Posted inଫୁରସତ

ଏହି ଦେଶରେ ଭାରତୀୟଙ୍କୁ ଲୋଡ଼ା ନାହିଁ ଭିଜା

ବିଦେଶ ଭ୍ରମଣ କରିବା ଅନେକଙ୍କ ସ୍ବପ୍ନ। ଆଉ
ଏଥିପାଇଁ ଲୋଡ଼ାହୁଏ ଭିଜା। ହେଲେ ଆପଣ ଜାଣନ୍ତିକି ଏମିତି କେତେକ ଦେଶ ରହିଛି, ଯେଉଁଠାରେ ବୁଲିବା ଲାଗି ଭାରତୀୟଙ୍କୁ ଆବଶ୍ୟକ ହୁଏ ନାହିଁ ଭିଜା।
ଜାଣିବା ଏ ସମ୍ପର୍କରେ…

୧. ନେପାଳ: ଭାରତର ପଡ଼ୋଶୀ ଦେଶ ନେପାଳରେ ରହିଛି ପଶୁପତିନାଥ ମନ୍ଦିର, ପୋଖରା, ଅନ୍ନପୂର୍ଣ୍ଣା ମାସିଫ୍‌ଠାରୁ ଆରମ୍ଭ କରି ଏଭରେଷ୍ଟ ପର୍ଯ୍ୟନ୍ତ ଅନେକ ପର୍ଯ୍ୟଟନ ସ୍ଥାନ। ଯାହାକୁ ଦେଖିବା ଲାଗି ବିଭିନ୍ନ ଦେଶ ସହ ଆମ ଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ସେଠାକୁ ଯାଆନ୍ତି। ତେବେ ଜାଣନ୍ତିକି, ନେପାଳ ସହିତ ଆମ ଦେଶର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବାରୁ ୧୯୫୦ ମସିହାରେ ‘ଇଣ୍ଡୋ-ନେପାଳ ଟ୍ରିଟି ଅଫ୍‌ ପ୍ରିସ୍‌ ଆଣ୍ଡ ଫ୍ରେଣ୍ଡଶିପ୍‌’ ଗଠନ କରାଯାଇଥିଲା। ଏହା ଅନୁଯାୟୀ ସେଠାକୁ ଯିବା ଲାଗି ଭାରତୀୟଙ୍କୁ ଭିଜା ଆବଶ୍ୟକ ହୋଇ ନ ଥାଏ।
୨. ମରିସସ୍‌: ଏସିଆ ମହାଦେଶର ସୁନ୍ଦର ଦେଶଗୁଡ଼ିକ ମଧ୍ୟରେ ମରିସସ୍‌ର ନାମ ରହିଛି। ଏଠାରେ ଥିବା ଏକାଧିକ ମନୋରମ ସି’ବିଚ୍‌, ଓ୍ବାଟର ଫଲ୍‌ ଏବଂ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ବ୍ୟତୀତ ସେଠାକାର ଓ୍ବାଟର ସ୍ପୋଟର୍‌ସ ମଧ୍ୟ ସଭିଙ୍କ ଲାଗି ଅନ୍ୟତମ ଆକର୍ଷଣ। ଏହି ଦେଶ ସହ ଭାରତର ଭଲ ସମ୍ପର୍କ ଥିବାରୁ ସେଠାକୁ ବୁଲିଯିବା ଲାଗି ଭିଜାର ଆବଶ୍ୟକତା ପଡ଼େନି। କେବଳ ପାସ୍‌ପୋର୍ଟ ଦେଖାଇ ସେଠାରେ ୬୦ ଦିନ ପର୍ଯ୍ୟନ୍ତ ରହିବାକୁ ଅନୁମତି ମିଳିଥାଏ।
୩. ଭୁଟାନ୍‌: ଦକ୍ଷିଣ ଏସୀୟ ଦେଶ ଭୁଟାନ୍‌ ହିମାଳୟ ପାଦ ଦେଶରେ ଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସେଠାରେ ଥିବା ପାରୋ ତକ୍‌ସାଙ୍ଗ୍‌, ପୁନାଖା ଜୋଙ୍ଗ୍‌, ତାସିଛୋ ଜୋଙ୍ଗ୍‌, ରିନ୍‌ପଙ୍ଗ୍‌ ଜୋଙ୍ଗ୍‌ ଆଦି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷଣ କରିଥାଏ। ଏହି ଦେଶକୁ ବୁଲିଯିବା ପାଇଁ ମଧ୍ୟ ଭାରତୀୟଙ୍କୁ ଭିଜାର ଆବଶ୍ୟକତା ପଡ଼ି ନ ଥାଏ। ସେଠାରେ ପାସ୍‌ପୋର୍ଟ, ଭୋଟର ଆଇଡି କିମ୍ବା ଆଧାରକାର୍ଡ ଭଳି ପ୍ରମାଣ ପତ୍ର ହିଁ ଯଥେଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri