ଇଡ୍‌କୋର ଜମି ବ୍ୟାଙ୍କ ପାଇଁ ଜନଶୁଣାଣି

ପାରାଦୀପ,୩୦ା୧୨(ସ୍ବ.ପ୍ର.): ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୧୧ଟି ଗ୍ରାମ ସୀମାରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ନିଗମ (ଇଡ୍‌କୋ) ୨୮୪.୧୫ ଲକ୍ଷ ବର୍ଗ ମିଟର ବା ୨୮,୪୧୪ ଏକର ଜମି ଅଧିଗ୍ରହଣ କରିବାକୁ ଯାଉଛି। ସେଥିପାଇଁ ବୁଧବାର ପାରାଦୀପ ମଧୁବନ ପୌର କଲ୍ୟାଣମଣ୍ଡପଠାରେ ଇଡ୍‌କୋର ଜମି ବ୍ୟାଙ୍କ ପାଇଁ ଜନଶୁଣାଣି ହୋଇଥିଲା। ଇଡ୍‌କୋ ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜନଶୁଣାଣିରେ ପ୍ରାୟ ଅର୍ଦ୍ଧାଧିକ ଲୋକ ପ୍ରକଳ୍ପକୁ ସମର୍ଥନ କରିଥିଲେ। ଏଥିରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ କୁମାର ଦାସ ଉପସ୍ଥିତ ରହି ଲୋକଙ୍କ ମତ ଶୁଣିଥିଲେ। ଇଡ୍‌କୋର ସିଜେଏମ୍‌ ଅଶୋକ ମିଶ୍ର ଓ ଆଞ୍ଚଳିକ ମୁଖ୍ୟ ଆର. କେ. ମହାପାତ୍ର ପ୍ରସ୍ତାବିତ ଜମି ଅଧିଗ୍ରହଣ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପ୍ରସ୍ତାବିତ ଓ ପେଟ୍ରୋଲିୟମ ରସାୟନ ଓ ପେଟ୍ରୋକେମିକାଲ୍‌ସ ପ୍ରକଳ୍ପ ପାଇଁ ୨୦୦୭ରୁ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି। ଜିଲାର ଏରସମା ବ୍ଲକରେ ୨୬ ଗ୍ରାମ, କୁଜଙ୍ଗର ୨୧ ଗ୍ରାମ, କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ୧୨ ଗ୍ରାମ ଓ ମହାକାଳପଡ଼ାର ୫୨ ଗ୍ରାମ ଅଞ୍ଚଳରେ ଜମି ଅଧିଗ୍ରହଣ ହେବ। ଏହା ଆସନ୍ତା ୨୦ ବର୍ଷ ମଧ୍ୟରେ କରାଯିବ। ଉକ୍ତ ଅଞ୍ଚଳରେ ଜମି ଅଧିଗ୍ରହଣ କରାଯାଇ ଇଡ୍‌କୋର ଜମି ବ୍ୟାଙ୍କରେ ରଖାଯିବ। ଏସବୁ ଜମିରେ ପେଟ୍ରୋକେମିକାଲସ ପ୍ରକଳ୍ପ କରାଯିବ। ଏଥିପାଇଁ କଞ୍ଚାମାଲ ପାରାଦୀପ ତୈଳ ବିଶୋଧନାଗାରରୁ ମିଳିବ। ପଣ୍ୟ କାରବାର ପାଇଁ ପାରାଦୀପ ବନ୍ଦର ରହିଛି। ଇଡ୍‌କୋ ଜମି ନେବା ପରେ ସେହି ଅଞ୍ଚଳର ଭିତ୍ତିଭୂମି (ରାସ୍ତା, ଟ୍ରେନ ଲାଇନ, ବିଦ୍ୟୁତ୍‌ ସଂଯୋଗ, ପାଣି ବ୍ୟବସ୍ଥା) ଆଦି କରିବ। ଯେଉଁମାନେ ଶିଳ୍ପ କରିବାକୁ ଆସିବେ ସେମାନଙ୍କ ପାଇଁ ଆଉ ଜମିର ଅସୁବିଧା ରହିବ ନାହିଁ। ଏସବୁ ଅଞ୍ଚଳରେ ୧୬,୪୮୨ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪ ଲକ୍ଷ ଲୋକ ନିଯୁକ୍ତି ସୁଯୋଗ ପାଇବେ। ଏହିସବୁ ଅଞ୍ଚଳରେ ପେଟ୍ରୋକେମିକାଲସ ପ୍ରକଳ୍ପ ପାଇଁ ହାଇଦ୍ରାବାଦର ଏନ୍‌ଭାରନମେଣ୍ଟ ପ୍ରୋଟେକସନ୍‌ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା କୌଣସି ପରିବେଶୀୟ କ୍ଷତି ସାଧନ ହେବନାହିଁ। ଏଥିପାଇଁ କେବଳ ସରକାରୀ ଓ କେତେକ ଚାଷଜମି ନିଆଯିବ। ଘରବାଡି ପୂର୍ବବତ ରହିବ। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ଅଞ୍ଚଳର ବେକାରି ଯୁବତୀଯୁବକଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri