ଇଡ୍‌କୋର ଜମି ବ୍ୟାଙ୍କ ପାଇଁ ଜନଶୁଣାଣି

ପାରାଦୀପ,୩୦ା୧୨(ସ୍ବ.ପ୍ର.): ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୧୧ଟି ଗ୍ରାମ ସୀମାରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ନିଗମ (ଇଡ୍‌କୋ) ୨୮୪.୧୫ ଲକ୍ଷ ବର୍ଗ ମିଟର ବା ୨୮,୪୧୪ ଏକର ଜମି ଅଧିଗ୍ରହଣ କରିବାକୁ ଯାଉଛି। ସେଥିପାଇଁ ବୁଧବାର ପାରାଦୀପ ମଧୁବନ ପୌର କଲ୍ୟାଣମଣ୍ଡପଠାରେ ଇଡ୍‌କୋର ଜମି ବ୍ୟାଙ୍କ ପାଇଁ ଜନଶୁଣାଣି ହୋଇଥିଲା। ଇଡ୍‌କୋ ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜନଶୁଣାଣିରେ ପ୍ରାୟ ଅର୍ଦ୍ଧାଧିକ ଲୋକ ପ୍ରକଳ୍ପକୁ ସମର୍ଥନ କରିଥିଲେ। ଏଥିରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ କୁମାର ଦାସ ଉପସ୍ଥିତ ରହି ଲୋକଙ୍କ ମତ ଶୁଣିଥିଲେ। ଇଡ୍‌କୋର ସିଜେଏମ୍‌ ଅଶୋକ ମିଶ୍ର ଓ ଆଞ୍ଚଳିକ ମୁଖ୍ୟ ଆର. କେ. ମହାପାତ୍ର ପ୍ରସ୍ତାବିତ ଜମି ଅଧିଗ୍ରହଣ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପ୍ରସ୍ତାବିତ ଓ ପେଟ୍ରୋଲିୟମ ରସାୟନ ଓ ପେଟ୍ରୋକେମିକାଲ୍‌ସ ପ୍ରକଳ୍ପ ପାଇଁ ୨୦୦୭ରୁ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି। ଜିଲାର ଏରସମା ବ୍ଲକରେ ୨୬ ଗ୍ରାମ, କୁଜଙ୍ଗର ୨୧ ଗ୍ରାମ, କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ୧୨ ଗ୍ରାମ ଓ ମହାକାଳପଡ଼ାର ୫୨ ଗ୍ରାମ ଅଞ୍ଚଳରେ ଜମି ଅଧିଗ୍ରହଣ ହେବ। ଏହା ଆସନ୍ତା ୨୦ ବର୍ଷ ମଧ୍ୟରେ କରାଯିବ। ଉକ୍ତ ଅଞ୍ଚଳରେ ଜମି ଅଧିଗ୍ରହଣ କରାଯାଇ ଇଡ୍‌କୋର ଜମି ବ୍ୟାଙ୍କରେ ରଖାଯିବ। ଏସବୁ ଜମିରେ ପେଟ୍ରୋକେମିକାଲସ ପ୍ରକଳ୍ପ କରାଯିବ। ଏଥିପାଇଁ କଞ୍ଚାମାଲ ପାରାଦୀପ ତୈଳ ବିଶୋଧନାଗାରରୁ ମିଳିବ। ପଣ୍ୟ କାରବାର ପାଇଁ ପାରାଦୀପ ବନ୍ଦର ରହିଛି। ଇଡ୍‌କୋ ଜମି ନେବା ପରେ ସେହି ଅଞ୍ଚଳର ଭିତ୍ତିଭୂମି (ରାସ୍ତା, ଟ୍ରେନ ଲାଇନ, ବିଦ୍ୟୁତ୍‌ ସଂଯୋଗ, ପାଣି ବ୍ୟବସ୍ଥା) ଆଦି କରିବ। ଯେଉଁମାନେ ଶିଳ୍ପ କରିବାକୁ ଆସିବେ ସେମାନଙ୍କ ପାଇଁ ଆଉ ଜମିର ଅସୁବିଧା ରହିବ ନାହିଁ। ଏସବୁ ଅଞ୍ଚଳରେ ୧୬,୪୮୨ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪ ଲକ୍ଷ ଲୋକ ନିଯୁକ୍ତି ସୁଯୋଗ ପାଇବେ। ଏହିସବୁ ଅଞ୍ଚଳରେ ପେଟ୍ରୋକେମିକାଲସ ପ୍ରକଳ୍ପ ପାଇଁ ହାଇଦ୍ରାବାଦର ଏନ୍‌ଭାରନମେଣ୍ଟ ପ୍ରୋଟେକସନ୍‌ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା କୌଣସି ପରିବେଶୀୟ କ୍ଷତି ସାଧନ ହେବନାହିଁ। ଏଥିପାଇଁ କେବଳ ସରକାରୀ ଓ କେତେକ ଚାଷଜମି ନିଆଯିବ। ଘରବାଡି ପୂର୍ବବତ ରହିବ। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ଅଞ୍ଚଳର ବେକାରି ଯୁବତୀଯୁବକଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?