ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ସ୍ବତନ୍ତ୍ର ଅଧ୍ୟାୟରେ ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ। ଏଥର ଓଡ଼ିଆ ଟେଲିଭିଜନ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଉଭୟ ସୌରଭ-ଅନୁଭବ ଆସୁଛନ୍ତି। ଜୀ ସାର୍ଥକ ଓଡ଼ିଆର ସବୁଠାରୁ ବ୍ୟୟବହୁଳ ମେଗା ରିଆଲିଟି ଗେମ୍‌ ଶୋ ‘ଦାଦାଗିରି’କୁ ଆହୁରି ଲୋକପ୍ରିୟ କରାଇବାକୁ ଦାଦା (ସୌରଭ ଗାଙ୍ଗୁଲି) ଆସୁଛନ୍ତି। ଦାଦା ମଧ୍ୟ ଜୀ ବଙ୍ଗଳାରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ରିଆଲିଟି ଗେମ୍‌ ଶୋ ‘ଦାଦାଗିରି’ର ପରିଚାଳକ ଭାବେ ଗତ ୯ବର୍ଷ ହେବ ଉକ୍ତ ଧାରାବାହିକକୁ ସଞ୍ଚାଳନ କରି ଆସୁଛନ୍ତି। ଏଥର ଓଡ଼ିଶାର ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ ‘ଦାଦାଗିରି’ର ଏକ ସ୍ବତନ୍ତ୍ର ଅଧ୍ୟାୟରେ ସୌରଭ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଉଛନ୍ତି। ପ୍ରଥମେ ଓଡ଼ିଆ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ଶୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ ଜୀ ସାର୍ଥକ। ଅନୁଭବଙ୍କ ଏହି ରିଆଲିଟି ଶୋ’ ସଞ୍ଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ଶୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି। ଓଡ଼ିଶାର ୩୦ଟି ଜିଲାରୁ ୩୦ ଜଣ ବଛାବଛା ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ସ୍ପେଶାଲ ଏପିସୋଡ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନେଉଛନ୍ତି ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ‘ଦାଦାଗିରି ହୃଦୟରୁ’ର ଏହି ସ୍ବତନ୍ତ୍ର ଓ ସପ୍ତମ ଅଧ୍ୟାୟ ଫେବୃୟାରୀ ୫ ରାତି ୯ଟାରେ ପ୍ରସାରଣ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri