ଇଲେକ୍ଟ୍ରି ଗାଡ଼ି କିଣିଥିଲେ ପିଛିଲା ଭାବେ ମିଳିବ ସବ୍‌ସିଡି

ଭୁବନେଶ୍ୱର,୧ା୨(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି କ୍ରୟ କରିଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର ଆସିଛି। ଏହି ଗାଡ଼ି କ୍ରୟ ସମୟରେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେଶନ ଫି ଓ ମୋଟରଯାନ ଟିକସ ଦେବାକୁ ପଡ଼ି ନ ଥିଲା। ଏବେ ଅତିରିକ୍ତ ୧୫ ପ୍ରତିଶତ ସବ୍‌ସିଡି ଅର୍ଥକୁ ସରକାରଙ୍କ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯେଉଁମାନେ ୨୦୨୧ ସେପ୍ଟେମ୍ବର ୧ ପରେ ବିଦ୍ୟୁତ୍‌ଚାଳିତ ଗାଡ଼ି କିଣିଥିବେ ସେମାନେ ଏହି ଅତିରିକ୍ତ ସବ୍‌ସିଡି ଟଙ୍କା ଫେରସ୍ତ ପାଇବେ।
ସୋମବାର ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁୟାୟୀ, ରାଜ୍ୟରେ ଇଲେକ୍ଟ୍ରି ଗାଡ଼ିଗୁଡିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସୋମବାର ବିଭିନ୍ନ ପ୍ରକାର ଗାଡ଼ି ଉପରେ ୫ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଘୋଷଣା କରିଛନ୍ତି। ଏହି ସବ୍‌ସିଡି ପିଛିଲା ଭାବେ ୨୦୨୧ ସେପ୍ଟେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ। ଇଲେକ୍ଟ୍ରି ଗାଡ଼ିର ରେଜିଷ୍ଟ୍ରେଶନ ଫି ଓ ମୋଟରଯାନ ଟିକସ ଆଦାୟକୁ ରାଜ୍ୟ ସରକାର ପୂର୍ବରୁ ଛାଡ଼ କରିଥିଲେ। ରାଜ୍ୟରେ ସମସ୍ତ ପ୍ରକାର ଇଲେକ୍ଟ୍ରିଚାଳିତ ଗାଡ଼ିଗୁଡିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ରେଜିଷ୍ଟ୍ରେଶନ ଫି ଓ ମୋଟର ଯାନ ଟିକସ ଆଦାୟକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି।
୨୦୨୧ ସେପ୍ଟେମ୍ବର ୨୯ରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିଲା। ଏବେ ପୁଣି ରାଜ୍ୟ ଇଲେକ୍ଟ୍ରି ଯାନ ନୀତି-୨୦୨୧ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ବିଦ୍ୟୁତ୍‌ଚାଳିତ ଯାନ କ୍ରୟ ଉପରେ ଅତିରିକ୍ତ ୧୫ ପ୍ରତିଶତ ସବ୍‌ସିଡି ଦେବାକୁ ନିଷ୍ପତ୍ତି କରିଛନ୍ତି। ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ସବ୍‌ସିଡି ପ୍ରଦାନ କରାଯିବ। ବିଦ୍ୟୁତ୍‌ଚାଳିତ ୨ ଚକିଆ ଯାନର ସର୍ବାଧିକ ୫ ହଜାର ଟଙ୍କା, ତିନିଚକିଆ ଯାନରେ ୧୦ ହଜାର ଟଙ୍କା ଓ ୪ ଚକିଆ ଯାନରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ସରକାର ଯୋଗାଇବେ। ଏହାଛଡା ଉକ୍ତ ଗାଡ଼ିଗୁଡ଼ିକ କ୍ରୟବେଳେ ରେଜିଷ୍ଟ୍ରେଶନ ଫି କିମ୍ବା ମୋଟର ଯାନ ଟିକସ ଆଦାୟ ମଧ୍ୟ କରାଯିବ ନାହିଁ। ଓଡ଼ିଶା ଇଲେକ୍ଟ୍ରି ବାହନ ନୀତି-୨୦୨୧ର ପ୍ରାବଧାନ ଆଧାରରେ ରାଜ୍ୟ ସରକାର ଏସବୁ ଗାଡ଼ିର ବିକ୍ରି ଓ ଚଳପ୍ରଚଳ ବଢାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୨୧ ସେପ୍ଟେମ୍ବର ୧ ତାରିଖ ପରେ ଯେଉଁ ଗ୍ରାହକମାନେ ବିଦ୍ୟୁତ୍‌ଚାଳିତ ଗାଡ଼ି କ୍ରୟ କରିଛନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆର୍‌ଟିଓ ମାଧ୍ୟମରେ ଏହି ସବ୍‌ସିଡି ଅର୍ଥ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri