Posted inଜାତୀୟ

ଗତ ୨୪ଘଣ୍ଟାରେ ଜେଡିୟୁରେ ସାମିଲ ହେଲେ ଆରଜେଡିର ୩ ବିଧାୟକ

ପାଟନା,୧୭।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ ଜେଡିୟୁର ଜଣେ ମନ୍ତ୍ରୀ ଆରଜେଡିରେ ଯୋଗଦେଇଥିବା ବେଳେ ଏବେ ଆରଜେଡିକୁ ଆଉ ଜଣେ ବିଧାୟକ ଝଟ୍‌କା ଦେଇଛନ୍ତି। ସାସାରାମର ଆରଜେଡି ବିଧାୟକ ଅଶୋକ କୁମାର କୁଶଓ୍ବାହା ଏବେ ବାଜି ଓଲଟାଇ ଦେଇଛନ୍ତି। ଏବେ ସେ ଜେଡିୟୁରେ ସାମିଲ ହୋଇଯାଇଛନ୍ତି। ସେହିପରି ଆରଜେଡିର ଯେଉଁ ୩ଜଣ ବିଧାୟକ ପ୍ରେମା ଚୌଧୁରୀ, ମହେଶ୍ୱର ଯାଦବ ଓ ଫରାଜ ଫାତମିଙ୍କୁ ଦଳ ବିରୋଧି ଗତିବିଧି ଅଭିଯୋଗରେ ୬ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା, ସେମାନେ ମଧ୍ୟ ଜେଡିୟୁର ହାତ ଧରିବେ। ତେବେ ମୋଟ ୪ଜଣଙ୍କ ମଧ୍ୟରୁ ସୋମବାର ୩ଜଣ ଜେଡିୟୁରେ ସାମିଲ ହୋଇଥିବା ବେଳେ ଫରାଜ ଫାତମି ଏବେ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି। ତେବେ ଅଶୋକ, ପ୍ରେମା ଓ ମହୋବର ଜେଡିୟୁ କାର୍ଯ୍ୟାଳରେ ପହଞ୍ଚି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ମନ୍ତ୍ରୀ ବିଜେନ୍ଦ୍ର ଯାଦବ ତାଙ୍କୁ ସଦସ୍ୟତା ଗ୍ରହଣ କରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?