ପହିଲି ରଜରେ ଜମୁଛି ମଉଜ

ଅନୁଗୋଳ ଅଫିସ, ୧୪।୬ ପ୍ରତୀକ୍ଷାର ଘଟିଛି ପରିସମାପ୍ତି। ସଜବାଜ ପରେ ଆରମ୍ଭ ହୋଇଛି ରଜ ମଉଜ। ବିଭିନ୍ନ ସ୍ଥାନରେ ଲାଗିଛି ଭଳି କି ଭଳି ଦୋଳି। ଖୋଲିଛି ରଙ୍ଗବେରଙ୍ଗ ପାନର ପସରା। ଘରେ ଘରେ ପୋଡ଼ପିଠା ପ୍ରସ୍ତୁତ ହୋଇଥିବାବେଳେ ଅନେକ ଅଞ୍ଚଳରେ ବାଦଦଣ୍ଡ, ବାଦୀପାଲା, ବାଗୁଡ଼ି ଖେଳ, ତାସ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହାକୁ ନେଇ ଅନୁଗୋଳ ଜିଲା ଉତ୍ସବମୁଖର ହୋଇଉଠିଛି। ୩ ଦିନ ଧରି ଏହି ପର୍ବ ପାଳନ ହେବାକୁ ଥିବାରୁ ପରିବାରରେ ବନ୍ଧୁବାନ୍ଧବ ପହଞ୍ଚିସାରିଛନ୍ତି। ଗତ ୨ ବର୍ଷ ହେଲା କରୋନା କାରଣରୁ ରଜ ଫିକା ପଡ଼ିଥିଲା। ହେଲେ ଚଳିତବର୍ଷ କଟକଣା ନ ଥିବାରୁ ଧୁମ୍‌ଧାମରେ ଏହି ପର୍ବ ପାଳନ ଆରମ୍ଭ ହୋଇଛି। ଅନୁଗୋଳ ସହରର ଇକୋ ପାର୍କରେ ଦୋଳି ଲାଗିଥିବାରୁ ଏଠାରେ ସହରବାସୀ ରଜର ମଜା ଉଠାଇବେ ବୋଲି କହିଛନ୍ତି।
ସୋମବାର ସଜବାଜ ଥିବାରୁ ଅନୁଗୋଳ ବଜାରରେ ଭିଡ଼ ପରିଲକ୍ଷିତ ହୋଇଥିଲା। ନୂଆ ପୋଷାକ, ଯୋତା କିଣିବାକୁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ମଙ୍ଗଳବାର ପ୍ରଥମ ରଜ ପାଇଁ ସହରର ବିଭିନ୍ନ ସ୍ଥାନରେ ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପିଠାପଣାରୁ ଠାରୁ ଆରମ୍ଭ କରି ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରହିଛି। ସେହିପରି ୩ ଦିନ ସରକାରୀ ଛୁଟି ଥିବାରୁ ଘରେ ରଜ ପାଳନ ପାଇଁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ତପତ୍ରତା ପ୍ରକାଶ ପାଇଛି। ଏହି କାରଣରୁ ସୋମବାର ଅପରାହ୍ନରୁ ସରକାରୀ କାର୍ଯ୍ୟାଳୟ ଶୂନଶାନ୍‌ ହୋଇପଡ଼ିଥିଲା। ଶନିବାର ଓ ରବିବାର ଛୁଟି ପଡ଼ୁଥିବାରୁ କିଛି କର୍ମଚାରୀ ଆଗୁଆ ଛୁଟି ନେଇଯାଇଥିଲେ। ଅନ୍ୟପକ୍ଷରେ ରଜ ପାଳନ ପାଇଁ ଇକୋ ପାର୍କରେ ସ୍ବତନ୍ତ୍ର ଦୋଳି ସାଙ୍ଗକୁ ରଜ ପାନର ବ୍ୟବସ୍ଥା କରାଯାଇଛି। ଏଥିସହ ଚଟ୍‌ପଟା ଖାଦ୍ୟର ପସରା ଖୋଲିଥିବା ଜଣାପଡ଼ିଛି। ପାର୍କକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି। ସହରବାସୀ ଯେପରି ରଜର ପ୍ରକୃତ ମଜା ଏଠାରେ ପାଇପାରିବେ ସେ ନେଇ ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି। ବିଶେଷକରି କୁମାରୀ ଓ ଯୁବତୀମାନଙ୍କୁ ରଜଭେଟି ଦେବାକୁ ପାର୍କ ପରିଚାଳନାରେ ଥିବା ଘରୋଇ ସଂସ୍ଥା ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ଏଥିସହ ସହର ଉପକଣ୍ଠ ଚନ୍ଦ୍ରବାହାଳ ଗ୍ରାମରେ ୨ ଦିନିଆ ରଜ ମହୋତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?