ଶାନ୍ତି ପାଇଁ ଜଳ

ଡ. ପ୍ରମୋଦ କୁମାର ପଣ୍ଡା            ଡ. ଅର୍ଜମାଦତ୍ତ ଷଡ଼ଙ୍ଗୀ

 

 

ଜଳ ବିନା ସୃଷ୍ଟି ଅସମ୍ଭବ। ସେଥିପାଇଁ ତ କୁହାଯାଏ ଜଳ ହିଁ ଜୀବନ। ବିଶ୍ୱସ୍ତର ହେଉ କିମ୍ବା ରାଷ୍ଟ୍ରସ୍ତର କିମ୍ବା ରାଜ୍ୟସ୍ତର ଅଥବା ଆଞ୍ଚଳିକସ୍ତର, ସବୁଠି ବାର୍ଷିକ ମୁଣ୍ଡ ପିଛା ଜଳ ଉପଲବ୍ଧତା ହ୍ରାସ ଏକ ବଡ଼ ଚିନ୍ତାର କାରଣ। ଜଳବାୟୁ ପରିବର୍ତ୍ତନ ଜନିତ ଅନିୟମିତ ବର୍ଷା, ସ୍ବଳ୍ପକାଳୀନ ଅତିବୃଷ୍ଟି ଓ ଭୂତଳ ଜଳର କ୍ରମାଗତ ହ୍ରାସ ଆମ ଦେଶର ଜଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି। ସେଥିପାଇଁ ତ ଆମ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ଜଳ ବିବାଦ ଉଗ୍ରରୂପ ଧାରଣ କରୁଛି। ପଞ୍ଜାବ ଓ ହରିୟାଣା ମଧ୍ୟରେ ଜଳ ବିବାଦ ହେଉ କିମ୍ବା ତାମିଲନାଡୁ ଓ କର୍ନାଟକ ମଧ୍ୟରେ ଥିବା ଜଳ ବିବାଦ କିମ୍ବା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଜଳ ବିବାଦ କିମ୍ବା ଓଡ଼ିଶା- ଆନ୍ଧ୍ରପ୍ରଦେଶ ଜଳ ବିବାଦ ଦୀର୍ଘ ବର୍ଷ ହେବ ଅଦାଲତର କାଠଗଡ଼ାରେ ଭାଗ୍ୟ ନିର୍ଣ୍ଣୟ ପାଇଁ ପ୍ରତିଯୋଗିତା କରୁଛନ୍ତି। ଫଳ ସ୍ବରୂପ ବିଭିନ୍ନ ରାଜ୍ୟର ଜନସାଧାରଣଙ୍କ ମନରେ ହିଂସା ଓ ଦ୍ୱେଷର ବାତାବରଣ ସୃଷ୍ଟି କରି ଶାନ୍ତି ଭଙ୍ଗ ମଧ୍ୟ କରୁଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଆମ ଦେଶର ବାଂଲାଦେଶ ସହିତ ଜଳ ବିବାଦ ଥିବା ବେଳେ ଭାରତ ଓ ପାକିସ୍ତାନ ଏବଂ ଭାରତ ଓ ଚାଇନା ମଧ୍ୟରେ ମଧ୍ୟ ଜଳ ବିବାଦ ଅନେକ ଦିନରୁ ଚାଲିଆସିଛି। ଏହି ଜଳ ବିବାଦ ଅନେକ ସମୟରେ ଦୁଇ ଦେଶରେ ବାସ କରୁଥିବା ଲୋକଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରୁଛି ଏବଂ ଶାନ୍ତି ଭଙ୍ଗ କରି ହିଂସା ଓ ଦ୍ୱେଷର ବୀଜ ବପନ କରୁଛି। ଅମ୍ଳଜାନ ପରି ମଧ୍ୟ ଜଳ ଏକ ବିଶ୍ୱ ସମ୍ପଦ। ଏହା ସମଗ୍ର ଜୀବଜଗତ ପାଇଁ ଉଦ୍ଦିଷ୍ଟ। ବିଶ ସ୍ତରରେ ପାଖାପାଖି ୩୦୦ କୋଟି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟ ଦେଶରୁ ଆସୁଥିବା ଜଳ ଉପରେ ନିର୍ଭର କରି ବଞ୍ଚନ୍ତି। କିନ୍ତୁ ଦୁଃଖର କଥା, କେବଳ ମାତ୍ର ୨୪ଟି ଦେଶ ମଧ୍ୟରେ ଜଳ ବଣ୍ଟନ ଚୁକ୍ତି ସାକ୍ଷରିତ। ପ୍ରାୟ ପାଖାପାଖି ୨୨୦ କୋଟି ଲୋକଙ୍କ ପାଖରେ ଶୁଦ୍ଧ ପାନୀୟ ଜଳ ଉପଲବ୍ଧ ନIହିଁ। ସେହିପରି ମୋଟ ୧୧.