ଆସନ୍ତା ବର୍ଷରୁ ପେପରଲେସ୍‌ ହେବ ଏମ୍ସ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ):ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସରେ ଇ-ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଅର୍ଥାତ୍‌ ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ପେପରଲେସ୍‌ ହେବ। ଫଳରେ ଚିକିତ୍ସା ସମ୍ପର୍କିତ ସମସ୍ତ ପଞ୍ଜୀକରଣ ବ୍ୟବସ୍ଥାରେ ସୁଧାର ଆସିପାରିବ। ଏମ୍ସରେ ପ୍ରତିଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ ଭିଡ଼ ଲାଗୁଥିବାରୁ ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି। ରବିବାର ଏମ୍ସ ପରିଦର୍ଶନ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାଓ୍ବାର ଏହି ସୂଚନା ଦେଇଛନ୍ତି। ସେ ଏମ୍ସରେ ସ୍ବାସ୍ଥ୍ୟସେବା ସ୍ଥିତି ଅନୁଧ୍ୟାନ କରିବା ସହ ପରିସରରେ ଏକ ବହୁମୁଖୀ ଅଟ୍ଟାଳିକାକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଲେ, ବିଶେଷକରି ଗୁରୁତର ରୋଗୀଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ବିଭିନ୍ନ ହସ୍ପିଟାଲରୁ ସାଧାରଣ ରୋଗୀଙ୍କୁ ଏମ୍ସ ରେଫର କରାଯାଉଥିବାରୁ ଗୁରୁତର ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହେଉଛି। ତେଣୁ ସାଧାରଣ ରୋଗୀଙ୍କୁ ଏଠାକୁ ନ ପଠାଇବାକୁ ସବୁ ହସ୍ପିଟାଲ ସହ ଆଲୋଚନା କରାଯିବ। ଓଡ଼ିଶାବାସୀଙ୍କ ଚିକିତ୍ସା ସୁବିଧା ପାଇଁ କେନ୍ଦ୍ରୀୟ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହାଦ୍ୱାରା ଗରିବ ଲୋକେ ଚିକିତ୍ସା କ୍ଷେତ୍ରରେ ୫ ଲକ୍ଷ ଟଙ୍କା ବୀମାର ସୁବିଧା ପାଇପାରିବେ। କେନ୍ଦ୍ର ସରକାର ଏମ୍ସର ଉନ୍ନତୀକରଣ ନିମନ୍ତେ ପଦକ୍ଷେପ ନେଉଛନ୍ତି। ଖୁବ୍‌ଶୀଘ୍ର ଏଠାରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଓ ସାଟେଲାଇଟ୍‌ ସେଣ୍ଟର ହେବାକୁ ଯାଉଛି। ରୋଗୀ ଓ ସମ୍ପର୍କୀୟଙ୍କ ରହଣି ନିମନ୍ତେ ବିଶ୍ରାମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ତେବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଗୋଟିଏ ଲେଖାଏ ଏମ୍ସ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ୍‌ଶୀଘ୍ର ଦେଶରେ ୨୨ଟି ଏମ୍ସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଥିବା ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଏମ୍ସରେ ଚିକିତ୍ସା, ଗବେଷଣା, ନିଯୁକ୍ତି, ଆର୍ଥତ୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଠାରେ ବୃକ୍‌କ ପ୍ରତିରୋପଣ ଚିକିତ୍ସା ଆରମ୍ଭ କରାଯାଇଥିବାରୁ ସେ ପ୍ରଶଂସା କରିବା ସହିତ ଆଗକୁ ଅନ୍ୟାନ୍ୟ ଅଙ୍ଗ ପ୍ରତିରୋପଣ ଚିକିତ୍ସା ଆରମ୍ଭ କରିବା ପାଇଁ ଉତ୍ସାହିତ କରିଥିଲେ।
ଏହି ବୈଠକରେ ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଏସ୍‌. ଏନ୍‌. ମହାନ୍ତି, ଡିନ୍‌ ଡା. ପି. ଆର୍‌. ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ସମସ୍ତ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri