ନିଆରା ଚିତ୍ରଶିଳ୍ପୀ

ଚିତ୍ରାଙ୍କନ ଏକ କଳା। ଏହାଦ୍ୱାରା କାନ୍‌ଭାସ୍‌ରେ ପ୍ରତିଫଳିତ ହୋଇଥାଏ ଚିତ୍ରକରଙ୍କ ପରିକଳ୍ପନା ଆଉ ତାହା ହିଁ ଦେଇଥାଏ ତାଙ୍କ ସୃଜନଶୀଳତାର ପରିଚୟ। ତେବେ ଏମିତି କେତେଜଣ ଚିତ୍ରକର ଅଛନ୍ତି, ଯାହାଙ୍କ ଭିନ୍ନଶୈଳୀର ଚିତ୍ରକଳା ତାଙ୍କୁ କରିଥାଏ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର। ଏଭଳି କେତେଜଣ ନିଆରା ଯୁବ ଚିତ୍ରକରଙ୍କୁ ନେଇ ଏଥରର ବିଶେଷ ଉପସ୍ଥାପନା…

ପ୍ରାକୃତିକ ରଙ୍ଗରେ ଶୃଙ୍ଗାର ରସ: ଭରତମୁନୀଙ୍କ ରଚିତ ନାଟ୍ୟଶାସ୍ତ୍ରରେ ନବରସ ମଧ୍ୟରୁ ଶୃଙ୍ଗାର ରସ ହେଉଛି ଅନ୍ୟତମ। ଏହି ଶୃଙ୍ଗାର ରସକୁ ନେଇ କବି, ଔପନ୍ୟାସିକ, ଗାଳ୍ପିକ, ଚିତ୍ରଶିଳ୍ପୀ, ଲେଖକ ନିଜ ନିଜ କଥାବସ୍ତୁରେ ଲେଖନୀରେ ଜୀବନ୍ୟାସ ଦିଅନ୍ତି। ଆଉ ନିଜ ଚିତ୍ରକଳାରେ ଏହି ଶୃଙ୍ଗାର ରସକୁ ଜୀବନ୍ତ ରୂପେ ପ୍ରସ୍ଫୁଟିତ କରିପାରିଛନ୍ତି ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଧନିଶୋ ଗ୍ରାମର ପ୍ରେମଲତା ଏବଂ ନାଗେଶ୍ୱର ସାଉଙ୍କ ପୁଅ ପ୍ରସନ୍ନ କୁମାର। ବିଭିନ୍ନ କାବ୍ୟ କବିତା, ଗଳ୍ପ, ପୌରାଣିକ କଥାବସ୍ତୁ ତଥା ସାମାଜିକ ଜୀବନଶୈଳୀକୁ ଆଧାର କରି ଚିତ୍ରମାନ ସବୁ ଆଙ୍କୁଛନ୍ତି। ଯେଉଁଥିରେ ଭାରତୀୟ କାବ୍ୟ, କବିତା, ଲାଳିତ୍ୟ, ଅଙ୍ଗଭଙ୍ଗୀ ଆଦି ପ୍ରତିଫଳିତ ହୁଏ। ତେବେ ତାଙ୍କ ଚିତ୍ରଗୁଡ଼ିକର ବିଶେଷତ୍ୱ ହେଉଛି ସେ ବ୍ୟବହାର କରୁଥିବା ବିଭିନ୍ନ ପ୍ରାକୃତିକ ରଙ୍ଗ। ସେ କୁହନ୍ତି, ମାର୍କେଟ୍‌ରେ ମିଳୁଥିବା କେମିକାଲ୍‌ଯୁକ୍ତ ରଙ୍ଗ ପରିବର୍ତ୍ତେ କିପରି ନିଜେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିପାରିବି, ତା’କୁ ନେଇ ବିଭିନ୍ନ ବହି, ଇଣ୍ଟରନେଟ୍‌ ଆଦିରୁ ରିସର୍ଚ୍ଚ କରିବା ପରେ ପୋଇ ଶାଗ ଏବଂ ମଞ୍ଜି, ବିଟ୍‌, ପାଳଙ୍ଗ, ଜୟନ୍ତି, କୋଶଳା ଶାଗ, କଫି ମଞ୍ଜି, ପଳାଶ ଫୁଲ, ଜାମୁକୋଳି, ହଳଦୀ ଆଦିରୁ ବିଭିନ୍ନ ରଙ୍ଗ ପ୍ରସ୍ତୁତ କରୁଛି। ଏହି ଅର୍ଗାନିକ୍‌ ରଙ୍ଗରେ ପ୍ରସ୍ତୁତ ଚିତ୍ର ଅପେକ୍ଷାକୃତ ଉଜ୍ଜ୍ୱଳ, ଦୀର୍ଘସ୍ଥାୟୀ। ନାଟ୍ୟଶାସ୍ତ୍ର ଅନୁସାରେ ଶୃଙ୍ଗାର ରସର ଦେବତା ହେଉଛନ୍ତି ଭଗବାନ୍‌ ବିଷ୍ଣୁ। ଯାହା ତାଙ୍କର କମନୀୟ ରୂପରେଖ, ସ୍ମିତହାସ୍ୟ ମୁଖମଣ୍ଡଳ, ଲାଳିତ୍ୟ, ବସ୍ତ୍ର ପରିପାଟୀ, ଆଭୂଷଣ, ଅଙ୍ଗଭଙ୍ଗୀରୁ ଦେଖିବାକୁ ମିଳେ। ମୁଖ୍ୟତଃ ଶୃଙ୍ଗାର ରସ ଭାରତୀୟ ଚିତ୍ରକଳା- ଟେମ୍ପୋରା ପେଣ୍ଟିଂ, କାଙ୍ଗରା ମିନିଏଚର ପେଣ୍ଟିଂ, ରାଜସ୍ଥାନୀ ମିନିଏଚର ପେଣ୍ଟିଂରେ ବିଶେଷ ଭାବେ ଦେଖିବାକୁ ମିଳେ। ଏହି ପୁରାତନ ଚିତ୍ରକଳାରୁ ଅନେକ ପ୍ରେରଣା ପାଇ ପ୍ରାକୃତିକ ରଙ୍ଗ ବ୍ୟବହାର କରି କଣ୍ଟେମ୍ପରାରୀ ବା ଆଧୁନିକ ଶୈଳୀରେ ଏଭଳି ଚିତ୍ର ଆଙ୍କୁଛି, ଯାହାକି ମୋତେ ଅଧିକ ଲୋକପ୍ରିୟତା ଦେଇଛି’ ବୋଲି କୁହନ୍ତି ପ୍ରସନ୍ନ କୁମାର। ତେବେ ପ୍ରସନ୍ନଙ୍କ ଏଭଳି ପେଣ୍ଟିଂ ପାଇଁ ତାଙ୍କୁ ମିଳିଛି ଅନେକ ପ୍ରଶଂସା ଓ ପୁରସ୍କାର। ଏହି ସୁନ୍ଦର ଚିତ୍ରାଙ୍କନ ଲାଗି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଚିତ୍ରକଳା ବିଭାଗ ପକ୍ଷରୁ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସେ ଗୋଲ୍ଡ ମେଡାଲ୍‌ରେ ସମ୍ମାନିତ ହୋଇଛନ୍ତି। ତାଙ୍କ ପ୍ରସ୍ତୁତ ଚିତ୍ରକଳା କେବଳ ଓଡ଼ିଶାରେ ନୁହେଁ, ଜାତୀୟ ଏବଂ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇବା ସହ ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଛି। ଭବିଷ୍ୟତରେ ନିଜ ଚିତ୍ରକଳାକୁ ନେଇ କିଛି ନୂଆ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରନ୍ତି ପ୍ରସନ୍ନ।
ଡିବିରି ଧୂଅଁାରେ ଅଙ୍କିତ ଚିତ୍ର ଲାଗେ ଜୀବନ୍ତ: ତାଙ୍କ ହାତରେ ନା ଥାଏ ପେନ୍‌ସିଲ୍‌, ରଙ୍ଗ ନା ରଙ୍ଗତୂଳୀ, ହେଲେ ତାଙ୍କ ଅଙ୍କିତ ବିନା ରଙ୍ଗର ଚିତ୍ର ଦେଖିବାକୁ କିଛି କ୍ଷଣ ଅଟକିଯାଏ ଆଖି। ତେବେ କାନ୍‌ଭାସ୍‌ ଉପରେ ଜୀବନ୍ତ ଲାଗୁଥିବା ଏହି ଚିତ୍ରସବୁ ଆଙ୍କିବାକୁ ସେ ବ୍ୟବହାର କରନ୍ତି ଡିବିରି ଧୂଆଁ। ଏଭଳି ଏକ ନିଆରା ଚିତ୍ରକଳା ସ୍ମୋକ୍‌ ଆର୍ଟକୁ ପ୍ରସ୍ତୁତ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ଚିତ୍ରଶିଳ୍ପୀ ହେଉଛନ୍ତି କଟକ ଝାଞ୍ଜିରିମଙ୍ଗଳାରେ ରହୁଥିବା ବାସନ୍ତି ଏବଂ ଗୟାଧର ବିଶ୍ୱାଳଙ୍କ ପୁଅ ଦୀପକ। ପିଲାବେଳୁ ଚିତ୍ରାଙ୍କନରେ ତାଙ୍କର ରୁଚି ରହିଥିଲା, ହେଲେ ଏତେ ସୁଯୋଗ ମିଳି ନ ଥିଲା। ଧୀରେ ଧୀରେ ଚିତ୍ରକୁ ନେଇ କିଛି ଏକ୍ସପେରିମେଣ୍ଟ କରିବାକୁ ଚେଷ୍ଟା କରିଥିଲେ ଏବଂ ସ୍ମୋକ୍‌ ଆର୍ଟ ଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଥିଲେ। ମହାପ୍ରଭୁ ଜଗନ୍ନାଥ, ବଡ଼ଦେଉଳ, ଗୌତମ ବୁଦ୍ଧ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାତ୍ମା ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖଙ୍କ ସ୍ମୋକ୍‌ ଆର୍ଟ କରି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ତାଙ୍କ ଅଙ୍କିତ ଚିତ୍ରଗୁଡ଼ିକୁ ସେ କଲର ଏକ ମ୍ୟାଚିସ୍‌ କା, ପିହୁ, ଘର କି ରାନୀ, ଅମୃତ, ମଧୁରାତି, ପରିଭାଷା ଭଳି ବିଭିନ୍ନ ନାମକରଣ କରିଛନ୍ତି। ତେବେ କେବଳ ଡିବିରିଧୂଅଁା, ଧଳା କାଗଜ, ସରୁ ପିନ୍‌, ତୁଳା ଏବଂ ପାରା ପର ବ୍ୟବହାର କରି ସେ ଚିତ୍ରଗୁଡ଼ିକୁ ଜୀବନ୍ତ ରୂପ ଦେଇ ପାରୁଛନ୍ତି। ସେ କୁହନ୍ତି, ଅନେକ ଚିତ୍ରଶିଳ୍ପୀ ସୁନ୍ଦର ସୁନ୍ଦର ଚିତ୍ର କରୁଥିବାର ଦେଖିଲେ ଖୁସିଲାଗେ। ହେଲେ ନିଜେ ଏହାକୁ ନେଇ କିଛି ଭିନ୍ନ କରିବାକୁ ସର୍ବଦା ଚାହୁଁଥିଲି। ତେଣୁ ଏହି ନୂଆ ଚିନ୍ତାଧାରା ମନକୁ ଆସିଲା। ବିନା ପ୍ରଶିକ୍ଷଣରେ କେବଳ ୟୁଟ୍ୟୁବ୍‌ ଦେଖି ଏଭଳି ଚିତ୍ର ଆଙ୍କିବା ପରେ ଦର୍ଶକଙ୍କ ପ୍ରଶଂସା ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଲା। ଭାରତରେ ଏହି କଳାର ଏତେଟା ପ୍ରସାର ପ୍ରଚାର ନ ଥିବାରୁ ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ନିଆରା କଳାକୁ ଲୋକଲୋଚନକୁ ଆଣିବାକୁ ଲକ୍ଷ୍ୟ ରଖି ପ୍ରୟାସ ଜାରି ରଖିଛି। ଭବିଷ୍ୟତରେ ନିଜର ଏକ ଆର୍ଟ ସ୍କୁଲ୍‌ କରି ପିଲାମାନଙ୍କୁ ଏହି କଳା ଶିକ୍ଷା ଦେବକୁ ଇଚ୍ଛା ରଖିଛି।
ଚକୋଲେଟ୍‌ ପେଣ୍ଟିଂ ଦେଇଛି ପରିଚୟ: ଚକୋଲେଟ୍‌ ଖାଇବାକୁ କିଏବା ଭଲ ନ ପାଏ! ହେଲେ ସେ କିନ୍ତୁ ଅଲଗା। ତାଙ୍କୁ ଖାଇବା ଅପେକ୍ଷା ଚକୋଲେଟ୍‌ ବ୍ୟବହାର କରି ପେଣ୍ଟିଂ କରିବାରେ ମିଳେ ଅପାର ଆନନ୍ଦ। ଆଉ ଏହି ଅଭିନବ ପ୍ରୟାସ ହିଁ ତାଙ୍କୁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ। ସେ ହେଉଛନ୍ତି କଟକ ଜିଲା ଚୌଦ୍ୱାରରେ ରହୁଥିବା ମା’ ଲିଲି ଏବଂ ବାପା ସୁକାନ୍ତ ତରାଇଙ୍କ ପୁଅ ଯତୀନ୍‌। ସ୍କୁଲ୍‌ରେ ପଢ଼ିବା ବେଳୁ ହିଁ ସେ ଖୁବ୍‌ ସୁନ୍ଦର ଚିତ୍ର ଆଙ୍କି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ। ଧୀରେ ଧୀରେ ପେନ୍‌ସିଲ୍‌ ସ୍କେଚ୍‌ ଏବଂ ଅଏଲ୍‌ ପେଣ୍ଟିଂରେ ସେ ନିଜର ଦକ୍ଷତା ପ୍ରତିପାଦନ କରିପାରିଲେ। ହେଲେ ପେଣ୍ଟିଂକୁ ନେଇ କିଛି ନୂଆ ଏକ୍ସପେରିମେଣ୍ଟ କରିବାକୁ ତାଙ୍କର ଇଚ୍ଛା ଥିଲା। ତେଣୁ ସେ ଏଥିପାଇଁ ରଙ୍ଗ ବଦଳରେ ବାଛି ନେଇଥିଲେ ଚକୋଲେଟ୍‌। ଆଉ କାନ୍‌ଭାସ୍‌ ଉପରେ ଆଙ୍କିଥିଲେ ନିଜ ଫେବରେଟ୍‌ କ୍ରିକେଟର ଏମ୍‌ଏସ୍‌ ଧୋନୀଙ୍କ ଚିତ୍ର, ଯାହାକୁ ଦେଖି ତାଙ୍କ ପାଖକୁ ଛୁଟିଥିଲା ପ୍ରଶଂସାର ସୁଅ। ସେହି ସମୟରେ ତାଙ୍କ ମୁଣ୍ଡରେ ପେଣ୍ଟିଂ କରିବାର ନିଶା ଏତେ ଘାରିଥିଲା ଯେ, ସେ ବି.ଟେକ୍‌. ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ। ସେ କୁହନ୍ତି, ପେଣ୍ଟିଂ ମୋର ନିଶା। ଯଦିଓ ଏଥିପାଇଁ କୌଣସି ତାଲିମ ନେଇନାହିଁ, ତଥାପି ଏହାକୁ ନେଇ କିଛି ସବୁବେଳେ ଏକ୍ସପେରିମେଣ୍ଟ କରିଆସିଛି। ତେବେ ଚକୋଲେଟ୍‌ ପେଣ୍ଟିଂ ମୋତେ ଅଧିକ ଲୋକପ୍ରିୟତା ଦେଇପାରିଛି। ଏହା ବ୍ୟତୀତ ରିଏଲିଷ୍ଟିକ୍‌ ପେନ୍‌ସିଲ୍‌ ସ୍କେଚ୍‌ରେ ମୋର ବିଶେଷ ଆଗ୍ରହ ରହିଛି। ଜଣେ ବନ୍ଧୁଙ୍କ ସହ ମିଶି ଏକ ଓ୍ବେବ୍‌ସାଇଟ୍‌ କରି ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଗ୍ରାହକଙ୍କ ନିକଟକୁ ପେଣ୍ଟିଂ କରି ପଠାଇ ପାରୁଛି। ଭବିଷ୍ୟତରେ ସୁଯୋଗ ଅଭାବରୁ ଲୋକଲୋଚନ ଆଢ଼ୁଆଳରେ ରହିଯାଉଥିବା ଅଧିକରୁ ଅଧିକ ଚିତ୍ରକରଙ୍କୁ ନିଜ କଳା ପ୍ରଦର୍ଶନ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।’ ଏଭଳି ନିଆରା ଚିତ୍ରକଳା କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି ଯତୀନ୍‌।
-ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?