ଅନାସ୍ଥା ଖାରଜ ଅସାମ୍ବିଧାନିକ

ଇସ୍‌ଲାମାବାଦ, ୮ା୪:ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଗୁରବାର ପାକିସ୍ତାନ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଇମ୍ରାନ୍‌ଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ନ୍ୟାଶନାଲ ଆସେମ୍ବ୍ଲିରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହେବା ନିଷ୍ପତ୍ତି ଅସାମ୍ବିଧାନିକ ବୋଲି ପାକ୍‌ ପ୍ରଧାନ ବିଚାରପତି (ସିଜେପି) ଉମର ଅତା ବନ୍ଦିଆଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି। ଏଥିସହ ଇମ୍ରାନ୍‌ଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ପାର୍ଲାମେଣ୍ଟ ଭଙ୍ଗ କରିବାକୁ କୋର୍ଟ ବେଆଇନ କହିଛନ୍ତି। ଶୀଘ୍ର ଆସେମ୍ବ୍ଲି ଅଧିବେଶନ ଡାକିବା ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୦ଟାରେ ଇମ୍ରାନ୍‌ ଅନାସ୍ଥା ପ୍ରସ୍ତାବ ଉପରେ ପାର୍ଲାମେଣ୍ଟରେ ଶକ୍ତି ପରୀକ୍ଷା ଦେବେ ବୋଲି ସୁପ୍ରିମକୋର୍ଟ ରାୟରେ ପ୍ରକାଶ କରିଛନ୍ତି।
ରାଜନୈତିକ ଅସ୍ଥିରତା ଭିତରେ ଇମ୍ରାନ୍‌୍‌ଙ୍କ ବିପକ୍ଷରେ ବିରୋଧୀ ଦଳ ଏବଂ ସେନା ଏକଜୁଟ ହୋଇଛନ୍ତି। ଇମ୍ରାନ୍‌ଙ୍କୁ ଶାସନରୁ ହଟାଇବା ପାଇଁ ଶାସକ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ବିରୋଧୀଙ୍କ ସହ ହାତ ମିଳାଇବା ପରେ ଗତ ୩ ତାରିଖରେ ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ହେଲେ ଉପବାଚସ୍ପତି କାସିମ୍‌ ସୁରି ତାହାକୁ ଖାରଜ କରିବାରୁ ଅନାସ୍ଥା ଉପରେ ଭୋଟ ହୋଇପାରି ନ ଥିଲା। ପରେ ଇମ୍ରାନ୍‌ଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭି ପାର୍ଲାମେଣ୍ଟ ଭଙ୍ଗ କରିଥିଲେ। ଏହା ଉପରେ ୪ ଦିନ ଧରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ଗୁରୁବାର ରାତିରେ ଚୂଡ଼ାନ୍ତ ରାୟ ଆସିଛି। ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ଖାରଜ କରିବା ଉପବାଚସ୍ପତିଙ୍କ ଭୁଲ୍‌ ନିଷ୍ପତ୍ତି ଥିଲା ଏବଂ ଏହା ସମ୍ବିଧାନ ଅନୁଚ୍ଛେଦ ୯୫ର ଉଲ୍ଲଂଘନ ବୋଲି ଅଦାଲତ କହିଛନ୍ତି। ସିଜେପି ବନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଇଜାବୁଲ ଏହସାନ୍‌, ମହମ୍ମଦ ଅଲି ମଜ୍‌ହ ମିଆନ୍‌ଖେଲ୍‌, ମୁନିବ ଅଖତର ଏବଂ ଜମାଲ ଖାନ୍‌ ମାନ୍‌ଡୋଖେଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସମ୍ବିଧାନ ବିରୋଧୀ କାର୍ଯ୍ୟ ଏବଂ ବେଆଇନ ଭାବେ ପାର୍ଲାମେଣ୍ଟ ଭଙ୍ଗ କରାଯାଇଥିବା ଦର୍ଶାଇ ଦେଶର ହିତକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ଖଣ୍ଡପୀଠ ଶୁଣାଣିବେଳେ କହିଥିଲେ। ଏଥିସହ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ। ରାୟ ଆସିବା ପୂର୍ବରୁ ଅଦାଲତ ପରିସର ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦଙ୍ଗା ଆଶଙ୍କାରେ ସେନା କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଶୁଣାଣିବେଳେ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଭତ୍ସର୍ନା କରିଥିଲେ। ଇମ୍ରାନ୍‌ ପାର୍ଲାମେଣ୍ଟ ଭଙ୍ଗ କରିଥିବାରୁ ଏବଂ ପୁନଃ ନିର୍ବାଚନ ପ୍ରସ୍ତାବ ଦେବା ଫଳରେ ୯୦ ଦିନ ପାଇଁ ଦେଶବାସୀ ଅସହାୟ ହୋଇପଡ଼ିଥିବା କୋର୍ଟ କହିଥିଲେ।
ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କ ପକ୍ଷରୁ ଓକିଲ ଅଲି ଜାଫର ଯୁକ୍ତି ବାଢ଼ିଥିଲେ। ସିଜେପି ଜାଫରଙ୍କୁ ପ୍ରଶ୍ନ କରିଥିଲେ ଯେ, ସବୁକିଛି ସମ୍ବିଧାନ ଅନୁସାରେ ଚାଲିଥିଲେ ଅସୁବିଧା କେଉଁଠି ରହିଛି। ଯଦି କେବଳ ପାର୍ଲାମେଣ୍ଟର ଜଣେ ନୁହଁନ୍ତି ବରଂ ସମସ୍ତ ସଦସ୍ୟଙ୍କ ପ୍ରତି ଅନ୍ୟାୟ ହୁଏ ତେବେ କ’ଣ ଘଟିବ ବୋଲି ସିଜେପି ପଚାରିଥିଲେ। ସେହିପରି ଜଷ୍ଟିସ୍‌ ଜମାଲ୍‌ ଖାନ୍‌ କହିଥିଲେ, ଯଦି ଉପବାଚସ୍ପତି ଇମ୍ରାନ୍‌୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ କରିଥିଲେ ତେବେ ଏହାକୁ କିପରି ବାଚସ୍ପତି ଦସ୍ତଖତ କରି ଅନୁମୋଦନ କରିଥିଲେ। ଏହାସହ ଦେଶରେ ପୁଣି ନିର୍ବାଚନ କରାଗଲେ ବହୁ ଅର୍ଥ ଖର୍ଚ୍ଚ ହେବ ବୋଲି ମଧ୍ୟ ସିଜେପି କହିଥିଲେ। ଅନ୍ୟପକ୍ଷେ ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ବୈଠକରେ ହୋଇଥିବା ଆଲୋଚନା ବାବଦରେ ଖୋଲାଖୋଲି କହିହେବ ନାହିଁ ବୋଲି ଆଟର୍ନି ଜେନେରାଲ ଖାଲିଦ୍‌ ଜାଓ୍ବେଦ୍‌ ଖାନ୍‌ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ରାୟ ଦେବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଇସି ସଚିବଙ୍କୁ ମଧ୍ୟ ସମନ କରାଯାଇଥିଲା। ଦେଶରେ ୯୦ ଦିନ ମଧ୍ୟରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସି କହିଥିଲେ। ଅକ୍ଟୋବରରେ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିହେବ ବୋଲି ଇସି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri