ଏଇ ଭାରତରେ

ପାନୀୟ ଜଳ ସଙ୍କଟ ଦୂର କରିବା ସହ ଜଳ ସେଚନର ବିକାଶ ପାଇଁ ଝାଡ଼ଖଣ୍ଡର ଅଜୟ ଶର୍ମା ଯାହା କରୁଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଖୁଣ୍ଟି ଜିଲାରେ ସେ ଅଖାରେ ବାଲି,ମାଟି ଓ ଘାସ ଭର୍ତ୍ତି କରି ସେଥିରେ ଆଡ଼ିବନ୍ଧ ନିର୍ମାଣ କରୁଛନ୍ତି,ଯାହା ଦ୍ୱାରା ଏହି ଅଞ୍ଚଳରେ ଜଳ ସଙ୍କଟ ସମ୍ପୂର୍ଣ୍ଣ ଦୂର ହେବା ସହ ଜଳସେଚନର ଲାଭ କୃଷକମାନେ ପାଉଛନ୍ତି। ଖୁଣ୍ଟି ଜିଲାର ୭୦ଟି ଗାଁରେ ପ୍ରାୟ ୮,୦୦୦ କୃଷକ ଏହାଦ୍ୱରା ଉପକୃତ ହେଉଛନ୍ତି। ଖୁଣ୍ଟି ଜିଲାର ବହୁ ଗ୍ରାମରେ ଦୀର୍ଘ ବର୍ଷ ହେବ ଜଳ ସଙ୍କଟ ଲାଗି ରହିଥିଲା। ଏପରିକି ଲୋକମାନେ ପିଇବା ଓ ଗାଧୋଇବା ଲାଗି ପାଣି ପାଉ ନଥିଲେ। ଛୋଟ ନଈ, ଝରଣା ଓ ନାଳୀରେ ସରକାର କଂକ୍ରିଟ ଆଡ଼ିବନ୍ଧ ନିର୍ମାଣ କରିଥିଲେ ବି ସେଗୁଡ଼ିକ ପ୍ରଖର ସ୍ରୋତରେ ନଷ୍ଟ ହୋଇଯାଉଥିଲା। କିନ୍ତୁ ୨୦୧୮ରେ ଅଜୟ ସଓ୍ବୋ ଓ୍ବେଲ୍‌ଫେୟାର ଏନ୍‌ଜିଓ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହିସବୁ ଆଡିବନ୍ଧ ନିର୍ମାଣ ଆରମ୍ଭ କରିଥିଲେ। ସବୁଠୁ ବଡ ଆଡ଼ିବନ୍ଧର ଲମ୍ବ ୮୦ ଫୁଟ୍‌। ପ୍ରଥମେ ସେ ୨୦୦୦ ଟଙ୍କା ସଂଗ୍ରହ କରି ପ୍ରଥମ ଆଡ଼ିବନ୍ଧ ନିର୍ମାଣ କରିବା ପରେ ତାଙ୍କୁ ଅନୁଦାନ ମିଳିବାରେ ଲାଗିଲା। ଏହାକୁ ଉପଯୋଗ କରି ଆଡ଼ିବନ୍ଧ ନିର୍ମାଣ କରି ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଡୋଲଠାରେ। ଦୀର୍ଘ ୧୧ ବର୍ଷ...

ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ। ଏହା...

ଲୋପ ପାଇବ ହାତୀବଂଶ

ମାନେକା ଗାନ୍ଧୀ ନିକଟରେ କେରଳରେ ହାତତିଆରି ବୋମା ଦ୍ୱାରା ଓ ଛତିଶଗଡ଼ରେ ପାଣିଗାତରେ ବିଷ ଢାଳି ହାତୀମାନଙ୍କୁ ମରାଯାଇଛି। ଏହା ନିଃସନ୍ଦେହ ଯେ ଭାରତରେ ହାତୀମାନେ...

ଏଇ ଭାରତରେ

ଭାରତରେ ଲକ୍‌ଡାଉନ ନିୟମ ଭଙ୍ଗ କରିବା ଅଭିଯୋଗରେ ଲୋକମାନଙ୍କୁ ପୋଲିସ ଦଣ୍ଡ ଦେବା ଦୃଶ୍ୟ ସୋସିିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କିନ୍ତୁ ଦିଲ୍ଲୀର ଜଣେ...

ଏଇ ଭାରତରେ

ଉଚ୍ଚଶିକ୍ଷା ପ୍ରାପ୍ତ କରି ଭଲ ଚାକିରି କରିବାର ସ୍ବପ୍ନ ଦେଖିଥାନ୍ତି ପ୍ରତ୍ୟେକ ଯୁବକ। କିନ୍ତୁ ଉତ୍ତରାଖଣ୍ଡର ପବନ ପାଠକ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ...

ରୋଗ ଉପଶମରେ ଯୋଗର ପ୍ରୟୋଗ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଋତୁ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଫଳରେ ଆମେ ଅନେକ ପ୍ରକାର ପୀଡ଼ାର ସମ୍ମୁଖୀନ ହେଉ। ଆମ ମୁଣ୍ଡଠାରୁ ଆରମ୍ଭ କରି...

ଏଇ ଭାରତରେ

ପାଷାଣ ଦିଅଁ ହେଲେ ବି ହିନ୍ଦୁ ଧର୍ମରେ ସେ ଜୀବିତ। ସେ ମଣିଷ ଭଳି ନିତ୍ୟକର୍ମ ସହ ସ୍ନାନ କରନ୍ତି , ଭୋଜନ କରନ୍ତି ।...

ସମୟ ଚକ୍ର ବୁଲୁଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଏପରି କିଛି କଥା ଅଛି, ଯାହା ଆମଭଳି ବହୁ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାହାକୁ ସମାଲୋଚନା କରିବା ଆମ ଉଦ୍ଦେଶ୍ୟ...

Advertisement

BGU

Archives

Model This Week

Why Dharitri