ଏଇ ଭାରତରେ

କୃଷିରେ ଅନିୟମିତ ବର୍ଷାର ପ୍ରଭାବ ଓ ରୋଗପୋକ ପ୍ରାଦୁର୍ଭାବ ବଢ଼ିଚାଲିଛି। ଏହାର ପ୍ରଭାବରେ ଅମଳ କମିବା ସହ କୃଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର କରିବା ଲାଗି ଆସାମରେ ନୀଲମ ଦତ୍ତ ଚେଷ୍ଟା ଜାରି ରଖିଛନ୍ତି। ସେ ‘ପାଭୋହି ଗ୍ରୀନ୍ସ’ କମ୍ପାନୀ ଗଠନ କରି ଜଳବାୟୁ ପରିବର୍ତ୍ତନ ସହନୀୟ ବିହନର ସଂରକ୍ଷଣ କରିବା ସହ ଚାଷ କରିବା ଲାଗି କୃଷକମାନଙ୍କୁ ଉତ୍ସାହିତ କରିଆସୁଛନ୍ତି। ସେ ଉତ୍ତର-ପୂର୍ବ ଭାରତର ୨୪,୦୦୦ କୃଷକଙ୍କୁ ଜୈବିକ ଚାଷ ଓ ବିହନ ସଂରକ୍ଷଣ ବିଷୟ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ସେ ୧୮ଏକର ଜମିରେ ଜୈବିକ ଚାଷ କରୁଛନ୍ତି। ଏହା ମାଧ୍ୟମରେ ପିଢ଼ି ପରେ ପିଢ଼ି ଚାଷ ହୋଇ ଆସୁଥିବା ବିହନ ବିଲୋପ ହେବାକୁ ବସିଥିବାବେଳେ ନିଲମ ତାହାର ସଂରକ୍ଷଣ କରି କୃଷକମାନଙ୍କୁ ଯୋଗାଇବା ସହ ଚାଷରେ ସହଯୋଗ କରୁଛନ୍ତି। ଫଳରେ କୃଷକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି ଅଧିକ ଉତ୍ପାଦନ କରି ଲାଭ ପାଉଛନ୍ତି। ୧୫ ବର୍ଷ ମଧ୍ୟରେ ନିଲମ ୧୦୦୦ ପ୍ରକାର ସ୍ଥାନୀୟ ପାରମ୍ପରିକ ଧାନ ଓ ପରିବା ବିହନ ସଂରକ୍ଷଣ କରିପାରିଛନ୍ତି। ଏଥିରେ ୮୦୦ ପ୍ରକାରର ବିଭିନ୍ନ ପନିପରିବା ଓ ୨୦୦ କିସମର ଧାନ ବିହନ ରହିଛି। ପ୍ରତିବର୍ଷ ସେ ୮୦୦୦ ପ୍ୟାକେଟ ବିହନ ଶସ୍ତାରେ କୃଷକମାନଙ୍କୁ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri