Posted inଜାତୀୟ

ଶିନ୍ଦେଙ୍କୁ ସମର୍ଥନ ଦେଲେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ,୩୦।୭: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦଳକୁ ଏକାଠି ରଖିବାରେ ସେ ଏକପ୍ରକାର ସଂଘର୍ଷ କରୁଛନ୍ତି। ଏହି ସମୟରେ ତାଙ୍କୁ ଆଉ ଏକ ରାଜନୈତିକ ଝଟକା ଲାଗିଛି। ବିଦ୍ରୋହୀ ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜକୁ ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଲିଗାସି ଦାବି କରିଆସୁଥିବାବେଳେ ଉଦ୍ଧବଙ୍କ ପୁତୁରା ନିହାର ଠାକ୍‌ରେ ତାଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି।
ନିହାର ହେଉଛନ୍ତି ବାଲ୍‌ ଠାକ୍‌ରେଙ୍କ ବଡ଼ପୁଅ ବିନ୍ଦୁମାଧବ ଠାକ୍‌ରେଙ୍କ ପୁଅ। ଚଳଚ୍ଚିତ୍ର ପ୍ରଯୋଜକ ଥିବା ବିନ୍ଦୁମାଧବଙ୍କର ୧୯୯୬ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ନିହାର ରାଜନୀତିରେ ପୋଖତ ନ ଥିଲେ ମଧ୍ୟ ପରିବାର ସଦସ୍ୟ ବିଦ୍ରୋହୀ ଶିବିରରେ ଯୋଗଦେବା ଉଦ୍ଧବଙ୍କୁ ଅଡ଼ୁଆରେ ପକାଇଛି। ନିକଟରେ ଉଦ୍ଧବଙ୍କ ଭାଇ ଜୟଦେବଙ୍କ ପୂର୍ବତନ ସ୍ତ୍ରୀ ସ୍ମିତା ଠାକ୍‌ରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ୨୦୧୨ରେ ବାଲ୍‌ ଠାକ୍‌ରେଙ୍କ ଦେହାନ୍ତ ପରେ ତାଙ୍କ ଇଚ୍ଛାପତ୍ରଙ୍କୁ ନେଇ ବିବାଦ ଦେଖାଦେଇଥିଲା। ସେବେଠାରୁ ଊଦ୍ଧବଙ୍କର ଅନ୍ୟ ଦୁଇଭାଇଙ୍କ ପରିବାର ସହ ଭଲ ସମ୍ପର୍କ ନାହିଁ। ନିହାର ଜଣେ ଆଇନଜୀବୀ ହୋଇଥିବାବେଳେ ଭାଜପା ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତାଙ୍କୁ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜାଦ ମଇଦାନରେ କୃଷକ ରାଲିକୁ ସମ୍ବୋଧନ କରିବେ ଶରଦ ପାୱାର, ଆଦିତ୍ୟ ଠାକରେ

ମୁମ୍ବାଇ,୨୫ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଏବେ...

୧୦୮ ଫୁଟ୍‌ ଉଚ୍ଚତାର ହନୁମାନ ମୂର୍ତ୍ତିର ଉଦ୍‌ଘାଟନ କଲେ ମୋଦି

ଗାନ୍ଧୀନଗର,୧୬।୪: ସାରାଦେଶରେ ଶନିବାର ହନୁମାନ ଜୟନ୍ତୀ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏଥିସହ ପବନପୁତ୍ରଙ୍କ...

ଫିଲ୍ମ ‘ ଦ କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ

ନୂଆଦିଲ୍ଲୀ,୧୨।୫: ଫିଲ୍ମ ‘ ଦ କେରଲା ଷ୍ଟୋରି’ ସମ୍ବନ୍ଧରେ ଆଉ ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିରେ ସିନେମା ଦେଖିବା ଲୋକଙ୍କ ପାଇଁ ସୁରକ୍ଷା...

ଡ୍ରେନ୍‌ ପାଣିରୁ ଚିହ୍ନଟ ହେବ କରୋନା ଭୂତାଣୁ, ୨୫ ସହରରେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୦।୩ : ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ କରୋନା ଭୂତାଣୁ କେବଳ ମାନବ ନମୁନା ସଂଗ୍ରହ ଦ୍ୱାରା ଚିହ୍ନଟ ହେଉଥିଲ। କିନ୍ତୁ ଆସନ୍ତା ସପ୍ତାହରୁ ଦେଶରେ...

ଜଖାଉରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’

ରାଜକୋଟ, ୧୪ା୬: ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟର ଜଖାଉ ମାଛଧରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବା ଆଶା କରାଯାଉଛି। ଏହାର ପ୍ରଭାବରେ ଉପକୂଳ...

ହିମାଚଳ ପ୍ରଦେଶରେ ହେବ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ

ଶିମଲା, ୨୮।୯: ହିମାଚଳ ପ୍ରଦେଶରେ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବେ।...

‘ଯେକୌଣସି ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ଆମକୁ ଦିଅ’ ଲୋକସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୨୪।୯ : କେନ୍ଦ୍ର ସରକାର ସଂସଦୀୟ ପରମ୍ପରାର ପାଳନ କରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଶନିବାର ଅଭିଯୋଗ କରାଯାଇଛି। ଏହି ମର୍ମରେ ଲୋକସଭା...

ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ,...

Advertisement
Archives

Model This Week