ଗାଡ଼ି ସାଇଡ୍‌ ମାରି ଖଣ୍ଡାରେ ହାଣିଲେ

ଭୁବନେଶ୍ୱର (ବ୍ୟୁରୋ)/ଯଁାଳା,୫।୧୨(ଡି.ଏନ୍‌.ଏ.) :ଛାତ୍ର ନେତାଙ୍କ ଗୁଣ୍ଡାରାଜ୍‌। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କ ଭାଇଙ୍କୁ ହତ୍ୟା ଯୋଜନା କରିଥିଲେ। ଗାଡି ସାଇଡ୍‌ ମାରିବା ପରେ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ହେଲେ ସୌଭାଗ୍ୟ ବଶତଃ ଖଣ୍ଡ ଚୋଟ ତାଙ୍କ କାନମୁଣ୍ଡା ଓ ଶରୀରର ଅନ୍ୟ ସ୍ଥାନରେ ଲାଗିଥିଲା। ଦିନଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ଘଟିଥିଲା ଏପରି ଆତଙ୍କରାଜ। ଖୋର୍ଦ୍ଧା ଜିଲା ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ଯୁବକ ହେଲେ ରିଫନ ବଳିୟାରସିଂହ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଛନ୍ତି। ତେବେ ଅଭିଯୋଗ ପରେ ପୋଲିସ ଆକ୍ରମଣକାରୀ ଯୁବକ ମଦନପୁର ତଳସାହିର ଜ୍ଞାନ ରଞ୍ଜନ ମାନ୍‌ସିଂ ଓରଫ ପୁତୁଲ (୨୯)ଙ୍କୁ ଗିରଫ କରିଛି। ତାଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି। ପୁତୁଲ ଏକ ରାଜନୈତିକ ଦଳର ଜଣେ ଛାତ୍ର ନେତା ବୋଲି ଜଣାପଡିଛି। ଗତ କିଛିଦିନ ତଳେ ଅଭିଯୁକ୍ତ ପୁତୁଲୁ ନିଜ ଜନ୍ମଦିନ ପାଳନବେଳେ ଖଣ୍ଡାରେ କେକ୍‌ କାଟିବା ଦୃଶ୍ୟ ଭାଇରାଲ ହୋଇଥିଲା।
ସୂଚନା ଅନୁସାରେ, ରିଫନଙ୍କ ଭଉଣୀକୁ ଅଭିଯୁକ୍ତ ପୁତୁଲ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ପ୍ରାୟ ସମୟରେ ପିଛା କରି ହଇରାଣ କରୁଥିଲେ। ଏନେଇ ଗତ ଦୁଇମାସ ତଳେ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପୋଲିସ ପୁତୁଲକୁ ଥାନାକୁ ଆଣି ଚେତାବନୀ ଦେଇ ଛାଡ଼ିଦେଇଥିଲା। ଫଳରେ ସେ ରିଫନଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଏପରିକି ମଝିରେ ମଝିରେ ରିଫନକୁ କମେଣ୍ଟ ମାରିବା ସହ ଗଣ୍ଡଗୋଳ ବାଟ ଖୋଜୁଥିଲେ। ରବିବାର ସକାଳେ ରିଫନ ମଦନପୁରରୁ ଗୋହିରା ଛକକୁ ବାଇକ୍‌ରେ ଆସୁଥିଲେ। ଏହି ସମୟରେ ପୁତୁଲ କାର୍‌ରେ ମଦନପୁରକୁ ଫେରୁଥିଲେ। ସ୍ଥାନୀୟ ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟ ନିକଟରେ ରିଫନଙ୍କୁ ଦେଖି ପୁତୁଲ ସାଇଡ୍‌ ମାରିଥିଲେ। ସେ ବାଇକ୍‌ ସହ ତଳେ ପଡିଯାଇଥିଲେ। ଏହାପରେ ସାଇଡ୍‌ମରାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପୁତୁଲ ଉତ୍‌କ୍ଷିପ୍ତ ହୋଇ ତାଙ୍କ କାର୍‌ରେ ରଖିଥିବା ଖଣ୍ଡା ଆଣି ରିଫନଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଚୋଟ ମାରିଥିଲେ। ହେଲେ ରିଫନ ହାତ ଦେଖାଇବା ସହ ମୁଣ୍ଡକୁ ସାଇଡ୍‌ କରିଦେବାରୁ ଖଣ୍ଡାଟି ତାଙ୍କ କାନ ଓ କାନମୁଣ୍ଡାରେ ବାଜିଥିଲା। ରିଫନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ପୁତୁଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ରିଫନଙ୍କୁ ମେଡିକାଲ ପଠାଇବା ସହ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁତୁଲୁଙ୍କୁ ବହୁ ଖୋଜା ଖୋଜା ପରେ ଭୁବନେଶ୍ୱରରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?