Posted inUncategorized

ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ: ସୁରକ୍ଷିତ ପୃଥିବୀ ପାଇଁ ଆହ୍ବାନ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏପ୍ରିଲ ୨୨ ତାରିଖକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳନ କରାଯାଏ। ୧୯୭୦ ମସିହାରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ଧରିତ୍ରୀ ଦିବସ ନେଟୱର୍କ ଦ୍ୱାରା ଏବେ ଏହା ବିଶ୍ୱର ୧୯୩ରୁ ଅଧିକ ଦେଶରେ ପାଳନ କରାଯାଉଛି। ଆମେରିକା ସିନେଟ୍‌ର ଜେରାଲ୍ଡ ନେଲସନ୍‌ଙ୍କ ଦ୍ୱାରା ୧୯୭୦ରେ ଏକ ପରିବେଶ ଶିକ୍ଷା ରୂପେ ଏହା ସ୍ଥାପନା କରାଯାଇଥିଲା। ଏ ଅବସରରେ ବିଭିନ୍ନ ସରକାରୀ, ବେସରକାରୀ ଓ ଘରୋଇ ସଂସ୍ଥା ପକ୍ଷରୁ ବୃକ୍ଷରୋପଣ, ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସମ୍ମେଳନ ଆଦି ଆୟୋଜିତ ହୋଇଥାଏ। ଧରିତ୍ରୀକୁ କିଭଳି ପ୍ରଦୂଷଣରୁ ରକ୍ଷା କରାଯାଇପାରିବ ଏବଂ ତା’ର ଉଚିତ ଯତ୍ନ ନିଆଯିବ, ସେ ନେଇ ବିଭିନ୍ନ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଏ। ସ୍କୁଲ କଲେଜଗୁଡ଼ିକରେ ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏଥିସହ ଚାରାରୋପଣ, ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସଂକଳ୍ପ ନିଅନ୍ତି ବିଶ୍ୱବାସୀ।
ପୃଥିବୀ ଆମର ମାଆ। ତାରି କୋଳରେ ଜନ୍ମ ନେଇ ଓ ବଢ଼ି ଖେଳି ଆମେ ଜୀବନ ନିର୍ବାହ କରିଥାଉ। ଏହିଠାରେ ଆମର ଜନ୍ମ, ତା’ପରେ କର୍ମ ଏବଂ ତା’ପରେ ମୃତ୍ୟୁ। ଯେଉଁଠାରେ ଆମେ ଜନ୍ମହୋଇ ସମଗ୍ର ଜୀବନକୁ ଅତିବାହିତ କରି ଶେଷରେ ମୃତ୍ୟୁବରଣ କରୁ ତାହାର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପୃଥିବୀକୁ ସୁରକ୍ଷା କରିବା ଅର୍ଥ ଆମ ମାଆକୁ ସୁରକ୍ଷା କରିବା। ସୁରକ୍ଷିତ ପୃଥିବୀ ହିଁ ସୁସ୍ଥ ମାନବ ଜାତି ତଥା ସମଗ୍ର ଜୀବଜଗତ ପାଇଁ ମଙ୍ଗଳପ୍ରଦ। ସମ୍ପ୍ରତି ବିଜ୍ଞାନର ସହଯୋଗ ମଣିଷର ଜୀବନଯାତ୍ରାକୁ ମଧୁମୟ କରିଛି। ସେଥିପାଇଁ ତ ମଣିଷ ସୁଖଶାନ୍ତିରେ ପୃଥିବୀରେ ବସବାସ କରୁଛି। ମାତ୍ର ସେ ଦେଇଛି କ’ଣ, ପୃଥିବୀକୁ ବରଂ ପ୍ରତି ବଦଳରେ ନିଜ ସୁଖ ସୁବିଧା ପାଇଁ ସେ ସୁନ୍ଦର ପ୍ରକୃତି ଉପରେ କରିଚାଲିଛି ଅକଥନୀୟ ଅତ୍ୟାଚାର। ଦିନକୁ ଦିନ ଗଛ କାଟୁଛି, ଜଙ୍ଗଲ ସଫା କରୁଛି। ସେଥିପାଇଁ ତାପମାତ୍ରା ବଢ଼ୁଛି। ଠିକ୍‌ ସମୟରେ ବର୍ଷା ହେଉନାହିଁ। ରୌଦ୍ରତାପ ଅସହ୍ୟ। ତା’ସାଙ୍ଗକୁ କଳକାରଖାନା, ଯାନବାହନ ପାଇଁ ବହୁ ପରିମାଣରେ ବଢ଼ିଚାଲିଛି ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଜଳ ପ୍ରଦୂଷଣ। ଫଳରେ ମନୁଷ୍ୟ ନିଜେ ହିଁ ନାନାବିଧ ସମସ୍ୟାର ସମ୍ମୁଖୀନ ହେଉଛି। ଏଥିପାଇଁ ବେଳହୁଁ ସଜାଗ ରହିବା ଆବଶ୍ୟକ।ଏଥିପାଇଁ ବେଳହୁଁ ସଜାଗ ରହିବା ଏକାନ୍ତ ଆବଶ୍ୟକ। ସେଥିପାଇଁ ସଜାଗ ନ ହେଲେ ଖୁବ୍‌ କମ୍‌ ଦିନ ମଧ୍ୟରେ ବିଶ୍ୱ ଧ୍ୱଂସ ପାଇବାଟା ହିଁ ସାର ହେବ।
ସୁନ୍ଦର ପୃଥିବୀକୁ ଦିନକୁ ଦିନ ମାଡ଼ି ଆସୁଥିବା ବିପଦରୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ। ଏହିସବୁ କାରଣରୁ ଜନ ସଚେତନତା ପାଇଁ ଧରିତ୍ରୀ ଦିବସ ପାଳନ କରାଯାଉଛି। ସମସ୍ତ ବିଶ୍ୱବାସୀଙ୍କୁ ଆକସ୍ମିକ ବିପଦରୁ ରକ୍ଷା କରିବା ପାଇଁ ପୃଥିବୀବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଆଜିର ବିଜ୍ଞାନ ସମଗ୍ର ମାନବଜଗତକୁ ଦେଉଛି ଅନେକକିଛି, ଯାହା ମଣିଷର ଜୀବନଯାତ୍ରାକୁ ସହଜ ତଥା ସୁଗମମୟ କରିଦେଇଛି। ଫଳରେ ମାନବ ସମାଜ ଶାନ୍ତିରେ ବସବାସ କରିପାରୁଛି। ମାତ୍ର ଏ ମନୁଷ୍ୟଜାତି ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ତଥା କ୍ଷଣିକ ସୁଖ ପାଇଁ ସର୍ବୋପରି ଅଧିକ ଆନନ୍ଦ ଲାଗି ନଷ୍ଟ କରିଚାଲିଛି ପ୍ରକୃତିରାଣୀକୁ। ଗଛ କାଟିବା ଦ୍ୱାରା ତାପମାତ୍ରା ବଢ଼ୁଛି, ଠିକ୍‌ ସମୟରେ ବର୍ଷା ହେଉନାହିଁ। ମୌସୁମୀ ଠିକ୍‌ ସମୟରେ ଆସୁନାହିଁ, ଅପରପକ୍ଷରେ କଳକାରଖାନା, ଯାନବାହନ ଏପରି ଦ୍ରୁତଗତିରେ ବଢ଼ି ଚାଲିଛି ଯେ, ଯଦ୍ଦ୍ବାରା ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ବଢ଼ୁଛି, ଆମେ ଜାଣିଶୁଣି ଆମ ପାଇଁ ବିପଦକୁ ଟାଣି ଆଣୁଛୁ। ଏଣୁ ବେଳହୁଁ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ, ନ ହେଲେ ଅବିଳମ୍ବେ ବିଶ୍ୱ ଧ୍ୱଂସ ପାଇବ। ଏଣୁ ଆମେ ବିଶ୍ୱବାସୀ ବିଶ୍ୱକୁ ଆକସ୍ମିକ ବିପଦରୁ ରକ୍ଷା କରିବା ଉଚିତ। ଏହିସବୁ ଦୃଷ୍ଟିକୋଣରୁ ବିଶ୍ୱ ସଚେତନତା ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ୱରେ ଏପ୍ରିଲ ୨୨ ତାରିଖକୁ ଧରିତ୍ରୀ ଦିବସ ରୂପେ ପାଳନ କରାଯାଉଛି।
ପାରାଦୀପ, ମୋ: ୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?