ମାରିଦେଲେ ସ୍ବାମୀ, ଶାଶୁଘର ଲୋକେ

କଣିହାଁ,୧୭।୫(ଡି.ଏନ.ଏ.) ବାପଘରୁ ୮୦ ହଜାର ଟଙ୍କା ନ ଆଣିବାରୁ କଣିହାଁ ଥାନା ବଡଗୁଣ୍ଡୁରୀ ଗ୍ରାମର ଦୀପ୍ତି ନାୟକ (୨୫)ଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ମାରିଦେଇଥିବା ଦୀପ୍ତିଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଦୀପ୍ତିଙ୍କ ଭାଇ ପଦ୍ମଚରଣ ନାୟକଙ୍କ ଅଭିଯୋଗ ଆଧାରରେ କଣିହଁା ପୋଲିସ ଦୀପ୍ତିଙ୍କ ଝୁଲନ୍ତା ମୃତଦେହ ସୋମବାର ଜବତ କରିବା ସହ ନଂ. ୨୪/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ପ୍ରତାପ ସାହୁଙ୍କୁ ଅଟକ ରଖି ତଦନ୍ତ କରୁଛି।
ପୋଲିସ କହିଛି, ୭ବର୍ଷ ତଳେ କାକୁଡିଆ ଗ୍ରାମର କ୍ଷେତି ଚରଣ ନାୟକଙ୍କ ଝିଅ ଦୀପ୍ତି ନାୟକ ବଡଗୁଣ୍ଡୁରୀ ଗ୍ରାମର ପ୍ରତାପ ସାହୁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବାପଘର ପକ୍ଷରୁ ନଗଦ ୧ଲକ୍ଷ ଟଙ୍କା, ୨ଭରି ସୁନା ସହିତ ଅନ୍ୟାନ୍ୟ ଜିନିଷପତ୍ର ଯୌତୁକ ଆକାରରେ ଦିଆଯାଇଥିଲା। ତେବେ ପ୍ରତାପ କିଛିଦିନ ହେବ ଦୀପ୍ତିଙ୍କୁ ଆଉ ୮୦ ହଜାର ଟଙ୍କା ଆଣିବାକୁ କହି ନିର୍ଯାତନା ଦେଉଥିଲେ। ହେଲେ ରବିବାର ରାତିରେ ପ୍ରତାପ ତାଙ୍କ ଶାଳକ ପଦ୍ମଚରଣଙ୍କୁ ଫୋନ କରି ଦୀପ୍ତି ଶୌଚାଳୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ। ଏହାପରେ ଦୀପ୍ତିଙ୍କ ପରିବାର ଲୋକେ ବଡଗୁଣ୍ଡୁରୀରେ ପହଞ୍ଚିଥିଲେ। ତେବେ ଘଟଣା ସମ୍ପର୍କରେ ବାପଘର ଲୋକେ ପଚାରିବାରୁ ପ୍ରତାପ ଓ ଅନ୍ୟମାନେ ମିଶି ଆକ୍ରମଣ କରିଥିଲେ। ଏଥିରେ ଦୀପ୍ତିଙ୍କ ବାପା ଗୁରୁତର ହୋଇ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ୨୩ ପୂରିବ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡି) ୨୩ ବର୍ଷ ପୂରଣ କରି ୨୪ରେ ପଦାର୍ପଣ କରିବ। ତେଣୁ ପ୍ରତିଷ୍ଠା ଦିବସ ପାଳନ ପାଇଁ...

ଜଙ୍ଗଲରେ ନିଆଁ: ଭୟଭୀତ ହୋଇ ଘର ଛାଡ଼ିଲେ ଲୋକେ

ଉଦଳା,୫।୩: ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ କୁଟଲିଂ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ପ୍ରଥମେ ଉର୍ମଳ ନିକଟସ୍ଥ କାଜୁ ଜଙ୍ଗଲରେ ନିଆଁ ଲାଗିବା ପରେ...

ଶିଖରଚଣ୍ଡୀ ପାହାଡ଼ରେ ୪ ହାତୀ

ଭୁବନେଶ୍ୱର (ବ୍ୟୁରୋ)/ ବାରଙ୍ଗ,୨୫।୩(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଶିଖରଚଣ୍ଡୀ ପାହାଡ଼ରେ ଶୁକ୍ରବାର ସକାଳେ ୪ଟିକିଆ ହାତୀପଲ ଥିବା ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦିନତମାମ ଏହି...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର, ୫।୧(ବ୍ୟୁରୋ): ଆସନ୍ତା ୧୧ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବ। ଏଥିନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେବା ଉପରେ । ଉତ୍କଳ ବିଶ୍ୱବିଦ୍ୟାଳୟର...

ଦୁଇଦିନ ଥଣ୍ଡା କମିବ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ...

ପୌର ନିର୍ବାଚନ ଲାଗି ଓ୍ବାର୍ଡ ସଂରକ୍ଷଣ

ଅନୁଗୋଳ ଅଫିସ,୩ା୨: ପଞ୍ଚାୟତ ନିର୍ବାଚନ ପରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ ଥିବା...

ବିଦେଶରେ ଟିକା ନେଇଥିବା ଭାରତୀୟ ନାଗରିକ ଓଡ଼ିଶାରେ ନେଇପାରିବେ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଦେଶ ବାହାରେ କୋଭିଶିଲ୍ଡ କିମ୍ବା ଆଷ୍ଟ୍ରା ଜେନିକା କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ଯେ କୌଣସି ଭାରତୀୟ ନାଗରିକ ଓଡ଼ିଶାରେ କୋଭିଶିଲ୍ଡର...

ଆଜି ବଜେଟ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ...

Advertisement
Archives

Model This Week