ଏଇ ଭାରତରେ

ମୋବାଇଲ୍‌ ରିଚାର୍ଜ ନ ହେଲେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ବି ଭାଙ୍ଗି ଯାଇପାରେ! ଏମିତି ଏକ କଥା କେବେ ଶୁଣିଛନ୍ତି! ବିଶ୍ୱାସ ହେଉ ନ ଥିଲେ ବି ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ। ଏଠାରେ ତାଜଗଞ୍ଜ ଥାନା ଅଞ୍ଚଳରେ ମୋବାଇଲ୍‌ ରିଚାର୍ଜ ନ ହେବା ଘଟଣାକୁ ନେଇ ଏକ ଦମ୍ପତ୍ତି ରଗାରୁଷା ହୋଇ ଔପଚାରିକଭାବେ ଅଲଗା ବି ହୋଇଛନ୍ତି। ମାମଲାଟି ଏବେ ପରିବାର ଅଦାଲତରେ ପହଞ୍ଚିବା ପରେ ଚର୍ଚ୍ଚାର କାରଣ ପାଲଟିଛି। ମହିଳାଜଣକ ଫୋନ୍‌ ରିଚାର୍ଜ କରିବା ପାଇଁ ତାଙ୍କ ସ୍ବାମୀଙ୍କୁ କହିଥିଲେ। ମାତ୍ର କୌଣସି କାରଣରୁ ତାଙ୍କ ସ୍ବାମୀ ଫୋନ୍‌ ରିଚାର୍ଜ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ଏହି କଥାକୁ ନେଇ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। କଥା ଏପରି ହୋଇଥିଲା କି ପରସ୍ପର ଝଗଡା କରି ସେମାନେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଗଲେ। ଏମିତି ଏକ ଛୋଟିଆ କାରଣରୁ ସାତ ଜନ୍ମର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ବିଶ୍ୱାସ ଓ ତ୍ୟାଗର ସମ୍ପର୍କକୁ ଭୁଲି ମହିଳାଜଣକ ସ୍ବାମୀଙ୍କ ଉପରେ ରାଗିଯାଇ ଘରଛାଡି ତାଙ୍କ ବାପଘରକୁ ଚାଲି ଯାଇଥିଲେ। ଏହାପରେ ତାଙ୍କ ନାମରେ ଥାନାରେ ଅଭିଯୋଗ ବି କରିଥିଲେ। ଘଟଣାଟି ପରିବାର ଅଦାଲତରେ ବିଚାରାଧୀନ ରହିଛି, କିନ୍ତୁ ମହିଳାଜଣକ କାଉନସିଲରଙ୍କ କୌଣସି ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି। ତେଣୁ ଲୋକଙ୍କ ଜୀବନରେ ଏବେ ମୋବାଇଲ୍‌ ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ଏହି ଘଟଣାରୁ ନିଶ୍ଚୟ ବୁଝା ପଡୁଥିବ। ଖାଲି ସେତିକି ନୁହେଁ ପତ୍ନୀଙ୍କ ମୋବାଇଲ୍‌ ଠିକ୍‌ ସମୟରେ ରିଚାର୍ଜ କରିବା ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ଏକଥା ବି ଅନେକେ ହୃଦୟଙ୍ଗମ କରିପାରୁଥିବେ!


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri