Posted inଫୁରସତ

ଏହି ଦେଶରେ ଭାରତୀୟଙ୍କୁ ଲୋଡ଼ା ନାହିଁ ଭିଜା

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ବିଦେଶ ଭ୍ରମଣ କରିବା ଅନେକଙ୍କ ସ୍ବପ୍ନ। ଆଉ
ଏଥିପାଇଁ ଲୋଡ଼ାହୁଏ ଭିଜା। ହେଲେ ଆପଣ ଜାଣନ୍ତିକି ଏମିତି କେତେକ ଦେଶ ରହିଛି, ଯେଉଁଠାରେ ବୁଲିବା ଲାଗି ଭାରତୀୟଙ୍କୁ ଆବଶ୍ୟକ ହୁଏ ନାହିଁ ଭିଜା।
ଜାଣିବା ଏ ସମ୍ପର୍କରେ…

୧. ନେପାଳ: ଭାରତର ପଡ଼ୋଶୀ ଦେଶ ନେପାଳରେ ରହିଛି ପଶୁପତିନାଥ ମନ୍ଦିର, ପୋଖରା, ଅନ୍ନପୂର୍ଣ୍ଣା ମାସିଫ୍‌ଠାରୁ ଆରମ୍ଭ କରି ଏଭରେଷ୍ଟ ପର୍ଯ୍ୟନ୍ତ ଅନେକ ପର୍ଯ୍ୟଟନ ସ୍ଥାନ। ଯାହାକୁ ଦେଖିବା ଲାଗି ବିଭିନ୍ନ ଦେଶ ସହ ଆମ ଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ସେଠାକୁ ଯାଆନ୍ତି। ତେବେ ଜାଣନ୍ତିକି, ନେପାଳ ସହିତ ଆମ ଦେଶର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବାରୁ ୧୯୫୦ ମସିହାରେ ‘ଇଣ୍ଡୋ-ନେପାଳ ଟ୍ରିଟି ଅଫ୍‌ ପ୍ରିସ୍‌ ଆଣ୍ଡ ଫ୍ରେଣ୍ଡଶିପ୍‌’ ଗଠନ କରାଯାଇଥିଲା। ଏହା ଅନୁଯାୟୀ ସେଠାକୁ ଯିବା ଲାଗି ଭାରତୀୟଙ୍କୁ ଭିଜା ଆବଶ୍ୟକ ହୋଇ ନ ଥାଏ।
୨. ମରିସସ୍‌: ଏସିଆ ମହାଦେଶର ସୁନ୍ଦର ଦେଶଗୁଡ଼ିକ ମଧ୍ୟରେ ମରିସସ୍‌ର ନାମ ରହିଛି। ଏଠାରେ ଥିବା ଏକାଧିକ ମନୋରମ ସି’ବିଚ୍‌, ଓ୍ବାଟର ଫଲ୍‌ ଏବଂ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ବ୍ୟତୀତ ସେଠାକାର ଓ୍ବାଟର ସ୍ପୋଟର୍‌ସ ମଧ୍ୟ ସଭିଙ୍କ ଲାଗି ଅନ୍ୟତମ ଆକର୍ଷଣ। ଏହି ଦେଶ ସହ ଭାରତର ଭଲ ସମ୍ପର୍କ ଥିବାରୁ ସେଠାକୁ ବୁଲିଯିବା ଲାଗି ଭିଜାର ଆବଶ୍ୟକତା ପଡ଼େନି। କେବଳ ପାସ୍‌ପୋର୍ଟ ଦେଖାଇ ସେଠାରେ ୬୦ ଦିନ ପର୍ଯ୍ୟନ୍ତ ରହିବାକୁ ଅନୁମତି ମିଳିଥାଏ।
୩. ଭୁଟାନ୍‌: ଦକ୍ଷିଣ ଏସୀୟ ଦେଶ ଭୁଟାନ୍‌ ହିମାଳୟ ପାଦ ଦେଶରେ ଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସେଠାରେ ଥିବା ପାରୋ ତକ୍‌ସାଙ୍ଗ୍‌, ପୁନାଖା ଜୋଙ୍ଗ୍‌, ତାସିଛୋ ଜୋଙ୍ଗ୍‌, ରିନ୍‌ପଙ୍ଗ୍‌ ଜୋଙ୍ଗ୍‌ ଆଦି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷଣ କରିଥାଏ। ଏହି ଦେଶକୁ ବୁଲିଯିବା ପାଇଁ ମଧ୍ୟ ଭାରତୀୟଙ୍କୁ ଭିଜାର ଆବଶ୍ୟକତା ପଡ଼ି ନ ଥାଏ। ସେଠାରେ ପାସ୍‌ପୋର୍ଟ, ଭୋଟର ଆଇଡି କିମ୍ବା ଆଧାରକାର୍ଡ ଭଳି ପ୍ରମାଣ ପତ୍ର ହିଁ ଯଥେଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri