ବିନା ବେଦୀ, ମନ୍ତ୍ର ପାଠରେ ଆଦର୍ଶ ବିବାହ

ଭଦ୍ରକ ଅଫିସ,୧୭ା୭-ଭଦ୍ରକ ସହରର ଗାନ୍ଧୀପଡ଼ିଆସ୍ଥିତ ସୀତାରାମ କଲ୍ୟାଣମଣ୍ଡପରେ ବୁଧବାର ଏକ ଆଦର୍ଶ ବିବାହ ଅନୁଷ୍ଠିିତ ହୋଇଯାଇଛି। ଏହି ବାହାଘରରେ ନା ଥିଲା ଯୌତୁକ ନେଣଦେଣ, ନା ଥିଲା ଜାତକ ମେଳାପ, ଶୁଭି ନ ଥିଲା ବ୍ରାହ୍ମଣଙ୍କ ମନ୍ତ୍ରପାଠ। କନ୍ୟା ଓ ବର ମାସ୍କ ପିନ୍ଧିଥିଲେ। କେବଳ ଫୁଲମାଳ ଦିଆନିଆ ହୋଇଥିଲା। ଏହି ବାହାଘର ଦେଖିବା ପାଇଁ କନ୍ୟା ଓ ବରଙ୍କ ସମ୍ପର୍କୀୟଙ୍କ ସହ ଭଦ୍ରକ ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀଙ୍କ ଭିଡ଼ ଲାଗିଥିଲା। ବର ସାଜିଥିଲେ ଭଦ୍ରକ ଉପକଣ୍ଠ ଦୋଳସାହି ସେରପୁର ଗାଁର ଗଣେଶ ଯେନା ଓ ଶାନ୍ତିଲତା ଯେନାଙ୍କ ଜ୍ୟେଷ୍ଠପୁତ୍ର ସୁଶାନ୍ତ ଏବଂ କନ୍ୟା ବେଶରେ ସଜେଇ ହୋଇଥିଲେ ଚାନ୍ଦବାଲି ବାଙ୍କିସାହି ଗ୍ରାମର ବଳରାମ ଯେନାଙ୍କ ଜ୍ୟେଷ୍ଠକନ୍ୟା ମାମିନା। କୋଭିଡ୍‌ କଟକଣା କାରଣରୁ ନିରାଡ଼ମ୍ବର ଭାବେ ବିବାହ କାର୍ଯ୍ୟ ସମାପନ ହୋଇଥିଲା। ଏନେଇ ବର ସୁଶାନ୍ତ କୁହନ୍ତି, ସେ ଜଣେ ସାମାଜିକ କର୍ମୀ। ପୂର୍ବରୁ ସେ ଯୌତୁକ ପ୍ରଥା ଓ ବାହାଘରରେ ମନ୍ତ୍ରପାଠକୁ ବିରୋଧ କରି ଆସୁଥିଲେ। ଏନେଇ ଲୋକଙ୍କୁ ସଚେତନ କରାଉଥିଲେ। ଏଣୁ ସେ ଏହା ପ୍ରଥମେ ନିଜ ବାହାଘରରେ କରି ଦେଖାଇଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ସହରରୁ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨।୯-କଟକ ସହରରୁ ବୁଧବାର ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରାଣ୍ଟାଇନରୁ ୧୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୨ ଲୋକାଲ କଣ୍ଟାକ୍ଟ କେସ...

ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୬୨ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୧୫ ଏନ୍‌ଜିଓଠାରୁ ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)...

ସୁନ୍ଦରଗଡ଼ର ନାଲାରୋଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର

ସୁନ୍ଦରଗଡ଼(ଡି.ଏନ୍‌.ଏ.) /ରାଉରକେଲା ଅଫିସ, ୨୬।୪: ସୁନ୍ଦରଗଡ଼ ଜିଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ରବିବାର ଆଉ...

ଭୁବନେଶ୍ୱରରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୮ ଲୋକାଲ କଣ୍ଟାକ୍ଟ କେସ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୦ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୨ ଜଣ ଚିହ୍ନଟ ହୋଇଥିବାବେଳେ ୭୮ ଲୋକାଲ କଣ୍ଟାକ୍ଟ...

ବୀର ଯବାନଙ୍କୁ ମନେପକାଇଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): କେତେବେଳେ ବିଛୁଆତି, ବାଇଡଙ୍କ ଲଗାଇ ତ କେତେବେଳେ ରାଖୀ ବାନ୍ଧି ଭାଲେଣ୍ଟାଇନ୍ସ ଡେ’ରେ ପାର୍କ, ସିନେମା ହଲ୍‌ ଏବଂ ଶପିଂ ମଲ୍‌ରେ ପହଞ୍ଚି...

ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା।...

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟାଜିତ

ହାଟଡିହି,୩୦।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଆମ୍ବୋ ମହାଦେବ ପଡ଼ିଆରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଆୟୋଜିତ ହୋଇଥିଲା। ଉକ୍ତ ଟର୍ଣ୍ଣାମେଣ୍ଟରେ...

ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ...

Coronavirus Update


Archives

Model This Week

Why Dharitri