ଅଭିନବ ପ୍ରୟାସ ଜରୁରୀ

ଈପ୍ସିତା ମହାନ୍ତି

 

ଜଳବାୟୁ ପରିବର୍ତ୍ତନ ଏବଂ ତାହାର ପ୍ରଭାବ ଯୋଗୁ ସାରା ଦୁନିଆ ଦଂଶୀ ହେଉଛି। ଚଳିତବର୍ଷ ସରକାର ନିଜର ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ପରିବେଶ ସୁରକ୍ଷା ପ୍ରସଙ୍ଗକୁ ଶୀର୍ଷରେ ରଖିବା ଆବଶ୍ୟକ। ଏହି ଲେଖା ଲେଖୁଥିବା ବେଳେ ମୁଁ ଭୟଙ୍କର କାଶ ସହିତ ଛାତି ଭିତରେ ବୋଝ ବୋହିବା ଭଳି ଅଜବ ଧରଣର ସମସ୍ୟା ସହ ଲଢ଼େଇ କରୁଥିଲି। ଧୀରେଧୀରେ ରାଜଧାନୀ ଭୁବନେଶ୍ୱରର ଆକାଶପଥ ମହାଶୂନ୍ୟକୁ ଛୁଇଁବା ଆରମ୍ଭ କରୁଥିବା ଭଳି ଅନୁଭବ ହେଉଥିଲା। ବହୁଲକ୍ଷ ବିଶିଷ୍ଟ ଭୁବନେଶ୍ବର ସହରର ଜନସଂଖ୍ୟା ଉପରେ ଏକ ନୀରବ, କିନ୍ତୁ ବ୍ୟାପକ ବିପଦ ମାଡ଼ିଆସୁଛି। କିଛି ମାସ ତଳେ ମୁଁ ଯେଉଁ ଅଞ୍ଚଳରେ ରହୁଥିଲି, ସେଠାକାର ବାୟୁ ଗୁଣବତ୍ତା ସୂଚକାଙ୍କ ୧୯୩ରେ ପହଞ୍ଚତ୍ଥିଲା। ପରବର୍ତ୍ତୀ ସମୟରେ ଏହା ୨୧୨କୁ ଛୁଇଁଥିଲା, ଯାହା ସହରୀକରଣର ପରିବେଶ ଉପରେ ପଡ଼ିବାକୁ ଯାଉଥିବା ଦୁଷ୍ପ୍ରଭାବର ଦିଗକୁ ସୂଚିତ କରୁଛି। ନିକଟରେ ଏରିଜୋନାର ବେରୋ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନ ଜାରି କରିଥିବା ଅଧ୍ୟୟନକୁ ଦେଖିଲେ ଏହି ତଥ୍ୟ ଆହୁରି ଚିନ୍ତାଜନକ । ଅଧ୍ୟୟନ କହୁଛି ବାୟୁ ପ୍ରଦୂଷଣ ପାର୍କିନସନ୍ସର ବିପଦକୁ ୫୬% ପର୍ଯ୍ୟନ୍ତ ବୃଦ୍ଧି କରୁଛି। ୧୯୫୦ରେ ଭୁବନେଶ୍ବର ସହରର ଜନସଂଖ୍ୟା ଥିଲା ମାତ୍ର ୧୬ ହଜାର। ବର୍ତ୍ତମାନ ୧୨ଲକ୍ଷ ଅତିକ୍ରମ କରିସାରିଲାଣି। ବିକାଶ ପାଇଁ ଚାଲିଥିବା ନିରନ୍ତର ପ୍ରତିଯୋଗିତା ସ୍ବାସ୍ଥ୍ୟଗତ ସଙ୍କଟକୁ ଡାକି ଆଣୁଛି।
ଭାରତ ଗୋଟିଏ ପଟେ ନିଜ ବଢ଼ୁଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ନିଜ ପରିବେଶ ନିର୍ଗମନକୁ ରୋକିବା ସହ ଲକ୍ଷଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାକୁ ପ୍ରଚେଷ୍ଟା କରୁଛି। ଉନ୍ନତ ମାନର ଜୀବନଧାରଣ ପାଇଁ ଭାରତରେ ବୃଦ୍ଧି ପାଉଥିବା ମଧ୍ୟବିତ୍ତ ଶ୍ରେଣୀର ଆକାଂକ୍ଷାଗୁଡ଼ିକୁ ସାଧାରଣତଃ ଗ୍ଲୋବାଲ ନର୍ଥ ଅର୍ଥାତ୍‌ ବିକଶିତ ଦେଶଗୁଡ଼ିକ ଦ୍ୱାରା ଏପରି ଏକ ନକାରାତ୍ମକ ଶକ୍ତି ସ୍ବରୂପ ଦେଖାଯାଉଛି, ଯାହା ଆମ ଉପରେ ଅତ୍ୟଧିକ ଚାପ ବଢ଼ାଉଛି। କିନ୍ତୁ ଏହି ଅଭିଳାଷଗୁଡ଼ିକ କେବଳ ଯେ ସମର୍ଥନ କରିବ ତାହା ନୁହେଁ, ବରଂ ପରିବେଶ ସୁରକ୍ଷା ସହିତ ସୁସଂଗତ ଢଙ୍ଗରେ ତାହା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଏଥିରେ ଅଭିନବ କୌଶଳ ସହିତ ପରିବେଶ ସଂରକ୍ଷଣ ନିୟମକୁ କଡ଼ାକଡ଼ି ପାଳନ ପାଇଁ ପ୍ରତିବଦ୍ଧତା ରହିବା ଜରୁରୀ। ଏଦିଗରେ ଗ୍ଲୋବାଲ ସାଉଥ୍‌ ଏବଂ ଭାରତ ଅନେକ କିଛି କରିପାରିବେ।
ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦୃଷ୍ଟିରୁ ଭାରତକୁ ବିପଦ ଶ୍ରେଣୀରେ ସ୍ଥାନିତ କରିଛି। ପାଣିପାଗ ଢାଞ୍ଚାରୁ ସ୍ପଷ୍ଟ ଯେ ଆମେ ଆକସ୍ମିକ ବନ୍ୟା, ବାତ୍ୟା, ମରୁଡ଼ି, ବଡ଼ ଧରଣର ବନାଗ୍ନି, ଦୀର୍ଘକାଳୀନ ଗରମର ପ୍ରକୋପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ। ଏସବୁ ବିପର୍ଯ୍ୟୟ କେବଳ ଧନଜୀବନର କ୍ଷତି ଘଟାଉ ନାହିଁ ବରଂ ଜଳସ୍ରୋତର ଉତ୍ସକୁ ନଷ୍ଟ କରିବା ସହିତ ଫସଲ ହାନି ମଧ୍ୟ ଘଟାଉଛି। କ୍ଲାଇମେଟ୍‌ ସେଣ୍ଟ୍ରାଲ (କେନ୍ଦ୍ରୀୟ ଜଳବାୟୁ) ଦ୍ୱାରା ନିକଟରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ନଭେମ୍ବର ୨୦୨୨ଠାରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୈଶ୍ବିକ ତାପମାତ୍ରା ରେକର୍ଡ଼ ସୃଷ୍ଟି କରିଛି। ଜଳବାୟୁ ବିଶେଷଜ୍ଞଙ୍କ ମତରେ ଜଳବାୟୁ ପରିବର୍ତ୍ତନର ଏହା ହେଉଛି ଏକ ପ୍ରତ୍ୟକ୍ଷ ପରିଣାମ। ଭାରତୀୟ କୃଷିକ୍ଷେତ୍ର ୬୦%ରୁ ଅଧିକ ଶ୍ରମ ସୃଷ୍ଟି କରିଥାଏ। ଅପ୍ରତ୍ୟାଶିତ ମରୁଡ଼ି କାରଣରୁ ଭାରତୀୟ କୃଷିକ୍ଷେତ୍ର ଗୁରୁତର ଆହ୍ବାନର ସମ୍ମୁଖୀନ ହେଉଛି। ତାପମାତ୍ରା ବୃଦ୍ଧି ହେତୁ ବାହାରେ କାମ କରୁଥିବା ଲୋକ କଠିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟବାଧକତାରେ ପେଟ ପାଇଁ ବାହାରେ କାମ କରୁଥିବା ଲୋକଙ୍କ ଶରୀର ଉପରେ ଅନେକ କୁପ୍ରଭାବ ପଡୁଛି। ଉଚ୍ଚ ତାପମାତ୍ରା ଏବଂ ବୃଦ୍ଧି ପାଉଥିବା ପ୍ରଦୂଷଣ କାରଣରୁ ଶ୍ରମିକଙ୍କ କାର୍ଯ୍ୟକ୍ଷମତା ପ୍ରଭାବିତ ହେଉଛି। ଅନ୍ତର୍ରାଷ୍ଟ୍ରୀୟ ଶ୍ରମ ସଙ୍ଗଠନର ତଥ୍ୟ ଅନୁଯାୟୀ, ୩୫ ଡିଗ୍ରୀ ସେଲ୍‌ସିୟସଠାରୁ ଅଧିକ ତାପମାତ୍ରାରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକର କାର୍ଯ୍ୟ କ୍ଷମତା ୫୦% ପର୍ଯ୍ୟନ୍ତ ହ୍ରାସ ପାଉଛି। ଶ୍ରମ ଉତ୍ପାଦକ ହ୍ରାସ ହେତୁ ଦେଶର ଅର୍ଥନୀତି ଉପରେ ବୋଝ ପଡ଼ୁଛି। ବେକାରି ଓ ଗରିବଙ୍କ ସଂଖ୍ୟା ବୃଦ୍ଧିର ଏହା ଏକ ପ୍ରମୁଖ କାରଣ। ଏହାଦ୍ବାରା ଖାଦ୍ୟ ସୁରକ୍ଷା ସଂକଟ ମଧ୍ୟ ବୃଦ୍ଧି ପାଇବ। କେବଳ ଶ୍ରମିକ ନୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଉଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପୁଛି, ଜୈବ ବିବିଧତା ନଷ୍ଟ ହେଉଛି, ବିଶୁଦ୍ଧ ବାୟୁ ସଙ୍କଟ କାରଣରୁ ଜୀବଜନ୍ତୁଙ୍କ ସହ ମନ୍ୟୁଷଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହେଉଛି।
ଏଭଳି ଆହ୍ବାନର ସମାଧାନ ପାଇଁ ଅଭିନବ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିପରି ଏକ ଉପାୟ ହେଉଛି ଉଦ୍ଭିଦଜାତ ପୁଷ୍ଟିସାର (ପ୍ରୋଟିନ୍‌) ଏବଂ କୃଷିଜାତ ମାଂସକୁ ପ୍ରୋତ୍ସାହିତ କରିବା। ଏହି ବିକଳ୍ପ ପାରମ୍ପରିକ ପଶୁପାଳନ ତୁଳନାରେ ଜଳ ଏବଂ ଜମିର ବ୍ୟବହାରକୁ ଯଥେଷ୍ଟ ହ୍ରାସ କରିଥାଏ। ଯାହାଦ୍ୱାରା ଜଳ, ଜମି ଭଳି ଦୁର୍ଲଭ ସମ୍ବଳ ଉପରୁ ଚାପ କମିଯିବ। ଏହି ଉପାୟ କୃଷି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଦିଗରେ ସହାୟକ ହେବ। ଏହାକୁ ଜାତୀୟ ନୀତି ଓ ଉପଭୋକ୍ତାଙ୍କ ଅଭ୍ୟାସରେ ଅନ୍ତର୍ଭୁକ୍ତ କରି ଆମେ ପରିବେଶ ଏବଂ ଅର୍ଥନୈତିକ ଆହ୍ବାନର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବା। ଏଥିସହିତ ସୌରଶକ୍ତି, ପବନ ଶକ୍ତି, ବାୟୋ ଇନ୍ଧନ, ବିଦ୍ୟୁତ୍‌ଚାଳିତ ଯାନ ଭଳି କ୍ଲିନ ଏନର୍ଜି ସିଷ୍ଟମ (ସ୍ବଚ୍ଛ ଶକ୍ତି ପ୍ରଣାଳୀ) ଆମକୁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ରଖିବ। ଜଳବାୟୁ ପରିବର୍ତ୍ତନକୁ ଆମେ ବର୍ତ୍ତମାନର ସଙ୍କଟ ବୋଲି ଗ୍ରହଣ ନ କରି ଭବିଷ୍ୟତର ସଙ୍କଟ ବୋଲି ବିଚାର କରୁଛୁ। କେହିକେହି ଏହାକୁ ବ୍ୟକ୍ତିଗତ ସମସ୍ୟା ଭାବେ ଗ୍ରହଣ କରନ୍ତି ନାହିଁ। ଏହା ଏକ ବୈଶ୍ବିକ ସଙ୍କଟ ବୋଲି ଅଯଥା ଯୁକ୍ତି କରନ୍ତି। ଏଭଳି ମାନସିକତା ଆମ ସମସ୍ୟାକୁ ଦ୍ବିଗୁଣିତ କରୁଛି। ତେଣୁ ଆମେ ଏଥିପ୍ରତି ସଚେତନ ରହିବା। ଏହାର ସମାଧାନ ପାଇଁ ପ୍ରଥମେ ନିଜ ଘରୁ ଅଭିଯାନ ଆରମ୍ଭ କରିବା।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?