୫ କୋଟି ଲୋକ ଆଜି ବି ଭୂପୃଷ୍ଠରେ ଥିବା ଖୋଲା ଜଳାଶୟରୁ ପାଣି ନେଇ ପିଉଛନ୍ତି। ଆଇପିସିସି ୨୦୨୨ ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଲୋକ ବର୍ଷର କୌଣସି ନା କୌଣସି ସମୟରେ ଜଳ ସଙ୍କଟ ଅନୁଭବ କରୁଛନ୍ତି। ତେଣୁ ଆମ ସମସ୍ତଙ୍କୁ ଜଳ ସମ୍ପଦର ଉପଲବ୍ଧତା ବିଷୟରେ ସଚେତନ ହୋଇ କିପରି ତା’ର ଅପଚୟ ବନ୍ଦ ହେବ ଓ ଜଳ ସମ୍ପଦର ସଦୁପଯୋଗ ସବୁଦିନ ପାଇଁ ହୋଇପାରିବ, ସେ ବିଷୟରେ କାର୍ଯ୍ୟ କରିବାକୁ ପଡିବ। ଆମେ ଯଦି ଜଳ ଚକ୍ରର ସନ୍ତୁଳନ ବଜାୟ ରଖି ନ ପାରିବା, ଆମ ପରିସଂସ୍ଥା ଓ ସେଥିରେ ବାସ କରୁଥିବା ଜୀବଜଗତ ପ୍ରତି ବିପଦ ମାଡି ଆସିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଅଛି।
ସମଗ୍ର ବିଶ୍ୱରେ ଉପଲବ୍ଧ ଜଳ ସମ୍ପଦର ସିଂହ ଭାଗ ଅର୍ଥାତ୍‌ ଶତକଡା ୯୭.୩ ଭାଗ ଲବଣାକ୍ତ ଜଳ ଓ ମାତ୍ର ଶତକଡା ୨.୭ ଭାଗ ମଧୁର ଜଳ। ତେଣୁ ମଧୁର ଜଳର ମହତ୍ତ୍ୱ ସହଜରେ ଅନୁମେୟ। ଏହି ମଧୁର ଜଳଳୁ ଆମେ ବର୍ଷା ମାଧ୍ୟମରେ ପାଉଥିବାରୁ, ବର୍ଷା ଜଳ ସଂରକ୍ଷଣ ଓ ତା’ର ସଦୁପଯୋଗ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ଭୂତଳ ଜଳ ହ୍ରାସ ମଧ୍ୟ ଆଉ ବଡ ଚିନ୍ତାର କାରଣ। ଆମର ଯୋଜନାକାରୀଙ୍କୁ ମଧ୍ୟ ବୁଝିବାକୁ ହେବ ଯେ ବର୍ଷା ଜଳକୁ ସଂରକ୍ଷିତ କରି ନ ରଖିଲେ ଭୂତଳ ଜଳ ଭରଣା ହୋଇପାରିବ ନାହିଁ। ଭୂତଳ ଜଳ ଭରଣା ଉତ୍ତୋଳନରୁ କମ୍‌ ହେଲେ ଭୂଜଳ ସରିଯିବାର ଭୟ ରହିଛି। କୌଣସି ସ୍ଥାନରେ ଭୂଜଳ ସରିଗଲେ, ସେଠାରେ ଥିବା ସବୁଦିନିଆ ବୃକ୍ଷ ମଣ୍ଡଳ ଉଭେଇ ଯିବାର ଭୟ ମଧ୍ୟ ରହିଛି। ତତ୍‌ସହିତ ଜଳ ଯୋଗାଣ ଖର୍ଚ୍ଚ ବୃଦ୍ଧିର ମଧ୍ୟ ସମ୍ଭାବନା ରହିଛ, ଯାହାଦ୍ୱାରା ଜନଜୀବନ ଗଭୀର ଭାବରେ ପ୍ରଭାବିତ ହେବ। ୧୯୫୧ ମସିହା ବେଳକୁ ଆମ ଦେଶର ବାର୍ଷିକ ମୁଣ୍ଡ ପିଛା ଜଳ ୫୧୭୭ ଘନମିଟର ଥିଲା ଏବଂ ଆମର ଜନସଂଖ୍ୟା ବୃଦ୍ଧି ଓ ଜଳ ସମ୍ପଦର କୁପରିଚାଳନା ଯୋଗୁ, ବାର୍ଷିକ ମୁଣ୍ଡ ପିଛା ଜଳ ଉପଲବ୍ଧତା କ୍ରମଶଃ ହ୍ରାସ ପାଇବାରେ ଲାଗିଲା। ୨୦୨୩ ମସିହା ବେଳକୁ ଆମର ବାର୍ଷିକ ମୁଣ୍ଡ ପିଛା ଜଳ ଉପଲବ୍ଧତା ହେଉଛି ମାତ୍ର ୧୪୫୦ ଘନ ମିଟର, ଯାହାକି ଆମର ଜଳକ୍ଳିଷ୍ଟ ଅବସ୍ଥାକୁ ସୂଚାଉଅଛି। ଓଡ଼ିଶାରେ ମଧ୍ୟ ୬ଟି ବ୍ଲକରେ ଯଥା ବାଲେଶ୍ୱର ଜିଲାର ବାଲିଆପାଳ, ଯାଜପୁର ଜିଲାର କୋରେଇ, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଓ ବୋଲଗଡ଼ ଏବଂ ନୂଆପଡା ଜିଲାର ନୂଆପଡାରେ ଭୂତଳ ଜଳ ମାତ୍ରାଧିକ ଉତ୍ତୋଳନ ହେଉଛି ଓ ଆଗାମୀ ଦିନ ପାଇଁ ସତର୍କଘଣ୍ଟି ଦେଲାଣି। ତେଣୁ ଆମକୁ ଓ ସମାଜର ସବୁ ବର୍ଗର ଉପଭୋକ୍ତାଙ୍କୁ ଜଳର ସଦୁପଯୋଗ ବିଷୟରେ ଅବଗତ କରାଇବାକୁ ପଡ଼ିବ। ବିଶେଷକରି ଯୁବା ବର୍ଗ ଓ ପିଲାମାନଙ୍କୁ ଜଳ ସମ୍ପଦ ସଙ୍କଟଜନିତ ଭୟାବହତା ବିଷୟରେ ସଚେତନ କରିବାକୁ ହେବ। କୃଷି କ୍ଷେତ୍ର ଯେହେତୁ ଶତକଡା ୭୦ ଭାଗରୁ ଅଧିକ ଜଳ ସମ୍ପଦ ଉପଯୋଗ କରୁଛି, ସେଥିପାଇଁ ଆମକୁ ଅଧିକ ପାରଦର୍ଶୀ ଅଥବା ଜଳ ସଞ୍ଚୟକାରୀ କୃଷି ଟେକ୍‌ନିକ ଯଥା ବୁନ୍ଦା ଜଳସେଚନ ଏବଂ ସିଞ୍ଚନ ଜଳସେଚନ ଆପଣେଇବାକୁ ପଡିବ। ସେଥିପାଇଁ କୃଷକମାନଙ୍କୁ ତାଲିମ ଦେବାକୁ ହେବ। ତା’ ଛଡା ବର୍ଷାଜଳ ସଂରକ୍ଷଣ ପାଇଁ ଅଧିକ ଗାଡିଆ, ପୋଖରୀ, ନଦୀନାଳରେ ବନ୍ଧ, ଆନିକଟ, ଚେକ୍‌ ଡ୍ୟାମ୍‌, ନଦୀବନ୍ଧ ଯୋଜନା ପ୍ରଭୃତି ନିର୍ମାଣ କରି ବର୍ଷାଜଳକୁ ସଂରକ୍ଷିତ କରିବାକୁ ପଡିବ। ଗାଡିଆ ପୋଖରୀରୁ ପଙ୍କ ଉଦ୍ଧାର କରି ତା’ର ଜଳଧାରଣ କ୍ଷମତା ବଢ଼ାଇବାକୁ ହେବ। ସେହିପରି ଜଳଭଣ୍ଡାର ଓ ନଦୀନାଳରେ ଜମା ହେଉଥିବା ପଟୁ ମାଟି ଓ ବାଲିକୁ ବାହାର କରି ସେଗୁଡିକର ଜଳଧାରଣ କ୍ଷମତା ବଢ଼ାଇବାକୁ ପଡିବ। ଜଳବାୟୁ ପରିବର୍ତ୍ତନଜନିତ ଅନିୟମିତ ବର୍ଷାକୁ କିପରି ସଂରକ୍ଷିତ କରି ଚାଷ କାର୍ଯ୍ୟ ଓ ଭୂଜଳ ଭରଣା ପାଇଁ ବ୍ୟବହାର କରାଯାଇପାରିବ, ସେ ବିଷୟରେ ଅଧିକ ଧ୍ୟାନ ଦେବାକୁ ହେବ। ଆବଶ୍ୟକ ସ୍ଥଳେ କୃତ୍ରିମ ଭୂଜଳ ଭରଣା ଟେକ୍ନୋଲୋଜି ଆପଣେଇ ଭୂଜଳ ହ୍ରାସକୁ ରୋକିବାକୁ ପଡ଼ିବ। ମୋଟାମୋଟି କହିବାକୁ ଗଲେ ଉଭୟ ବର୍ତ୍ତମାନ ଓ ଆଗାମୀ ପିଢ଼ିର ଜଳ ସୁରକ୍ଷା ପାଇଁ ଆମକୁ ବ୍ୟକ୍ତିଗତ, ସାମାଜିକ ଓ ସରକାରୀ ସ୍ତରରେ ସବୁ ପ୍ରକାର ପଦକ୍ଷେପ ନେବାକୁ ହେବ। ଆମେ ଯଦି ପୃଥିବୀର ସମସ୍ତଙ୍କ ପାଇଁ ଜଳ ସୁରକ୍ଷା ସୁନିଶ୍ଚିତ କରାଇ ପାରିବା, ନିଶ୍ଚିତ ରୂପେ ବିଶ୍ୱଶାନ୍ତି ପ୍ରତିଷ୍ଠାରେ ଫଳବତୀ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri