ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ ସମସ୍ୟା ଦେଖାଯାଏ। ଗରିବ ଲୋକମାନେ ଏହା କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ବିଶେଷକରି କ୍ୟାନ୍‌ସରରେ ପୀଡ଼ିତ ପିଲାମାନଙ୍କ ପାଇଁ ଅଧିକ ସମସ୍ୟା ଦେଖାଯାଏ। ଏଭଳି ସମସ୍ୟା ଦୂର କରିବା ଲାଗି ଅଙ୍କିତ ଡାଭେ ଓ ଗିରିଶ ନାୟରଙ୍କ ଚେଷ୍ଟା ପ୍ରଶଂସନୀୟ। ସେମାନେ କ୍ୟାନ୍‌ସର ପୀଡ଼ିତ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଏହି ଦୁଇ ବନ୍ଧୁ ମୁମ୍ବାଇରେ ୩ଟି, ପୁଣେ, ଅହମଦାବାଦ, ଚଣ୍ଡିଗଡ଼, ବେଙ୍ଗାଲୁରୁ ଏବଂ ମଣିପାଲରେ ଗୋଟିଏ ଲେଖାଏ କେନ୍ଦ୍ର ଖୋଲିଛନ୍ତି । ସେଠାରେ କ୍ୟାନ୍‌ସର ପୀଡ଼ିତ ପିଲା ଓ ସେମାନଙ୍କ ମାତାଙ୍କୁ ରହିବାର ବ୍ୟବସ୍ଥା କରିଛନ୍ତି। ଫଳରେ ସେମାନେ କମ୍‌ ଖର୍ଚ୍ଚରେ ଚିକିତ୍ସା କରାଇପାରୁଛନ୍ତି। ଏଠାରେ ରହିବାକୁ କୌଣସି ଦେୟ ପଡ଼ୁନାହିଁ। ସେଠାରେ ଲୋକମାନେ ସେମାନଙ୍କ ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଲାଗି କିଚେନ ବ୍ୟବସ୍ଥା କରାଯାଇଛି। ଏବେ ସବୁ କେନ୍ଦ୍ରରେ ୧୫୦ଟି ପରିବାର ରହୁଛନ୍ତି ଓ ପାଖାପାଖି ୨୦୦୦ ପିଲା ଉପକୃତ ହୋଇଛନ୍ତି। ଆସେସ୍‌ ଲାଇଫ୍‌ ସଂସ୍ଥା ମାଧ୍ୟମରେ ସେମାନେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri