ଅନାସ୍ଥା ଖାରଜ ଅସାମ୍ବିଧାନିକ

ଇସ୍‌ଲାମାବାଦ, ୮ା୪:ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଗୁରବାର ପାକିସ୍ତାନ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଇମ୍ରାନ୍‌ଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ନ୍ୟାଶନାଲ ଆସେମ୍ବ୍ଲିରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହେବା ନିଷ୍ପତ୍ତି ଅସାମ୍ବିଧାନିକ ବୋଲି ପାକ୍‌ ପ୍ରଧାନ ବିଚାରପତି (ସିଜେପି) ଉମର ଅତା ବନ୍ଦିଆଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି। ଏଥିସହ ଇମ୍ରାନ୍‌ଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ପାର୍ଲାମେଣ୍ଟ ଭଙ୍ଗ କରିବାକୁ କୋର୍ଟ ବେଆଇନ କହିଛନ୍ତି। ଶୀଘ୍ର ଆସେମ୍ବ୍ଲି ଅଧିବେଶନ ଡାକିବା ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୦ଟାରେ ଇମ୍ରାନ୍‌ ଅନାସ୍ଥା ପ୍ରସ୍ତାବ ଉପରେ ପାର୍ଲାମେଣ୍ଟରେ ଶକ୍ତି ପରୀକ୍ଷା ଦେବେ ବୋଲି ସୁପ୍ରିମକୋର୍ଟ ରାୟରେ ପ୍ରକାଶ କରିଛନ୍ତି।
ରାଜନୈତିକ ଅସ୍ଥିରତା ଭିତରେ ଇମ୍ରାନ୍‌୍‌ଙ୍କ ବିପକ୍ଷରେ ବିରୋଧୀ ଦଳ ଏବଂ ସେନା ଏକଜୁଟ ହୋଇଛନ୍ତି। ଇମ୍ରାନ୍‌ଙ୍କୁ ଶାସନରୁ ହଟାଇବା ପାଇଁ ଶାସକ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ବିରୋଧୀଙ୍କ ସହ ହାତ ମିଳାଇବା ପରେ ଗତ ୩ ତାରିଖରେ ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ହେଲେ ଉପବାଚସ୍ପତି କାସିମ୍‌ ସୁରି ତାହାକୁ ଖାରଜ କରିବାରୁ ଅନାସ୍ଥା ଉପରେ ଭୋଟ ହୋଇପାରି ନ ଥିଲା। ପରେ ଇମ୍ରାନ୍‌ଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭି ପାର୍ଲାମେଣ୍ଟ ଭଙ୍ଗ କରିଥିଲେ। ଏହା ଉପରେ ୪ ଦିନ ଧରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ଗୁରୁବାର ରାତିରେ ଚୂଡ଼ାନ୍ତ ରାୟ ଆସିଛି। ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ଖାରଜ କରିବା ଉପବାଚସ୍ପତିଙ୍କ ଭୁଲ୍‌ ନିଷ୍ପତ୍ତି ଥିଲା ଏବଂ ଏହା ସମ୍ବିଧାନ ଅନୁଚ୍ଛେଦ ୯୫ର ଉଲ୍ଲଂଘନ ବୋଲି ଅଦାଲତ କହିଛନ୍ତି। ସିଜେପି ବନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଇଜାବୁଲ ଏହସାନ୍‌, ମହମ୍ମଦ ଅଲି ମଜ୍‌ହ ମିଆନ୍‌ଖେଲ୍‌, ମୁନିବ ଅଖତର ଏବଂ ଜମାଲ ଖାନ୍‌ ମାନ୍‌ଡୋଖେଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସମ୍ବିଧାନ ବିରୋଧୀ କାର୍ଯ୍ୟ ଏବଂ ବେଆଇନ ଭାବେ ପାର୍ଲାମେଣ୍ଟ ଭଙ୍ଗ କରାଯାଇଥିବା ଦର୍ଶାଇ ଦେଶର ହିତକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ଖଣ୍ଡପୀଠ ଶୁଣାଣିବେଳେ କହିଥିଲେ। ଏଥିସହ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ। ରାୟ ଆସିବା ପୂର୍ବରୁ ଅଦାଲତ ପରିସର ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦଙ୍ଗା ଆଶଙ୍କାରେ ସେନା କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଶୁଣାଣିବେଳେ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଭତ୍ସର୍ନା କରିଥିଲେ। ଇମ୍ରାନ୍‌ ପାର୍ଲାମେଣ୍ଟ ଭଙ୍ଗ କରିଥିବାରୁ ଏବଂ ପୁନଃ ନିର୍ବାଚନ ପ୍ରସ୍ତାବ ଦେବା ଫଳରେ ୯୦ ଦିନ ପାଇଁ ଦେଶବାସୀ ଅସହାୟ ହୋଇପଡ଼ିଥିବା କୋର୍ଟ କହିଥିଲେ।
ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କ ପକ୍ଷରୁ ଓକିଲ ଅଲି ଜାଫର ଯୁକ୍ତି ବାଢ଼ିଥିଲେ। ସିଜେପି ଜାଫରଙ୍କୁ ପ୍ରଶ୍ନ କରିଥିଲେ ଯେ, ସବୁକିଛି ସମ୍ବିଧାନ ଅନୁସାରେ ଚାଲିଥିଲେ ଅସୁବିଧା କେଉଁଠି ରହିଛି। ଯଦି କେବଳ ପାର୍ଲାମେଣ୍ଟର ଜଣେ ନୁହଁନ୍ତି ବରଂ ସମସ୍ତ ସଦସ୍ୟଙ୍କ ପ୍ରତି ଅନ୍ୟାୟ ହୁଏ ତେବେ କ’ଣ ଘଟିବ ବୋଲି ସିଜେପି ପଚାରିଥିଲେ। ସେହିପରି ଜଷ୍ଟିସ୍‌ ଜମାଲ୍‌ ଖାନ୍‌ କହିଥିଲେ, ଯଦି ଉପବାଚସ୍ପତି ଇମ୍ରାନ୍‌୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ କରିଥିଲେ ତେବେ ଏହାକୁ କିପରି ବାଚସ୍ପତି ଦସ୍ତଖତ କରି ଅନୁମୋଦନ କରିଥିଲେ। ଏହାସହ ଦେଶରେ ପୁଣି ନିର୍ବାଚନ କରାଗଲେ ବହୁ ଅର୍ଥ ଖର୍ଚ୍ଚ ହେବ ବୋଲି ମଧ୍ୟ ସିଜେପି କହିଥିଲେ। ଅନ୍ୟପକ୍ଷେ ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ବୈଠକରେ ହୋଇଥିବା ଆଲୋଚନା ବାବଦରେ ଖୋଲାଖୋଲି କହିହେବ ନାହିଁ ବୋଲି ଆଟର୍ନି ଜେନେରାଲ ଖାଲିଦ୍‌ ଜାଓ୍ବେଦ୍‌ ଖାନ୍‌ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ରାୟ ଦେବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଇସି ସଚିବଙ୍କୁ ମଧ୍ୟ ସମନ କରାଯାଇଥିଲା। ଦେଶରେ ୯୦ ଦିନ ମଧ୍ୟରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସି କହିଥିଲେ। ଅକ୍ଟୋବରରେ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିହେବ ବୋଲି ଇସି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳାଚକଟାରେ ୨୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମୋନ୍‌ରୋଭିଆ,୨୦ା୧: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମୋନ୍‌ରୋଭିଆରେ ଗୁରୁବାର ଏକ ଧର୍ମୀୟ କାର୍ଯ୍ୟକ୍ରମ ବେଳେ ଦଳାଚକଟା ହୋଇଛି। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା...

ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ,୧୭ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଆସନ୍ତା ସପ୍ତାହରେ ଘରକୁ ଫେରିବେ। ଗତ କିଛି ମାସ ଧରି ଦେଶରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ...

ବର୍ଷ ଶେଷ ଖବରଦାତା ସମ୍ମିଳନୀ କରିବେନି ପୁଟିନ୍‌

ମସ୍କୋ, ୧୩।୧୨: ଚଳିତବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବର୍ଷ ଶେଷ ଖବରଦାତା ସମ୍ମିଳନୀ କରିବେ ନାହିଁ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ ସୂଚନା...

ବିପଦ ଆଣିଲା ନୂଆ ଭାରିଆଣ୍ଟ୍‌, ପୁଣି ଦିଆଯିବ ଭାକ୍ସିନ୍‌ ଡୋଜ୍‌…

ମସ୍କୋ,୨୨।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ଭୂତାଣୁର ମ୍ୟୁଟେଶନ ଯୋଗୁ ନୂଆନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେଉଛି। ନୂଆ ଭାରିଆଣ୍ଟ୍‌ ଯୋଗୁ...

ଏଲନ ମସ୍କଙ୍କ ଗୋଟିଏ ନିଷ୍ପତ୍ତି ପଡିଗଲା ମହଙ୍ଗା, ବୁଡିଗଲା କମ୍ପାନୀର ୧୨୨୩ ଅରବ ଟଙ୍କା

ୱାଶିଂଟନ,୧୩ ।୧୧: ବିଶ୍ୱର ସବୁଠାରୁ ବଡ ଉଦ୍ଦ୍ୟୋଗପତି ଏଲନ ମସ୍କ ଏବେ ପ୍ରାୟ ସବୁେବେଳ ରହୁଛନ୍ତି ଚର୍ଚ୍ଚାରେ । ତାଙ୍କର ଗୋଟିଏ ନିଷ୍ପତ୍ତି ଯୋଗୁ ଆମେରିକାର...

ବ୍ରିଟିଶ ମ୍ୟୁଜିୟମ୍‌ରେ ସଜାଯିବ ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ

ଲଣ୍ଡନ/ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରୁ ଦେଶ ରାଜ୍ୟ ସହ ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍‌ ମ୍ୟୁଜିୟମ୍‌ରେ...

ଚାଇନା ମିଛ କହୁଛି: ଆମେରିକାକୁ ଆବଶ୍ୟକ କିମ୍‌ ସୈନ୍ୟଙ୍କ ସହଯୋଗ !…

ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏବଂ ଚାଇନା ବିଷୟରେ ଏକ...

ପାକ୍‌ ରାଜନୈତିକ ଦଳଗୁଡ଼ିକୁ କୁରେଶୀଙ୍କ ଆହ୍ବାନ: କଶ୍ମୀର ପ୍ରସଙ୍ଗରେ ଏକ ହୁଅ

ଇସ୍‌ଲାମାବାଦ, ୧୩ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୈତିକ ଦଳ ଏକ ହେବାକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଆହ୍ବାନ କରିଛନ୍ତି। ପାକ୍‌...

Advertisement
Archives

Model This Week