ଆମ୍ବତୁମ୍ବା ଅଞ୍ଚଳରେ ୧୪ ଶିମିଳିପାଳ ହାତୀ

ଜଳେଶ୍ୱର, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ରେଞ୍ଜ ଅଧୀନରେ ଥିବା କର୍ମଚାରୀମାନେ ବାରମ୍ବାର ହାତୀ ଘଉଡ଼ାଉଥିଲେ ମଧ୍ୟ ସେମାନେ ପୁନର୍ବାର ଏହି ଅଞ୍ଚଳକୁ ଫେରିଆସୁଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲା ବନକର୍ମଚାରୀଙ୍କ ସମନ୍ବୟ ଅଭାବରୁ ହାତୀଗୁଡ଼ିକ ଏପରି ଚଳପ୍ରଚଳ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।
ଗତ ୨ଦିନ ତଳେ ଜଳେଶ୍ୱର ଫରେଷ୍ଟ ରେଞ୍ଜ କର୍ମଚାରୀମାନେ ବହୁ କସରତ ପରେ ୧୪ ଶିମିଳିପାଳ ହାତୀକୁ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ରେଞ୍ଜକୁ ଘଉଡ଼ାଇ ଦେଇଥିଲେ। ସେମାନେ ପୁଣି ଏ ଅଞ୍ଚଳକୁ ଫେରିଆସିଛନ୍ତି। ପରେ ବ୍ୟାପକ କ୍ଷତି କରିବା ସହିତ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗି ଆହତ କରୁଛନ୍ତି ା ଏହା ବନବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି। ସୁବର୍ଣ୍ଣରେଖା ବହୁମୁଖୀ ଯୋଜନାର କେନାଲରେ ନିର୍ମାଣ ହୋଇଥିବା ପୋଲଗୁଡ଼ିକରେ ସାଧାରଣ ଲୋକେ ହାତୀ ଯିବାଆସିବାରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ଶିମିଳିପାଳ ଜଙ୍ଗଲରୁ ବାହାରି ଆସିଥିବା ହାତୀଗୁଡ଼ିକ ଫେରିବାରେ ଅସୁବିଧା ସୃଷ୍ଟି ହେଉଛି। କେତେକ ଲୋକେ ବାରିପଦାସ୍ଥିତ ଆଞ୍ଚଳିକ ବନବିଭାଗର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (କନ୍‌ଜରଭେଟର) କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ଏହାର ସମାଧାନ ନ ହେଲେ ପୁଣି ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ସୂଚନା ଯେ, ଖରିଫ ଋତୁଠାରୁ ଅଦ୍ୟାବଧି ହାତୀପଲ ଲୁହପଡ଼ା, ଆମ୍ବତୁମ୍ବା, ଜହ୍ନିଫୁଲିଆ, ରଙ୍ଗାମାଟିଆ, ପଥରଶୋଳ, ଡାଙ୍ଗରାପଦା, ଦୁଧିଆଶୋଳ, ବାଗବୁଡ଼ା ଆଦି ଜଙ୍ଗଲରେ ରହି ନିକଟସ୍ଥ ଗ୍ରାମରେ ବ୍ୟାପକ କ୍ଷତି କରୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri