାଉଛିି। ଦରକାର ପଡ଼ିଲେ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ଲାଗି ଏକ ଟ୍ରକ୍‌ରେ ସେମାନେ ରିଫିଲ ମେଶିନ ରଖିତ୍ ସେମାନଙ୍କ ଘରେ ପହଞ୍ଚି ଏହି ସେବା ଯୋଗାଇ ଦେଉଛନ୍ତି। ଫ୍ଲୋର କ୍ଲିନରଠାରୁ ଆରମ୍ଭ କରି ସାନିଟାଇଜର, ହ୍ୟାଣ୍ଡଓ୍ବାଶ ଓ ଡିଟରଜେଣ୍ଟ ଆଦିକୁ ପୁଣି ବୋତଲରେ ଭର୍ତ୍ତିି କରୁଛନ୍ତି। ଏଭଳି କାର୍ଯ୍ୟର ନେତୃତ୍ୱ ନେଉଛନ୍ତିି ଲୋକେଶ ସମ୍ଭଓ୍ବାନି। ତାଙ୍କୁ ସହଯୋଗ କରୁଛନ୍ତି ପୁରବ ଦେଶାଇ, ରାହୁଲ ବାତ୍ରା, ନିଶିଥ ଜରଦୋସ ଓ ଅନୁପ୍ରିୟା ନାୟାର। ଲୋକଙ୍କ ଘରେ ରହିଥିତ୍ବା ବୋତଲରେ ଏହିସବୁ ଉପତ୍ାଦ ଭରିବା ଯୋଗୁ ଲୋକମାନେ ୧୦,୦୦୦ ବୋତଲ ବାହାରେ ଫିଙ୍ଗି ନାହାନ୍ତିି ବୋଲି ଲୋକେଶ ପ୍ରକାଶ କରିଛନ୍ତି। ଲୋକମାନଙ୍କୁ ଗ୍ରସେରି ଏବଂ କ୍ଷୀର ଯୋଗାଇ ଦେଇ ସେମାନଙ୍କୁ ପ୍ଲାଷ୍ଟିିକ ଜରି ବ୍ୟବହାରରୁ ଦୂରେଇ ରଖାଯାଉଛି। ଏବେ ସୁଦ୍ଧା ଏମାନେ ମୁମ୍ବାଇରେ ୩୦୦ ଗ୍ରାହକ ଯୋଗାଡ଼ କରିଛନ୍ତି ଓ ସେମାନଙ୍କୁ ୧୦୦୦ ଲିଟରର ଘରୋଇ ଉପତ୍ାଦ ରିଫିଲିଂ ମାଧ୍ୟମରେ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri