ବେଆଇନ ମଦ କାରବାର: ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ୩ ଆହତ

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ନାଲା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଗ୍ରାମରେ ବେଆଇନ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏଥିରେ ୩ କନଷ୍ଟେବଳ ଆହତ ହୋଇଥିବାବେଳେ ଆକ୍ରମଣକାରୀମାନେ ଅବକାରୀ ବିଭାଗର ଗାଡି ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି। ଏହାକୁ ନେଇ ଭବାନୀପାଟଣା ସଦର ଥାନାରେ କେସ୍‌ ନମ୍ବର-୬/୨୫ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ...

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ...

ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାରର ଶିକାର! ଏଯାଏ ଧରାପଡିନାହାନ୍ତି ଅଭିଯୁକ୍ତ, ଉଦ୍‌ବେଗ ପ୍ରକାଶ କଲେ ମହିଳା ସମିତି

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ ଘଟଣାର ୪୮ଘଣ୍ଟା ପରେ ବରଗଡ଼ ସହର ଉପକଣ୍ଠ କୁର୍ଲା...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri