ଅଭିନବ ପ୍ରୟାସ ଜରୁରୀ

ଈପ୍ସିତା ମହାନ୍ତି

 

ଜଳବାୟୁ ପରିବର୍ତ୍ତନ ଏବଂ ତାହାର ପ୍ରଭାବ ଯୋଗୁ ସାରା ଦୁନିଆ ଦଂଶୀ ହେଉଛି। ଚଳିତବର୍ଷ ସରକାର ନିଜର ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ପରିବେଶ ସୁରକ୍ଷା ପ୍ରସଙ୍ଗକୁ ଶୀର୍ଷରେ ରଖିବା ଆବଶ୍ୟକ। ଏହି ଲେଖା ଲେଖୁଥିବା ବେଳେ ମୁଁ ଭୟଙ୍କର କାଶ ସହିତ ଛାତି ଭିତରେ ବୋଝ ବୋହିବା ଭଳି ଅଜବ ଧରଣର ସମସ୍ୟା ସହ ଲଢ଼େଇ କରୁଥିଲି। ଧୀରେଧୀରେ ରାଜଧାନୀ ଭୁବନେଶ୍ୱରର ଆକାଶପଥ ମହାଶୂନ୍ୟକୁ ଛୁଇଁବା ଆରମ୍ଭ କରୁଥିବା ଭଳି ଅନୁଭବ ହେଉଥିଲା। ବହୁଲକ୍ଷ ବିଶିଷ୍ଟ ଭୁବନେଶ୍ବର ସହରର ଜନସଂଖ୍ୟା ଉପରେ ଏକ ନୀରବ, କିନ୍ତୁ ବ୍ୟାପକ ବିପଦ ମାଡ଼ିଆସୁଛି। କିଛି ମାସ ତଳେ ମୁଁ ଯେଉଁ ଅଞ୍ଚଳରେ ରହୁଥିଲି, ସେଠାକାର ବାୟୁ ଗୁଣବତ୍ତା ସୂଚକାଙ୍କ ୧୯୩ରେ ପହଞ୍ଚତ୍ଥିଲା। ପରବର୍ତ୍ତୀ ସମୟରେ ଏହା ୨୧୨କୁ ଛୁଇଁଥିଲା, ଯାହା ସହରୀକରଣର ପରିବେଶ ଉପରେ ପଡ଼ିବାକୁ ଯାଉଥିବା ଦୁଷ୍ପ୍ରଭାବର ଦିଗକୁ ସୂଚିତ କରୁଛି। ନିକଟରେ ଏରିଜୋନାର ବେରୋ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନ ଜାରି କରିଥିବା ଅଧ୍ୟୟନକୁ ଦେଖିଲେ ଏହି ତଥ୍ୟ ଆହୁରି ଚିନ୍ତାଜନକ । ଅଧ୍ୟୟନ କହୁଛି ବାୟୁ ପ୍ରଦୂଷଣ ପାର୍କିନସନ୍ସର ବିପଦକୁ ୫୬% ପର୍ଯ୍ୟନ୍ତ ବୃଦ୍ଧି କରୁଛି। ୧୯୫୦ରେ ଭୁବନେଶ୍ବର ସହରର ଜନସଂଖ୍ୟା ଥିଲା ମାତ୍ର ୧୬ ହଜାର। ବର୍ତ୍ତମାନ ୧୨ଲକ୍ଷ ଅତିକ୍ରମ କରିସାରିଲାଣି। ବିକାଶ ପାଇଁ ଚାଲିଥିବା ନିରନ୍ତର ପ୍ରତିଯୋଗିତା ସ୍ବାସ୍ଥ୍ୟଗତ ସଙ୍କଟକୁ ଡାକି ଆଣୁଛି।
ଭାରତ ଗୋଟିଏ ପଟେ ନିଜ ବଢ଼ୁଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ନିଜ ପରିବେଶ ନିର୍ଗମନକୁ ରୋକିବା ସହ ଲକ୍ଷଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାକୁ ପ୍ରଚେଷ୍ଟା କରୁଛି। ଉନ୍ନତ ମାନର ଜୀବନଧାରଣ ପାଇଁ ଭାରତରେ ବୃଦ୍ଧି ପାଉଥିବା ମଧ୍ୟବିତ୍ତ ଶ୍ରେଣୀର ଆକାଂକ୍ଷାଗୁଡ଼ିକୁ ସାଧାରଣତଃ ଗ୍ଲୋବାଲ ନର୍ଥ ଅର୍ଥାତ୍‌ ବିକଶିତ ଦେଶଗୁଡ଼ିକ ଦ୍ୱାରା ଏପରି ଏକ ନକାରାତ୍ମକ ଶକ୍ତି ସ୍ବରୂପ ଦେଖାଯାଉଛି, ଯାହା ଆମ ଉପରେ ଅତ୍ୟଧିକ ଚାପ ବଢ଼ାଉଛି। କିନ୍ତୁ ଏହି ଅଭିଳାଷଗୁଡ଼ିକ କେବଳ ଯେ ସମର୍ଥନ କରିବ ତାହା ନୁହେଁ, ବରଂ ପରିବେଶ ସୁରକ୍ଷା ସହିତ ସୁସଂଗତ ଢଙ୍ଗରେ ତାହା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଏଥିରେ ଅଭିନବ କୌଶଳ ସହିତ ପରିବେଶ ସଂରକ୍ଷଣ ନିୟମକୁ କଡ଼ାକଡ଼ି ପାଳନ ପାଇଁ ପ୍ରତିବଦ୍ଧତା ରହିବା ଜରୁରୀ। ଏଦିଗରେ ଗ୍ଲୋବାଲ ସାଉଥ୍‌ ଏବଂ ଭାରତ ଅନେକ କିଛି କରିପାରିବେ।
ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦୃଷ୍ଟିରୁ ଭାରତକୁ ବିପଦ ଶ୍ରେଣୀରେ ସ୍ଥାନିତ କରିଛି। ପାଣିପାଗ ଢାଞ୍ଚାରୁ ସ୍ପଷ୍ଟ ଯେ ଆମେ ଆକସ୍ମିକ ବନ୍ୟା, ବାତ୍ୟା, ମରୁଡ଼ି, ବଡ଼ ଧରଣର ବନାଗ୍ନି, ଦୀର୍ଘକାଳୀନ ଗରମର ପ୍ରକୋପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ। ଏସବୁ ବିପର୍ଯ୍ୟୟ କେବଳ ଧନଜୀବନର କ୍ଷତି ଘଟାଉ ନାହିଁ ବରଂ ଜଳସ୍ରୋତର ଉତ୍ସକୁ ନଷ୍ଟ କରିବା ସହିତ ଫସଲ ହାନି ମଧ୍ୟ ଘଟାଉଛି। କ୍ଲାଇମେଟ୍‌ ସେଣ୍ଟ୍ରାଲ (କେନ୍ଦ୍ରୀୟ ଜଳବାୟୁ) ଦ୍ୱାରା ନିକଟରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ନଭେମ୍ବର ୨୦୨୨ଠାରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୈଶ୍ବିକ ତାପମାତ୍ରା ରେକର୍ଡ଼ ସୃଷ୍ଟି କରିଛି। ଜଳବାୟୁ ବିଶେଷଜ୍ଞଙ୍କ ମତରେ ଜଳବାୟୁ ପରିବର୍ତ୍ତନର ଏହା ହେଉଛି ଏକ ପ୍ରତ୍ୟକ୍ଷ ପରିଣାମ। ଭାରତୀୟ କୃଷିକ୍ଷେତ୍ର ୬୦%ରୁ ଅଧିକ ଶ୍ରମ ସୃଷ୍ଟି କରିଥାଏ। ଅପ୍ରତ୍ୟାଶିତ ମରୁଡ଼ି କାରଣରୁ ଭାରତୀୟ କୃଷିକ୍ଷେତ୍ର ଗୁରୁତର ଆହ୍ବାନର ସମ୍ମୁଖୀନ ହେଉଛି। ତାପମାତ୍ରା ବୃଦ୍ଧି ହେତୁ ବାହାରେ କାମ କରୁଥିବା ଲୋକ କଠିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟବାଧକତାରେ ପେଟ ପାଇଁ ବାହାରେ କାମ କରୁଥିବା ଲୋକଙ୍କ ଶରୀର ଉପରେ ଅନେକ କୁପ୍ରଭାବ ପଡୁଛି। ଉଚ୍ଚ ତାପମାତ୍ରା ଏବଂ ବୃଦ୍ଧି ପାଉଥିବା ପ୍ରଦୂଷଣ କାରଣରୁ ଶ୍ରମିକଙ୍କ କାର୍ଯ୍ୟକ୍ଷମତା ପ୍ରଭାବିତ ହେଉଛି। ଅନ୍ତର୍ରାଷ୍ଟ୍ରୀୟ ଶ୍ରମ ସଙ୍ଗଠନର ତଥ୍ୟ ଅନୁଯାୟୀ, ୩୫ ଡିଗ୍ରୀ ସେଲ୍‌ସିୟସଠାରୁ ଅଧିକ ତାପମାତ୍ରାରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକର କାର୍ଯ୍ୟ କ୍ଷମତା ୫୦% ପର୍ଯ୍ୟନ୍ତ ହ୍ରାସ ପାଉଛି। ଶ୍ରମ ଉତ୍ପାଦକ ହ୍ରାସ ହେତୁ ଦେଶର ଅର୍ଥନୀତି ଉପରେ ବୋଝ ପଡ଼ୁଛି। ବେକାରି ଓ ଗରିବଙ୍କ ସଂଖ୍ୟା ବୃଦ୍ଧିର ଏହା ଏକ ପ୍ରମୁଖ କାରଣ। ଏହାଦ୍ବାରା ଖାଦ୍ୟ ସୁରକ୍ଷା ସଂକଟ ମଧ୍ୟ ବୃଦ୍ଧି ପାଇବ। କେବଳ ଶ୍ରମିକ ନୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଉଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପୁଛି, ଜୈବ ବିବିଧତା ନଷ୍ଟ ହେଉଛି, ବିଶୁଦ୍ଧ ବାୟୁ ସଙ୍କଟ କାରଣରୁ ଜୀବଜନ୍ତୁଙ୍କ ସହ ମନ୍ୟୁଷଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହେଉଛି।
ଏଭଳି ଆହ୍ବାନର ସମାଧାନ ପାଇଁ ଅଭିନବ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିପରି ଏକ ଉପାୟ ହେଉଛି ଉଦ୍ଭିଦଜାତ ପୁଷ୍ଟିସାର (ପ୍ରୋଟିନ୍‌) ଏବଂ କୃଷିଜାତ ମାଂସକୁ ପ୍ରୋତ୍ସାହିତ କରିବା। ଏହି ବିକଳ୍ପ ପାରମ୍ପରିକ ପଶୁପାଳନ ତୁଳନାରେ ଜଳ ଏବଂ ଜମିର ବ୍ୟବହାରକୁ ଯଥେଷ୍ଟ ହ୍ରାସ କରିଥାଏ। ଯାହାଦ୍ୱାରା ଜଳ, ଜମି ଭଳି ଦୁର୍ଲଭ ସମ୍ବଳ ଉପରୁ ଚାପ କମିଯିବ। ଏହି ଉପାୟ କୃଷି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଦିଗରେ ସହାୟକ ହେବ। ଏହାକୁ ଜାତୀୟ ନୀତି ଓ ଉପଭୋକ୍ତାଙ୍କ ଅଭ୍ୟାସରେ ଅନ୍ତର୍ଭୁକ୍ତ କରି ଆମେ ପରିବେଶ ଏବଂ ଅର୍ଥନୈତିକ ଆହ୍ବାନର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବା। ଏଥିସହିତ ସୌରଶକ୍ତି, ପବନ ଶକ୍ତି, ବାୟୋ ଇନ୍ଧନ, ବିଦ୍ୟୁତ୍‌ଚାଳିତ ଯାନ ଭଳି କ୍ଲିନ ଏନର୍ଜି ସିଷ୍ଟମ (ସ୍ବଚ୍ଛ ଶକ୍ତି ପ୍ରଣାଳୀ) ଆମକୁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ରଖିବ। ଜଳବାୟୁ ପରିବର୍ତ୍ତନକୁ ଆମେ ବର୍ତ୍ତମାନର ସଙ୍କଟ ବୋଲି ଗ୍ରହଣ ନ କରି ଭବିଷ୍ୟତର ସଙ୍କଟ ବୋଲି ବିଚାର କରୁଛୁ। କେହିକେହି ଏହାକୁ ବ୍ୟକ୍ତିଗତ ସମସ୍ୟା ଭାବେ ଗ୍ରହଣ କରନ୍ତି ନାହିଁ। ଏହା ଏକ ବୈଶ୍ବିକ ସଙ୍କଟ ବୋଲି ଅଯଥା ଯୁକ୍ତି କରନ୍ତି। ଏଭଳି ମାନସିକତା ଆମ ସମସ୍ୟାକୁ ଦ୍ବିଗୁଣିତ କରୁଛି। ତେଣୁ ଆମେ ଏଥିପ୍ରତି ସଚେତନ ରହିବା। ଏହାର ସମାଧାନ ପାଇଁ ପ୍ରଥମେ ନିଜ ଘରୁ ଅଭିଯାନ ଆରମ୍ଭ କରିବା।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri