Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଶ୍ରେଷ୍ଠ ୩ରେ ରାହୁଲ, ଅଷ୍ଟମସ୍ଥାନରେ କୋହଲି

ଦୁବାଇ,୧୦।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ସେହିପରି ଓପନର ଲୋକେଶ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ତାଲିକାର ଶ୍ରେଷ୍ଠ ୩ରେ ସ୍ଥାନ ପାଇଛନ୍ତି। ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ୮୧୬ ପଏଣ୍ଟ ହାସଲ କରି ରାହୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଛନ୍ତି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡଓ୍ବେିଡ ମଲାନ ୯୧୫ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ ଚତୁର୍ଥ ସ୍ଥାନକୁ ଖସିଛନ୍ତି।
ସେହିପରି ବୋଲିଂ ତାଲିକାରେ ଅଷ୍ଟ୍ରେଲିଆ ଯୁବ ଲେଗ୍‌ ସ୍ପିନର ଆଡାମ ଜାମ୍ପା ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର କ୍ରିସ୍‌ ଜୋର୍ଡାନ ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନର ରସିଦ ଖାଁ ଓ ମୁଜିବ- ଉର- ରହମାନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ସ୍ପିନର ଆଦିଲ ରସିଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପଟେ ଅଲରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ବାଂଲାଦେଶର ସାକିମ ଅଲ ହାସନ, ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?