Posted inଫୁରସତ

ହନିମୁନ୍‌ ପାଇଁ ସ୍ତ୍ରୀଙ୍କୁ ଗୋଆ ନେବାକୁ କହି ଅଯୋଧ୍ୟା ନେଇଗଲେ ସ୍ବାମୀ, ଛାଡ଼ପତ୍ର ଦେଇଦେଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…

ସମଗ୍ର ଦେଶ ରାମଙ୍କ ଭକ୍ତିଭାବରେ ବୁଡ଼ି ରହିଥିବା ବେଳେ କିଛି ଲୋକ ଭିନ୍ନ ଧରଣର ଥିବା ଏକ ଖବରରୁ ଜାଣିବାକୁ ମିଳିଛି। ଲୋକେ କେମିତି ଆଉ କେତେବେଳେ ଅଯୋଧ୍ୟା ଯାଇ ଟିକେ ରାମଲାଲାଙ୍କ ଝଲକ ପାଇବା ପାଇଁ କେତେ କ’ଣ ଯୋଜନା କରୁଛନ୍ତି। ମାତ୍ର ଜଣେ ମହିଳାଙ୍କ ସ୍ବାମୀ ତାଙ୍କୁ ଅଯୋଧ୍ୟା ନେଇଗଲେ ବୋଲି ସେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେଇଛନ୍ତି। ଏହି ମାମଲା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ପିପ୍‌ଲାନି ଅଞ୍ଚଳର। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ମାମଲା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। କାରଣ ତାଙ୍କ ସ୍ବାମୀ ତାଙ୍କୁ ହନିମୁନ୍‌ରେ ଗୋଆ ନେବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସମୟ ଆସିଲା ପରେ ସେ ତାଙ୍କୁ ଅଯୋଧ୍ୟା-ବାରାଣସୀକୁ ନେଇଗଲେ।

ତାଙ୍କ ଛାଡପତ୍ର ଆବେଦନରେ ମହିଳା କହିଛନ୍ତି, ତାଙ୍କ ସ୍ବାମୀ ଆଇଟି ସେକ୍ଟରରେ କାମ କରନ୍ତି ଏବଂ ଭଲ ରୋଜଗାର କରନ୍ତି। ସେ ନିଜେ ମଧ୍ୟ ଭଲ ରୋଜଗାର କରନ୍ତି। ଏଭଳି ପରିସ୍ଥିତିରେ ହନିମୁନ୍‌ ପାଇଁ ବିଦେଶ ଯିବା ବଡ଼ କଥା ନୁହେଁ। ଏହା ସତ୍ତ୍ୱେ ମହିଳାଙ୍କ ସ୍ବାମୀ ତାଙ୍କୁ ବିଦେଶ ନେବାକୁ ମନା କରିଦେଇଥିଲେ ଏବଂ ଘରୋଇ ଗନ୍ତବ୍ୟସ୍ଥଳ ଭାବରେ ଗୋଆ କିମ୍ବା ଦକ୍ଷିଣ ଭାରତ ଯିବାକୁ କହିଥିଲେ। ପରେ ସେ ଅଯୋଧ୍ୟା ଏବଂ ବାରାଣସୀକୁ ବିମାନ ବୁକ୍‌ କରିଥିଲେ। ସେ ଏହା ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଗୋଟିଏ ଦିନ ପୂର୍ବରୁ କହିଥିଲେ।

ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି, ସ୍ବାମୀ ତାଙ୍କୁ କହିଥିଲେ, ରାମମନ୍ଦିର ସମାରୋହ ପୂର୍ବରୁ ତାଙ୍କ ମା’ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେଣୁ ସେମାନେ ଅଯୋଧ୍ୟାକୁ ଯାଉଛନ୍ତି। ମହିଳା ୧୦ ଦିନ ପର୍ଯ୍ୟନ୍ତ କିଛି କହି ନ ଥିଲେ କିନ୍ତୁ ଫେରିବା ମାତ୍ରେ ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କ ବିବୃତ୍ତିରେ ମଧ୍ୟ କହିଛନ୍ତି, ତାଙ୍କ ସ୍ବାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରର ଅଧିକ ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଏହି ସମ୍ପର୍କରୁ ମୁକ୍ତି ପାଇବା ଆବଶ୍ୟକ। ଯେଉଁଥିପାଇଁ ସେ ଛାଡ଼ପତ୍ର ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?