ଏଇ ଭାରତରେ

ରୋଷେଇ ଘର ବର୍ଜ୍ୟ ବହୁ ସମୟରେ ପାରିପାର୍ଶ୍ୱିକ ପରିବେଶକୁ ପ୍ରଦୂଷିତ କରିଥାଏ। ତେବେ ଏହି ସମସ୍ୟାର ଏବେ ସମାଧାନ କରିପାରିଛନ୍ତି ହାଇଦ୍ରାବାଦର ପାବନି ଲୋଲ୍ଲା। ସେ ଏକ ଦୁର୍ଗନ୍ଧ ମୁକ୍ତ ହୋମ୍‌ କମ୍ପୋଷ୍ଟର ନିର୍ମାଣ କରିଛନ୍ତି। ସାଧାରଣ କମ୍ପୋଷ୍ଟର ୪୫ରୁ ୬୦ ଦିନ ମଧ୍ୟରେ ଖତ ପ୍ରସ୍ତୁତ କରିପାରୁଥିବାବେଳେ ହୋମ୍‌ କମ୍ପୋଷ୍ଟରରେ ୭ ଦିନ ମଧ୍ୟରେ ଏହା ହୋଇପାରୁଛି। ପରିବା ଚୋପା, ବଳକା ଖାଦ୍ୟ ଭଳି ଜୈବିକ ବର୍ଜ୍ୟରୁ ଏହି ଖତ ହୋଇପାରୁଛି। ଡଷ୍ଟବିନ୍‌ ଭଳି ଏହାକୁ ବାଲକୋନିଠାରୁ ଆରମ୍ଭ କରି ଘରର ଯେକୌଣସି ସ୍ଥାନରେ ରଖାଯାଇପାରିବ। ଏହା ମାସକୁ ୩୦ କେଜି କିଚେନ ଓ୍ବେଷ୍ଟକୁ ଖତ କରିପାରିବ। ‘ଫ୍ୟୁଚର ଷ୍ଟେପ୍ସ’ ଷ୍ଟାର୍ଟଅପ ମାଧ୍ୟମରେ ଏହି କମ୍ପୋଷ୍ଟର ନିର୍ମାଣ କରୁଛନ୍ତି ପାବନି, ଯେଉଁଥିରେ ସହପ୍ରତିଷ୍ଠାତା ଭାବେ ରହିଛନ୍ତି ମହେଶ ୟୁ ଓ ସିଦ୍ଧେଶ ସାକୋରେ। କର୍ନାଟକ, ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲଙ୍ଗାନାରେ ଏବେ ସୁଦ୍ଧା ସେ ୬,୦୦୦ରୁ ଅଧିକ କମ୍ପୋଷ୍ଟର ବିକ୍ରି କରିସାରିଲେଣି। ଗୋଟିକୁ ୩,୫୦୦ ଟଙ୍କାରେ ବିକ୍ରି କରାଯାଉଛି। ପାବନି ମଧ୍ୟ ଜଣେ ଅର୍ବାନ ଗାର୍ଡନର। ପରିବେଶ ଉପରେ କାର୍ଯ୍ୟ କରୁଥିବା ପିନାକା ପଦ୍ମା ସଂସ୍ଥା ମାଧ୍ୟମରେ ନିଜ ଅଗଣାରେ ସେ ୧୦୦୦ ଗଛ ଲଗାଇ ଏକ ବଗିଚା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri