ଟ୍ରଲି ଟାଣୁଛନ୍ତି ଆସନ୍ନ ପ୍ରସବା

ବାରିପଦା ଅଫିସ, ୨୪।୨: ଗର୍ଭରେ ବଢ଼ୁଛି ଭ୍ରୂଣ। କୋଳରେ ବର୍ଷକର ଶିଶୁପୁତ୍ର। ସ୍ବାମୀ ଓ ଶାଶୁଘର ଲୋକେ ଆଡ଼ ଆଖିରେ ନ ଚାହିଁବାରୁ ଗଳିକନ୍ଦିରେ ଘୂରି ବୁଲୁଛନ୍ତି ଜଣେ ଆସନ୍ନ ପ୍ରସବା। ଜରି, ପ୍ଲାଷ୍ଟିକ ଓ କାଚ ଗୋଟାଇ ଅଖାବୁରାରେ ଭର୍ତ୍ତି କରି ଟ୍ରଲି ଟାଣି ପେଟ ପୋଷୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେଶନ ବଜାର ହାଟ ଚାଳିଆରେ ରହୁଥିବା ଲକ୍ଷ୍ମୀପ୍ରିୟା ଦାସ(୧୯)ଙ୍କ କ୍ଷେତ୍ରରେ। ଆଧାରକାର୍ଡ ନ ଥିବାରୁ ଗର୍ଭବତୀଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗରୁ ସେ ବଞ୍ଚିତ ହୋଇଛନ୍ତି। ଅଙ୍ଗନଓ୍ବାଡି ପକ୍ଷରୁ ତାଙ୍କୁ ଦିଆଯାଉନି ପୁଷ୍ଟିକର ଖାଦ୍ୟ। ମୁହଁ ଫେରାଇ ନେଇଛନ୍ତି ଆଶା କର୍ମୀ। ବିଜୁ ସ୍ବାସ୍ଥ୍ୟ କାର୍ଡ, ଆବାସ ଗୃହ ଓ ମମତା ଯୋଜନାଠାରୁ ବହୁ ଦୂରରେ ରହି ସେ ଜୀବନଯୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି।
୩ ବର୍ଷ ତଳେ ଲକ୍ଷ୍ମୀଙ୍କ ସହ ବିକାଶ ବାରିକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ବିବାହ କରି ସୁଖର ସଂସାର କରିଥିଲେ। ବିବାହର ବର୍ଷକ ପରେ ଲକ୍ଷ୍ମୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବିକାଶ ରଙ୍ଗ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବା ବେଳେ ସିନ୍ଦୂରଗୌରା ଗ୍ରାମସ୍ଥିତ ପୈତୃକ ଘରେ ରହି ଆସୁଥିଲେ। ତେବେ ସାଙ୍ଗସାଥୀ ମେଳରେ ସମୟ ବିତାଇ ବିକାଶ କାମ କରିବାକୁ ନ ଯାଇ ସ୍ତ୍ରୀ ପିଲାଙ୍କ ପ୍ରତି ଅବହେଳା କରିବାରୁ ଲକ୍ଷ୍ମୀ ତାଙ୍କ ପୁଅକୁ ଧରି ବାପ ଘରକୁ ପଳାଇ ଆସିଥିଲେ। ବାରିପଦା ଷ୍ଟେଶନ ବଜାର ହାଟ ଚାଳିରେ ଥିବା ବାପା ରମାକାନ୍ତ ଦାସଙ୍କ ଘରେ ସେ ଆଶ୍ରୟ ନେଇଛନ୍ତି। ସେହି ଘରେ ଖରା, ବର୍ଷା, ଶୀତ କାକରରେ ଜାକିଜୁକି ହୋଇ ରହୁଥିବା ବେଳେ ଭୋକ ଉପାସରେ ମଧ୍ୟ ଦିନ ବିତାଉଛନ୍ତି। ପେଟରେ ବଢୁଥିବା ଭ୍ରୂଣ ଓ ଦୁଇ ପେଟକୁ ଦୁଇ ଓଳି ଖାଇବା ଯୋଗାଡ଼ କରିବା ପାଇଁ ଛିଣ୍ଡା ଦଦରା ଅଖାବୁରା ଧରି ଘୂରି ବୁଲୁଛନ୍ତି ଏ ଗଳିରୁ ସେ ଗଳିକୁ। ପରିତ୍ୟକ୍ତ ଅଳିଆଗଦାରୁ ଜରି, ପାଣିବୋତଲ, ପ୍ଲାଷ୍ଟିକ ସାମଗ୍ରୀ, କାଗଜ, କାଚ ବୋତଲ ଗୋଟାଉଛନ୍ତି। ଦିନକୁ ୨୦୦ ଟଙ୍କା ରୋଜଗାର କରିବାର ଆବଶ୍ୟକତା ରହୁଥିବା ବେଳେ ବହୁ କଷ୍ଟରେ ୧୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରୁ ଥିବା ଓ ଏଥିରୁ କିଛି ଅର୍ଥ ସେ ତାଙ୍କ ପ୍ରସବ ପାଇଁ ସଞ୍ଚୟ କରୁଥିବା କହିଛନ୍ତି। ମୁଣ୍ଡରେ ନୁଖୁରା କେଶ ଓ ତାଙ୍କ ଶରୀରର ଅବସ୍ଥାକୁ ଦେଖି ସହରବାସୀ ମଧ୍ୟ ସହାୟତାର ହାତ ବଢ଼ାଉଛନ୍ତି। ତେବେ ଅସହାୟ ମହିଳାଙ୍କ ସୁରକ୍ଷା, ଆବଶ୍ୟକ ଚିକିତ୍ସା ଓ ସନ୍ତାନର ଥଇଥାନ ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଗଲେ ଜନନୀ ଓ ଶିଶୁ ସୁରକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଲକ୍ଷ୍ମୀଙ୍କ ବିଷୟରେ ଅତିରିକ୍ତ ଜିଲାପାଳ (ସାଧାରଣ) ରୁଦ୍ର ନାରାୟଣ ମହାନ୍ତିଙ୍କୁ ପଚାରିବାରୁ ତାଙ୍କ ପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?