ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ସ୍ବାମୀ ଅନ୍ତରାଙ୍କୁ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଦିଲ୍ଲୀପ ଗୋରଡ଼ା ରବିବାର ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୩୨୧/୨୬) ରୁଜୁ ହୋଇଛି। ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଶଶି ଘରେ ଶୋଇଥିବା ବେଳେ ସ୍ବାମୀ ଅନ୍ତରା ନିଶାସକ୍ତ ଅବସ୍ଥାରେ ଘରକୁ ଆସି ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ମୁଥ, ଲାତ, ଗୋଇଠା ମାରି ତଳେ ପକାଇ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ବୃଦ୍ଧା ମା’ ମଙ୍ଗୁଳି ପାତ୍ର ଛଡ଼ାଇବାକୁ ଯିବାରୁ ଅନ୍ତରା ତାଙ୍କୁ ମଧ୍ୟ ଗାଳି କରି ମାରିବାକୁ ପଛାଇ ନ ଥିଲେ।

ପରେ ଅନ୍ତରା ତାଙ୍କ ସ୍ତ୍ରୀ ଶଶିଙ୍କ ଚୁଟି ଧରି ଘୋଷାଡି ନେଇ ଘରେ ଥିବା ଏକ ପେଷଣା ପଥରରେ ମୁଣ୍ଡକୁ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଖବରପାଇ ଗ୍ରାମର ବଡ଼ ସାହିରେ ରହୁଥିବା ଶଶିଙ୍କ ବାପା କାଶୀ ପାତ୍ର, ଭାଇ ଶଙ୍କର ପାତ୍ର ଏବଂ ସାହି, ପଡୋଶୀ ପହଞ୍ଚି ଶଶିଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେ ସୁସ୍ଥ ହେବା ପରେ ଶନିବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଚୁଡୁଙ୍ଗପୁର ଗ୍ରାମର ବୃଦ୍ଧା ମଙ୍ଗୁଳି ନିଃସନ୍ତାନ ଥିବାରୁ ଚିକିଟି କେ.ନୂଆଗାଁ ରେ ରହୁଥିବା ନାତି ଅନ୍ତରାଙ୍କୁ ପୋଷ୍ୟ ପୁଅ ଭାବେ ଆଣି ଘରେ ରଖିଥିଲେ। ଅନ୍ତରା ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଶଶିଙ୍କୁ ବିଭିନ୍ନ ସମୟରେ ମାରପିଟ୍‌ କରୁଥିଲେ। କେହି ପ୍ରତିବାଦ କଲେ ତାଙ୍କୁ ମଧ୍ୟ ଧମକ ମଧ୍ୟ ଦେଉଥିଲେ।

ଏପରିକି ଶଶି ଚାଷ ଜମିରେ କାମ କରୁଥିବା ବେଳେ ସ୍ବାମୀ ଅନ୍ତରା ତାଙ୍କୁ ଅନେକ ଥର ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ବୟାନ ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ହତ୍ୟା ଉଦ୍ୟମରେ ବ୍ୟବହୃତ ପଥରକୁ ଅଭିଯୁକ୍ତଙ୍କ ନିକଟରୁ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳିରେ ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ, ଶକ୍ତି ପ୍ରଦର୍ଶନ….

​କଲ୍ୟାଣସିଂହପୁର,୯।୮(ଦୀପକ କୁମାର ପରିଡ଼ା): ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ “ମା’ ମାଟି ମାଳି ସୁରକ୍ଷା ମଞ୍ଚ” ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ରବିବାର ପାଳିତ ହୋଇଯାଇଛି ।…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri