ଏଇ ଭାରତରେ

ଗୁଆହାଟି ଆଇଆଇଟି ଗବେଷକମାନେ ଏକ ପ୍ରକାର ବର୍ନର ବିକାଶ କରିଛନ୍ତି, ଯାହା ଇନ୍ଧନ ବାବଦରେ ଖର୍ଚ୍ଚ ୪୦ ପ୍ରତିଶତ କମାଇପାରୁଛି। ଏହି ବର୍ନରର ନାମ ରଖାଯାଇଛି ପୋରୋସ ରାଡିଆଣ୍ଟ ବର୍ନର (ପିଆରବି)। ଏହା ଏଲ୍‌ପିଜି, ବୟୋଗ୍ୟାସ୍‌ ଏବଂ କିରୋସିନ ଭଳି ଇନ୍ଧନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉପଯୋଗୀକ୍ଷମ। ଏହାକୁ ବ୍ୟବସାୟିକ ତଥା ଘରୋଇ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଗୁଆହାଟି ଆଇଆଇଟିର ପ୍ରାଧ୍ୟାପକ ପି. ମୁଥୁକୁମାର ଓ ତାଙ୍କ ସାଥୀ ଗବେଷକମାନଙ୍କ ଦ୍ୱାରା ଏହି ବର୍ନର ପ୍ରସ୍ତୁତ କରାଯାଇଛି। ଏଥିରୁ ବିଷାକ୍ତ କାର୍ବନ ମନୋକ୍ସାଇଡ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ ଗ୍ୟାସ୍‌ ନିର୍ଗମନ ବି ହ୍ରାସ ପାଉଛି। ଏହି ବର୍ନର ତିଆରି କରିବାରେ ଆଲୁମିଲିୟମ ଏବଂ ସିଲିକନ ବ୍ୟବହାର କରାଯାଇଛି, ଯାହା ଅତ୍ୟଧିକ ଉତ୍ତାପ ସହନ କରିପାରିବ। ଏଥିରେ ଖୁବ୍‌ଶୀଘ୍ର ରୋଷେଇ ହେଉଛି । ପାରମ୍ପରିକ ବର୍ନରଠାରୁ ୩୦ ପ୍ରତିଶତ ସମୟ ବଞ୍ଚାଯାଇପାରିବ ବୋଲି କହନ୍ତି ମୁଥୁ କୁମାର। ଏହି ବର୍ନରକୁ ପରୀକ୍ଷାଗାର ଏବଂ ରୋଷେଇ ଘରେ ବି ପରୀକ୍ଷା କରାଯାଇଛି। ଏହା ଭାରତ ସରକାରଙ୍କ ବିଆଇଏସ୍‌ ଷ୍ଟାଣ୍ଡାର୍ଡର ସର୍ତ୍ତ ବି ପୂରଣ କରିପାରିଛି। ଏହି ବର୍ନର ତିଆରି କରି ବିକ୍ରି କରିବା ଲାଗି ବୈଜ୍ଞାନିକମାନେ ଏକ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏଣୁ ଖୁବ୍‌ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri