ସାମୁଦ୍ରିକ ଜୀବଙ୍କୁ ମଣିଷ ବିପଦ

ମଣ୍ଟ୍ରିଲ, ୧୧।୧୨: ସମୁଦ୍ରରେ ରହୁଥିବା ଜୀବଙ୍କ ପାଇଁ ଏବେ ଘାତକ ସାଜିଛି ମଣିଷ। ମନୁଷ୍ୟକୃତ ଅନେକ କାରଣ ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିଛି। ବେଆଇନ ମାଛଧରିବା, ଜାହାଜ ଚଳାଚଳ, ପ୍ରଦୂଷଣ, ଅଜଣା ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରରେ ବାସ କରୁଥିବା ଲକ୍ଷାଧିକ ପ୍ରଜାତି ଏବେ ବିପଦ ଆଡ଼କୁ ମୁହାଁଇଛନ୍ତି। ଆଗାମୀ ଦିନରେ ସେମାନେ ବିଲୁପ୍ତ ହେବାକୁ ବସିଥିବାବେଳେ ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ୍‌ ଅଫ୍‌ ନେଚର୍‌ (ଆଇୟୁସିଏନ୍‌) ୧,୫୦, ୩୮୮ ସ୍ପେସିସ୍‌ଙ୍କୁ ରେଡ୍‌ ଲିଷ୍ଟ ଅନ୍ତର୍ଭୁକ୍ତ କରିଛି। ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ କେବଳ ଯେ ମନୁଷ୍ୟ ଜୀବନଯାପନକୁ ପ୍ରଭାବିତ କରିଛି ତା’ ନୁହେଁ ଏହାଦ୍ୱାରା ଜୀବଜଗତରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀଙ୍କ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଇଛି । ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟକୃତ କାରଣ ପାଇଁ ସାମୁଦ୍ରିକ ପ୍ରାଣୀ ଓ ଉଦ୍ଭିଦ କ୍ଷୟ ହେବାକୁ ବସିଛନ୍ତି। ଲକ୍ଷାଧିକ ସାମୁଦ୍ରିକ ଜୀବଙ୍କୁ ରେଡ୍‌ ତାଲିକା ଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୨,୧୦୮ ପ୍ରଜାତିର ପ୍ରାଣୀଙ୍କ ଜୀବନ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ସେମାନେ ଖୁବ୍‌ଶୀଘ୍ର ବିଲୁପ୍ତ ହେବାର ଆଶଙ୍କା ରହିଛି। ସେହିପରି ସମୁଦ୍ରରେ ରହୁଥିବା ମୋଟ ୧୭,୯୦୩ ସାମୁଦ୍ରିକ ଜୀବ ଏବଂ ଉଦ୍ଭିଦଙ୍କ ଭିତରୁ ୧,୫୫୦ରୁ ଅଧିକ ପ୍ରାଣୀ ମରଣ ମୁହଁରେ ପଡ଼ିଛନ୍ତି। ଏଥିଲାଗି ଜଳବାୟୁ ପରିବର୍ତ୍ତନ ୪୧% ଦାୟୀ ବୋଲି ଆଇୟୁସିଏନ୍‌ ପକ୍ଷରୁ କୁହାଯାଇଛି। ସୁଇଜରଲାଣ୍ଡର ଗ୍ଲାଣ୍ଡରେ ମୁଖ୍ୟାଳୟ ଥିବା ଆଇୟୁସିଏନ୍‌ ପକ୍ଷରୁ ପୂର୍ବରୁ ପ୍ରକାଶିତ ପ୍ରଥମ ଗ୍ଲୋବାଲ୍‌ ରେଡ୍‌ ଲିଷ୍ଟ ଅନୁସାରେ ବିଶ୍ୱରେ ଉପଲବ୍ଧ ମୋଟ ୫୪ ଶାମୁକା ପ୍ରଜାତିର ଜୀବଙ୍କ ମଧ୍ୟରୁ ୨୦ ପ୍ରଜାତି ବିଲୁପ୍ତ ହେବାକୁ ବସିଲେଣି।

ସାମୁଦ୍ରିକ ଗ୍ରୀଷ୍ମଲହର, ଚାଷଜମିରେ ପ୍ରୟୋଗ ସାର, କଳକାରଖାନାରୁ ନିର୍ଗତ ବର୍ଜ୍ୟ ସମୁଦ୍ର ଜଳରେ ମିଶିବା ଦ୍ୱାରା ସେଠାରେ ବସବାସ କରୁଥିବା ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହାଫଳରେ ବହୁ ଜୀବ କୋରାଲ ଟିସୁ ଲସ୍‌ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତ ୪ ବର୍ଷ ଭିତରେ ପ୍ରାଣୀଙ୍କ କ୍ଷେତ୍ରରେ ଏହି ରୋଗ ବଢ଼ିଛି। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ଲାଗି ଉଚିତ ସମୟରେ ପଦକ୍ଷେପ ନିଆ ନ ଗଲେ ଏହାର ପରିଣାମ ସମ୍ପୂର୍ଣ୍ଣ ଜୀବଜଗତକୁ ଭୋଗିବାକୁ ପଡ଼ିବ। ଜାତିସଂଘ ପକ୍ଷରୁ ଜାରି ବାୟୋଡାଇଭର୍ସିଟି କନ୍‌ଫରେନ୍ସରେ ଏ ଦିଗରେ ଆଲୋଚନା କରାଯିବା ଜରୁରୀ। ବିଶ୍ୱର ଅନେକ ଦେଶରେ ସିଫୁଡ୍‌ର ଚାହିଦା ରହିଥିବାବେଳେ ରାଷ୍ଟ୍ରମାନେ ବହୁ ମୂଲ୍ୟ ଦେଇ ସାମୁଦ୍ରିକ ଜୀବଙ୍କୁ କିଣୁଛନ୍ତି। ଯଦି ଏହି ପ୍ରାଣୀ ବିଲୁପ୍ତ ହୋଇଯାନ୍ତି ତେବେ ଏହାର ପ୍ରଭାବ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ ବୋଲି ଆଇୟୁସିଏନ୍‌ର ସାଧାରଣ ନିର୍ଦ୍ଦେଶକ ବ୍ରୁନୋ ଓବେର୍ଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?